ଚତୁର୍ଥ ଦିବସରେ ବର୍ଣ୍ଣିବୁଢ଼ା କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ

ଓଡ଼ିଆ ବାର୍ତ୍ତା/ ସଇଁତଳା (ଗୋକୁଳାନନ୍ଦ ବଗର୍ତ୍ତୀ): ସଇଁତଳା ବ୍ଲକ ଗଣ୍ଡପତ୍ରାପାଲି ଗ୍ରାମ ପଞ୍ଚାୟତ ନାରିକଟା ଖେଳ ପଡିଆ ଠାରେ ବର୍ଣିବୁଢା କ୍ଲବ ଆନୁକୁଲ୍ୟରେ ଚାଲୁଥିବା ସପ୍ତମ ବର୍ଷ ବର୍ଣିବୁଢା କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ରବିବାର ଚତୁର୍ଥ ଦିବସରେ ପହଞ୍ଚିଛି । ଚତୁର୍ଥ ଦିବସ ଖେଳ ଭାଟିପଡ଼ା ଓ ଗୁଳମି ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଭାଟିପଡା ଦଳ ପେନାଲ୍ଟୀ ଶୁଟଆଉଟ୍ ମାଧ୍ୟମରେ ୫-୪ଗୋଲ ସ୍କୋର କରି ବିଜୟୀ ହୋଇଛି । ଚତୁର୍ଥ ଦିବସରେ ମୁଖ୍ୟ ଅତିଥି ଭାବେ ଗୋଳାବାରୁଦ କାରଖାନା ବଡ଼ମାଳର ବରିଷ୍ଠ ସିକ୍ୟୁରିଟି ଅଫିସର ଗଙ୍ଗାଧର ଦଲନାୟକ, ସମ୍ମାନୀତ ଅତିଥି ଭାବରେ ସୁଶାନ୍ତ ଦୀପ ଶିକ୍ଷକ, କ୍ଷୀର ମୁନା ଅବକାରୀ ଅଧିକାରୀ, ଇତିଶ ସାଗର ଆୟୁର୍ବେଦିକ ଆସିଷ୍ଟାଣ୍ଟ ଧରବଗଡ, ମହେଶ ମହାନନ୍ଦ ଟେକନିସିଆନ ରାଉରକେଲା ଇସ୍ପାତ କାରଖାନା ପ୍ରମୁଖ ମଞ୍ଚାସିନ ରହି ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ। ରାଧାକାନ୍ତ ବାଗ ଖେଳ ପରିଚାଳନା କରିଥିବା ବେଳେ ରାଜୀବ ଲୋଚନ ଭୋଇ, ବିମ୍ବାଧର ନାଗ, ଦିଲୀପ ମାଝୀ ଲାଇନ ମେନ୍ ଭାବେ ସହାଯୋଗ କରିଥିଲେ । ସୁରେନ୍ଦ୍ର ମହାନନ୍ଦ ଖେଳରେ ଧାରା ବିବରଣୀ ପ୍ରଦାନ କରିଥିଲେ । ଏହି ଟୁର୍ଣ୍ଣାମେଣ୍ଟ ୨୧.୧୨.୨୦୨୫ ରୁ ଆରମ୍ଭ ହୋଇ ୨୧.୧୨.୨୦୨୫ ପର୍ଯ୍ୟନ୍ତ ୧୧ ଦିନ ଧରି ଅନୁଷ୍ଠିତ ହେବ । ଏଥିରେ ବାରଟି ଦଳ ଅଂଶ ଗ୍ରହଣ କରିଛନ୍ତି । ଏହି ଟୁର୍ଣ୍ଣାମେଣ୍ଟରେ, ଜଗନ୍ନାଥ ଭୋଇ, ଦୁର୍ଯୋଧନ ମାଝୀ, ଦିଲୀପ ଜାନୀ, ଦୁରବାସ ଜାନୀ,ପିନ୍ଟୁ ଭୋଇ, ସରୋଜ ଭୋଇ, ଦେବରାଜ ମାଝୀ, ପୁର୍ଣ୍ଣଚନ୍ଦ୍ର ଭୋଇ ତଥା ବର୍ଣିବୁଢା କ୍ଲବ ନାରିକଟାର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି ସହଯୋଗ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.