ମ୍ୟାନ ଅଫ ଦ ମ୍ୟାଚ ସୁବ୍ରତ ନାଗ, ମ୍ୟାନ ଅଫ ଦି ସିରିଜ୍ ମନୋରଞ୍ଜନ ଗହିର
ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କର୍ଲାମୁଣ୍ଡା ବ୍ଲକ ରେଗଡା ଗ୍ରାମ ପଞ୍ଚାୟତ ଭୋଇରମୁଣ୍ଡାର ଗଜାନନ ଯୁବକ ସଂଘ ପକ୍ଷରୁ “୨ୟ ଗଜାନନ କ୍ରିକେଟ୍ କପ- ୨୦୨୫” ଅନୁଷ୍ଠିତ ହୋଯାଇଅଛି। ଉକ୍ତ ଟୁର୍ଣ୍ଣାମେଣ୍ଟ ତା ୦୮/୧୨ ରିଖ ଦିନ ଏହାର ଉଦ୍ଘାଟନୀ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ୧୬ ଟି ଦଳ କୁ ନେଇ ଆରମ୍ଭ ହୋଇ ୧୪/୧୨ ରିଖ ଦିନ ଫାଇନାଲ ମ୍ୟାଚ ବଡ ଡୁଙ୍ଗୁରୀଗୁଡା ଓ ତେରେସିଙ୍ଗା ଏକାଦଶ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ବଡ଼ ଡୁଙ୍ଗୁରୀଗୁଡା ଦଳ ଟସ୍ ଜିତି ପ୍ରଥମେ ଫିଲ୍ଡିଂର ନିଷ୍ପତି ନେଇ ମଇଦାନକୁ ଓହ୍ଲାଇଥିଲେ। ତେରେସିଙ୍ଗା ଏକାଦଶ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୦ ଓଭର ରେ ୬ ୱିକେଟ୍ ହରାଇ ୯୦ ରନ ସଂଗ୍ରହ କରିଥିଲା। ବଡ଼ ଡୁଙ୍ଗୁରୀଗୁଡା ଦଳ ୯୧ ରନ୍ ର ବିଜୟ ଲକ୍ଷ୍ୟ ନେଇ ଦୁଇ ବ୍ୟାଟ୍ ମ୍ୟାନ୍ ପଡିଆକୁ ଓଲ୍ଲେଇଥିଲେ। ବଡ଼ ଡୁଙ୍ଗୁରୀଗୁଡା ଦଳ ୭ ୱିକେଟ ହରାଇ ଲକ୍ଷ୍ୟ ହାସଲ କରିଥିଲା। ୬ ରନ୍ କରି ସୁଜିତ୍ ନିଜ ଟିମ୍ କୁ ଚାମ୍ପିୟନ୍ କରିଥିଲେ। ମ୍ୟାନ ଅଫ ଦ ମ୍ୟାଚ ସୁବ୍ରତ ନାଗ ହୋଇଥିବା ବେଳେ ମ୍ୟାନ ଅଫ ଦି ସିରିଜ ମନୋରଞ୍ଜନ ଗହିର ଘୋଷିତ ହୋଇଥିଲେ। ଉଭୟ ଦଳକୁ ସମସ୍ତ ଅତିଥିଙ୍କ ଦ୍ଵାରା ଟ୍ରଫି ସହ ଚେକ୍ ପ୍ରଦାନ କରାଯାଇଥିଲା। ଏହି ଫାଇନାଲ ମ୍ୟାଚ୍ ରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ, ସମ୍ମାନୀତ ଅତିଥି ଭାବେ ରେଗଡା ଗ୍ରାମ ପଞ୍ଚାୟତ ସରପଞ୍ଚ ଦିପ୍ତିରାଣୀ ସାହୁ, ଯୁବ ସମାଜସେବୀ ନୀଳ ମାଧବ ସିଂହଦେଓ, ନୀଳାମ୍ବର ବେହେରା, ପୂର୍ବତନ ସରପଞ୍ଚ ସୁଶାନ୍ତ ପରିଡା ପ୍ରମୁଖ ମଞ୍ଚାସୀନ ହୋଇ ପୁରସ୍କାର ପ୍ରଦାନ କରିଥିଲେ। ଏଡିଇଓ ଗୁଣନିଧି କୁମାର, ଭିକାରୀ କୁମାର , ଖୁସିରାମ ସାହୁ, ମହାଦେବ ସାହୁ, ତରୁଣୀ ସାହୁ, ଘନ ସାହୁ, ଜଗତରାମ ସାହୁ, ଦୁର୍ଜନ ସାହୁ, କରୁଣା ସାହୁ , ଲିଙ୍ଗରାଜ ସାହୁ ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହି ଟୁର୍ଣ୍ଣାମେଣ୍ଟରେ ବୀର କିଶୋର ଦୀପ ଓ ଘନଶ୍ୟାମ ଭୋଇ ଆମ୍ପାୟର ଭାବରେ ଖେଳ ପରିଚାଳନା କରିଥିଲେ। ସ୍କୋର ବୋର୍ଡ ପରିଚାଳନା ଦାୟିତ୍ଵ କ୍ଷୀତିଶ ମାଝୀ ସମ୍ପାଦନ କରିଥିବା ବେଳେ ଧାରା ବିବରଣୀ ପ୍ରଦାନ କରିଥିଲେ ଗୁଣନିଧି କୁମାର ଓ ଦେବରାଜ ବିଭାର। ପୁରସ୍କାର ବିତରଣି ଉତ୍ସବ କାର୍ଯ୍ୟକ୍ରମକୁ ଗୋଲ୍ଡି ଦୀପ ପରିଚାଳନା କରିଥିବା ବେଳେ ଅଶୋକ ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ। ଅଭିମନ୍ୟୁ ସାହୁ, ରାଜେଶ ସାହୁ,ମୁକେଶ କୁମାର, ରତ୍ନା ସାହୁ, ଜଳନ୍ଧର ସାହୁ, ବିଶ୍ଵାମିତ୍ର ସାହୁ, ଜଗଦୀଶ ଭୁଏ, ଧନସାଗର ସାହୁ ପ୍ରମୁଖ ଏହି ଟୁର୍ଣ୍ଣାମେଣ୍ଟକୁ ସଫଳ କରିବାରେ ସହଯୋଗ କରିଥିଲେ। ଶେଷରେ ସଂଘର ସଭାପତି ଗିରିଧାରୀ ସାହୁ ଓ ସମ୍ପାଦକ ଅଶୋକ ସାହୁ ଅତିଥିଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।





