ଶକ୍ତି ଟିଭିର ପଞ୍ଚମ ସ୍ଵନକ୍ଷତ୍ର ଉତ୍ସବ

ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା: ଭବାନୀପାଟଣା ସ୍ଥିତ ବିଜୁ କଲ୍ୟାଣ ମଣ୍ଡପ ସଭାଗୃହରେ ରବିବାର ଦିନ ଶକ୍ତି ଟିଭିର ପଞ୍ଚମ ସ୍ଵନକ୍ଷତ୍ର ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଶକ୍ତି ଟିଭିର ମୂଖ୍ୟ ସଂପାଦକ ଶ୍ରୀ କୃଷ୍ଣ ଚନ୍ଦ୍ର ସେଠୀଙ୍କ ଅଧ୍ୟକ୍ଷତାରେ ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ଯୋଗଦେଇ ପୂର୍ବତନ ମନ୍ତ୍ରୀ ହିମାଂଶୁ ଶେଖର ମେହେର ଶକ୍ତି ଟିଭିର ସାମାଜିକ ଓ ସାମ୍ବାଦିକ ଅବଦାନ ଉପରେ ଏକ ସାରଗର୍ଭକ ଓ ପ୍ରେରଣାଦାୟକ ଅଭିଭାଷଣ ପ୍ରଦାନ କରିଥିଲେ। ସମ୍ମାନୀତ ଅତିଥି ଭାବେ  ପୂର୍ବ ଓଡ଼ିଶା ବ୍ୟୁରୋ ଚିଫ୍ ପ୍ରଦୀପ କୁମାର ଦାସ, ରାଜ୍ୟ ହ୍ୟୁମାନ୍ସ ରାଇଟ୍ସ ସଭାପତି ପ୍ରସନ୍ନ କୁମାର ଗୁରୁ, ପବିତ୍ର ଶବର ପ୍ରମୁଖ ମଞ୍ଚାସୀନ ଥିଲେ। ମୁଖ୍ୟବକ୍ତା ଡ଼. ଉମେଶ ଚନ୍ଦ୍ର ଶତପଥୀ ସାମ୍ବାଦିକତାର ଦାୟିତ୍ୱ ଓ ସମୟର ଆବଶ୍ୟକତା ଉପରେ ସାରଗର୍ଭକ ଆଲୋଚନା କରିଥିଲେ। ମଞ୍ଚ ପରିଚାଳନା କରିଥିଲେ ବିରଞ୍ଚି ନାରାୟଣ ମୁଣ୍ଡ। ପଶ୍ଚିମ ଓଡ଼ିଶା ବ୍ୟୁରୋ ଚିଫ୍ ରାମ କୁମାର ସେନାପତି ଉଦ୍ୟକ୍ତା ଭାବେ ସାରଗର୍ଭକ ଭାଷଣ ଦେଇଥିବାବେଳେ ଜିଲ୍ଲା ପ୍ରତିନିଧି କବିରାଜ ଦୁର୍ଗାଙ୍କ ତତ୍ୱାବଧାନ ତଥା, ଅତିରିକ୍ତ ଜିଲ୍ଲା ପ୍ରତିନିଧି ଅଙ୍ଗଦ ନାଏକ, ସ୍ୱତନ୍ତ୍ର ପ୍ରତିନିଧି ଟଙ୍କଧର ବିହାରୀ, ଧର୍ମଗଡ଼ ଉପଖଣ୍ଡ ପ୍ରତିନିଧି ଜନ୍ମେଜୟ ନାଏକ, ଧର୍ମଗଡ଼ ସ୍ୱତନ୍ତ୍ର ପ୍ରତିନିଧି କୁଞ୍ଜବନ ଛତ୍ରିଆ, ଜୁନାଗଡ଼ ପ୍ରତିନିଧି ଜିତେନ୍ଦ୍ର ମେହେର, ଗୋଲାମୁଣ୍ଡା ପ୍ରତିନିଧି ଦୀପକ ଭତ୍ରିଆ, ନର୍ଲା ପ୍ରତିନିଧି ଲିଙ୍ଗରାଜ ମିଶ୍ର, କୋକସରା ପ୍ରତିନିଧି ଗୁଣନିଧି ବାଗଙ୍କ ସହଯୋଗରେ ଶକ୍ତି ଟିଭିର ୫ମ ସ୍ଵକ୍ଷୟତ୍ର କାର୍ଯ୍ୟକ୍ରମର ସଫଳ ଆୟୋଜନ କରାଯାଇଥିଲା। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା ବ୍ୟକ୍ତିବିଶେଷମାନଙ୍କୁ ମାନପତ୍ର, ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ମାନିତ କରାଯାଇଥିଲା। ଦ୍ୱିତୀୟ ପର୍ଯ୍ୟାୟରେ ପୂଜ୍ୟପୂଜା ଉପଲକ୍ଷେ ଅନୁଷ୍ଠିତ ପ୍ରତିଭା ସମ୍ମାନ କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ଭବାନୀପାଟଣାର ପୂର୍ବତନ ବିଧାୟକ ଅନାମ ନାଏକ, ମୁଖ୍ୟ ବକ୍ତା ଭାବେ ଡାକ୍ତର କେଦାର ନାଥ ଖମାରୀ ଭିଏଏସ ତଥା ଜିଲ୍ଲା ତାଲିମ ସଂଯୋଜକ ଓ ସମ୍ମାନୀତ ଅତିଥି ହିମାଂଶୁ ଶେଖର ମୁଣ୍ଡ, ଅଧ୍ୟାପକ, ଅରେବେଡା ମହାବିଦ୍ୟାଳୟ ପ୍ରମୁଖ ଯୋଗଦେଇଥିଲେ। ରାଜ୍ୟର ବିଭିନ୍ନ କୋଣଅନୁକୋଣରୁ ଆସିଥିବା କଳାକାର, ଡାକ୍ତର, ସାମ୍ବାଦିକ, ସମାଜସେବୀ, ନୃତ୍ୟଶିଳ୍ପୀ, ଗୀତିକାର, ଗାୟକ ଓ ଅଭିନେତାମାନେ ଏହି ମଞ୍ଚରେ ସମ୍ମାନିତ ହୋଇଥିଲେ। ରୋହିତ ଦୁର୍ଗାଙ୍କ ସଂଯୋଜନାରେ ଅନୁଷ୍ଠିତ ସାଂସ୍କୃତିକ ସଂଧ୍ୟାରେ କାହ୍ନଆ ମ୍ୟୁଜିକର କଳାକାର ଦିଲ୍ଲୀପ କୁମାର ଯାନୀ, ସମିତା ମହାପତ୍ର, ସୁପ୍ରିତ ପତି, ଅଶୋକ ଦାସ, ନିରଞ୍ଜନ ନାଏକ ଓ ସହଯୋଗୀମାନଙ୍କ ଗୀତ ସଙ୍ଗୀତ ଦର୍ଶକମାନଙ୍କୁ ଆମୋଦିତ କରିଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.