ବାଲିଗୁଡା କଲ୍ୟାଣ ମଣ୍ଡପ ଠାରେ ପ୍ରି ଖ୍ରୀଷ୍ଟମାସ ପାଳିତ 

ଓଡ଼ିଆ ବାର୍ତ୍ତା/ ଫୁଲବାଣୀ (ବାଳକୃଷ୍ଣ ଚର୍ଚ୍ଚି): ବାଲିଗୁଡା କଲ୍ୟାଣ ମଣ୍ଡପ ଠାରେ ପାଳିତ ହୋଇଯାଇଛି ପ୍ରି ଖ୍ରୀଷ୍ଟମାସ ଉତ୍ସବ। ପ୍ରଭୁ ଯୀଶୁଙ୍କ ଆଗମନକୁ ନେଇ ସାରା ବାଲିଗୁଡା ସହର ଚଳ ଚଞ୍ଚଳ ହୋଇଉଠିଛି। ସହରକୁ ଆଲୋକ ମାଳାରେ ଆଲୋକିତ କରୁଛନ୍ତି କ୍ରିଷ୍ଟପ୍ରେମୀମାନେ। ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବାଲିଗୁଡା ବିଜଡିର କାଯ୍ୟକାରୀଣୀ ସଦସ୍ୟ ଟୁନା ଦାସ ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ ପ୍ରଦିପ ନାୟକ, ରାମେଶ୍ୱର ପାଣିଗ୍ରାହୀ  ଉପସ୍ଥିତ ରହିଥିଲେ। ମୁଖ୍ୟ ବକ୍ତା ଭାବରେ ଜଗଦଲପୁରରୁ ରେଭ୍ ରେଣ୍ଡ୍ ବିଶ୍ୱାସ ପାଉଲ ଯୋଗ ଦେଇଥିବାବେଳେ ସ୍ଥାନୀୟ ପାଷ୍ଟର ଅବସଲାମ ଆନନ୍ଦ ମଞ୍ଚ  ସଞ୍ଚାଳନ କରିଥିଲେ। କାର୍ଯ୍ୟକ୍ରମରେ ବହୁ ମାତ୍ରାରେ ଖ୍ରୀଷ୍ଟିୟ ଧର୍ମାବଲମ୍ବି ଉପସ୍ଥିତ ରହି ସାମୁହିକ ପ୍ରାର୍ଥନା କରିଥିଲେ। 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.