ଓଡ଼ିଆ ବାର୍ତ୍ତା/ ସଇଁତଲା (ଗୋକୁଳା ନନ୍ଦ ବଗର୍ତ୍ତୀ): ସଇଁତଳା ବ୍ଲକ ରେଙ୍ଗାଲି ପଟେଲ ପଡ଼ା ମହୋତ୍ସବ ୨୦୨୬ ର ଲୋଗୋ ଉନ୍ମୋଚନ ହୋଇଛି। ରେଙ୍ଗାଲି ପଟେଲ ପଡ଼ା କ୍ଲବରେ ଏନେଇ ଏକ ବିଶେଷ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସବୁ ବର୍ଷ ଭଳି ଚଳିତ ବର୍ଷ ମଧ୍ଯ ରେଙ୍ଗଲିରେ ଏହି ମହୋତ୍ସବ ମହାସମାରୋହରେ ପାଳିତ ହେବ। ମିନାବଜାର ସହ କଂସ ଦରବାର ଲାଗିବା ବୋଲି କମିଟି ପକ୍ଷରୁ ଧାର୍ଯ୍ୟ କରାଯାଇଛି। ୨୦୨୬ ଜାନୁୟାରୀ ୧ ରୁ ଆରମ୍ଭ ହୋଇ ଜାନୁୟାରୀ ୭ ତାରିଖରେ ଏହା ଶେଷ ହେବ ବୋଲି ଜୟ ଲକ୍ଷ୍ମୀ କ୍ଲବ ପକ୍ଷରୁ ସୂଚନା ଦିଆଯାଇଛି। ଲୋଗୋ ଉନ୍ମୋଚନ ସଭାରେ କମିଟି ସଭାପତି ମହେନ୍ଦ୍ର ପଟେଲ, ଉପ ସଭାପତି ପ୍ରମୋଦ ପଟେଲ, ଜଗତ ପଟେଲ, ଶଶିକାନ୍ତ ପଟେଲ, ରବୀନ୍ଦ୍ର ପଟେଲ, ଯୌତୁକ ପଟେଲ, ପ୍ରସନ୍ନ ପଟେଲ, ବଶିଷ୍ଠ ପଟେଲ, ନିତାଇଗୁରୁ ପଟେଲ, ଜଗବନ୍ଧୁ ପଟେଲ, ବସନ୍ତ ପଟେଲ ଉପସ୍ଥିତ ଥିବା ବେଳେ ଶ୍ରୀକୃଷ୍ଣ ପଟେଲ ସଭା ପରିଚାଳନା କରିଥିଲେ।





