ଭାନପୁର ଧାନ ମଣ୍ଡି ଉଦ୍ଘାଟିତ

ଶୃଙ୍ଖଳିତ ଭାବରେ ମଣ୍ଡି ଚଳେଇବା ଦିଗରେ ସମସ୍ତଙ୍କ ସହଯୋଗ ଏକାନ୍ତ ଆବଶ୍ୟକ – ସିଡିପିଓ ଅଞ୍ଜଳି ପଟ୍ଟନାୟକ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ଭାନପୁର ଧାନ ମଣ୍ଡି ପ୍ରତିବର୍ଷ ଅନୁଷ୍ଠିତ ହେଉଥିବା ପ୍ୟାକ୍ସ ପାର୍ଶ୍ୱସ୍ଥ ବାଲିପଡା- ଭାନପୁର ରାସ୍ତା କଡରେ ଉଦ୍ଘାଟିତ ହୋଇଯାଇଛି । ଗତ ପାଞ୍ଚ ବର୍ଷ ହେଲା ନର୍ଲାର ଭାନପୁର, ଶାନ୍ତପୁର ଓ ତୁଳାପଡା ପ୍ୟାକ୍ସରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠି ମାନେ ଧାନ କିଣୁଛନ୍ତି। ଏହିକ୍ରମରେ ଭାନପୁର ପ୍ୟାକ୍ସରେ ମଧ୍ୟ ମା ମହାଲକ୍ଷ୍ମୀ ସ୍ୱୟଂ ସହାୟକ ଗୋଷ୍ଠି ଧାନ କିଣୁଛି। ୨୦୨୦ ରେ ନୂଆ ଭାବରେ କଳାହାଣ୍ଡି ଜିଲ୍ଲାରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠି ମାନଙ୍କୁ ଧାନ କିଣିବା ନିମନ୍ତେ ସରକାର ଦାଇତ୍ୱ ଦେଇଥିଲେ। ଚଳିବ ବର୍ଷ ମଧ୍ୟ ଏହି ଗୋଷ୍ଠି ଭାନପୁର ପ୍ୟାକ୍ସରେ ଧାନ କିଣୁଛନ୍ତି। ଉଦ୍ଘାଟିତ ହୋଇଯାଇଅଛି।ଭାନପୁର ମିଶନ ଶକ୍ତି ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି।ମୁଖ୍ୟ ଅତିଥି ଭାବରେ ସିଡ଼ିପିଓ ଅଞ୍ଜଳି ପଟ୍ଟନାୟକ ଯୋଗଦାନ କରି ମହାଲକ୍ଷ୍ମୀଙ୍କ ଫଟୋଚିତ୍ର, ଆଦ୍ରତା ମାପକ ଯନ୍ତ୍ର ଓଜନ ପରିମାପକ ମେସିନ ଓ ଧାନବସ୍ତାରେ ଧୂପ, ଦୀପ ଦେଇ ନାରୀକେଳ ଭାଙ୍ଗି ପୂଜାର୍ଚ୍ଚନା କରି ଧାନମଣ୍ଡି ଉଦ୍ଘାଟନ କରିଥିଲେ। କାର୍ଯ୍ୟକ୍ରମରେ ମିଶନ ଶକ୍ତି ବିପିସି ସବିତା ସେଠୀ, ଆରଏମସି ଷ୍ଟାଫ ଅନୀଲ ଗଡତିଆ, ମଣ୍ଡି ସହ ଟେଗ ହୋଇଥିବା ବୁଢୀପଦର ରାମାନୁଜ ଏଗ୍ରୋ ମିଲ ଓ କନକ ଦୁର୍ଗା ରାଇସ ମିଲ ତୁଳାପଡା ର ପ୍ରତିନିଧି ମହେଶ ପଧାନ ଓ ବଳବନ୍ତ ବିଶ୍ବାଳ ପ୍ରମୁଖ ଉପସ୍ଥିତ ରହିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଅଞ୍ଚଳର ଚାଷୀ ରମେଶ କୁମାର, ନାରାୟଣ ପଧାନ, ଜଗୁଲାଲ୍ ପଧାନ, ଦୂର୍ଯୋ କୁମାର, ଗୋପାଳ ସାହୁ, କୁଞ୍ଜ ବିହାରୀ ସାହୁ ଓ ଧାନ ମଣ୍ଡିରେ କାର୍ଯ୍ୟରତ ଶ୍ରମିକ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ମା ମହାଲକ୍ଷ୍ମୀ ସ୍ୱୟଂ ସହାୟକ ଗୋଷ୍ଠିର ସଭାନେତ୍ରୀ ସୁନୀତା ବେହେରା ଓ ସମ୍ପାଦିକା ଧର୍ମିଷ୍ଟା ବାରିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଇତ୍ୟବସରରେ ମିଶନ ଶକ୍ତିର ମହାଲକ୍ଷ୍ମୀ ଗୋଷ୍ଠି ଧାନ କିଣାରେ କାମ କରି ଆସୁଥିବା ଶ୍ରମିକ ମାନଙ୍କୁ ନେଇ ଧାନ ମଣ୍ଡିରେ କାମ କରେଇବା ନିମନ୍ତେ ଉପସ୍ଥିତ ଶ୍ରମିକ,ଚାଷୀ, ଗୋଷ୍ଠୀର ମହିଳା ମାନେ ଓ ମିଲର୍ସ କିଭଳି ଉତ୍ତମ ସମନ୍ୱୟ ରଖି କାମ କରିବେ। ଚାଷୀଙ୍କ ତରଫରୁ ଧାନ ନଉଠିବା ନେଇ ଯେମିତି ପ୍ରଶ୍ନ ଆସିବ ନାହିଁ ସେ ଦିଗରେ ସମସ୍ତଙ୍କ ପ୍ରୟାସ ରହୁ । ସରକାରଙ୍କ ଗାଇଡ ଲାଇନ ଅନୁଯାୟୀ ଧାନ ମଣ୍ଡି ରେ ଧାନ କିଣା ଚାଲିବ ବୋଲି ମୁଖ୍ୟ ଅତିଥି କହିଥିଲେ। ଆରମ୍ଭ ଦିନ ୨ ଜଣ ଚାଷୀଙ୍କ ୯୭ କ୍ଵିଣ୍ଟାଲ ଧାନ କିଣା ଯାଇଥିବା ଗୋଷ୍ଠୀର ସଭାନେତ୍ରୀ ସୂଚନା ଦେଇଛନ୍ତି। କାର୍ଯ୍ୟକ୍ରମ ଶେଷରେ ମା ମହାଲକ୍ଷ୍ମୀ ସ୍ୱୟଂ ସହାୟକ ଗୋଷ୍ଠୀର ସଭାନେତ୍ରୀ ଶ୍ରୀମତୀ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.