ବାଲିଗୁଡା ଉପଖଣ୍ଡରେ ନୂତନ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କ ଯୋଗଦାନ

ଓଡ଼ିଆ ବାର୍ତ୍ତା/ ବାଲିଗୁଡା (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡରେ ନୂତନ ଭାବେ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଭାବେ ଶିବ ଶଙ୍କର ସମରଥ ନିଯୁକ୍ତି ପାଇ କାର୍ଯ୍ୟରେ ଯୋଗ ଦେଇଛନ୍ତି। ରାଜ୍ୟ ସରକାର ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପଦବୀ ଗୁଡିକ ନୂତନ ଭାବେ ନିଯୁକ୍ତି ପ୍ରଦାନ କରିଛନ୍ତି। ସେଥି ମଧ୍ୟରେ ବାଲିଗୁଡା ଉପଖଣ୍ଡରେ ଏହି ପଦବୀ ଦୀର୍ଘ ଦିନ ହେଲା ଖାଲିଥିବା ପଦବୀ ପୂରଣ ହୋଇପାରିଛି। ଏଥି ପୂର୍ବରୁ ଉପଖଣ୍ଡ ସୂଚନା ଲୋକ ସମ୍ପର୍କ ଅଧିକାରୀ ଭାବରେ ବାଲିଗୁଡା ବ୍ଲକର ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଦୀପ କୁମାର ବାଗ ଦାୟିତ୍ଵ ତୁଲାଉଥିଲେ। ଶ୍ରୀ ସମରଥ ନିଜର ଦାୟିତ୍ଵ ଭାର ଗ୍ରହଣ କରିବା ପରେ ସେ ରାଜ୍ୟ ସରକାରଙ୍କ ସୂଚନା ଓ ଲୋକ ସମ୍ପର୍କ ବିଭାଗର ସମସ୍ତ ନୀତି ନିୟମ ଅନୁସାରେ କାର୍ଯ୍ୟ ତୁଲାଇବା ସହିତ ଉପଖଣ୍ଡର ସାମ୍ବାଦିକ ମାନଙ୍କ ସହଯୋଗ କାମନା କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.