ଓଡ଼ିଆ ବାର୍ତ୍ତା/ ଟିକ୍ରାପଡ଼ା (ରମାକାନ୍ତ ରାଜପଲିଆ): ସଇଁନ୍ତଳା ବ୍ଲକ ଟିକ୍ରାପଡ଼ା ପଞ୍ଚାୟତ ଦେଓଗାଁ ସ୍ଥିତ ସପ୍ତର୍ଷି ସେବାଶ୍ରମରେ ପୂର୍ବତନ ମନ୍ତ୍ରୀ ଟୁକୁନି ସାହୁ ତାଙ୍କର ସ୍ବର୍ଗତ ସ୍ବାମୀ ଅଭିମନ୍ୟୁ ସାହୁଙ୍କ ତ୍ରୟୋଦଶ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ ସ୍ମୃତିରେ ବୈଦିକ ଯଜ୍ଞ ଆୟୋଜନ କରିଥିଲେ | ଏହି ଅବସରରେ ପୂର୍ବତନ ମନ୍ତ୍ରୀ ଆଶ୍ରମ ଅନ୍ତେବାସୀଙ୍କୁ କମ୍ବଳ ବଣ୍ଟନ କରିଥିଲେ | ଆଶ୍ରମ ପ୍ରତିଷ୍ଠାତା ପଣ୍ଡିତ ସହଦେଵ ଶାସ୍ତ୍ରୀଙ୍କ ତତ୍ତ୍ୱାବଧାନରେ ଯଜ୍ଞ ଅନୁଷ୍ଠିତ ହୋଇଥିଲା | ଆଶ୍ରମ ଅନ୍ତେବାସୀଙ୍କ ବେଦମନ୍ତ୍ରରେ ପରିବେଶ ଆଧ୍ୟାତ୍ମିକତାରେ ପରିପୂର୍ଣ୍ଣ ହୋଇଥିଲା | ଚନ୍ଦ୍ରବଦନ ପୁରୋହିତ, ବ୍ଲକ ବିଜେଡ଼ି ସଭାପତି ଟୁନୁ ରାଜପଲିଆ, ପୂର୍ବତନ ସମିତି ସଭ୍ୟ ସୁଭାଷ ବୁଡ଼େକ, ଝିଙ୍କିଡୁଙ୍ଗୁରି ସମିତି ସଭ୍ୟା ଗୀତାଞ୍ଜଳି ଖଣ୍ଡଗିରି, ଟିକ୍ରାପଡ଼ା ସମିତି ସଭ୍ୟା ଶଶି ମହାଲିଙ୍ଗ, ପ୍ରକାଶ ମିଶ୍ର, ନିତେଇ ଖଣ୍ଡଗିରି, ମନୋଜ ବଗର୍ତ୍ତୀ, ସନ୍ୟାସୀ ଖର୍ସେଲ, ରାଜେଶ ପଧାନ ପ୍ରମୁଖ ବିଜେଡ଼ି କର୍ମକର୍ତ୍ତା ତଥା ମନୋହର ବାଗଙ୍କ ସମେତ ସେବାଶ୍ରମ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ |





