ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଦିନିକିଆ ରାୟଗଡା ଗସ୍ତ

ଓଡ଼ିଆ ବାର୍ତ୍ତା/ ରାୟଗଡ଼ା (ପଦ୍ମନ ଭତ୍ରା): ଆଜି ରାୟଗଡ଼ା ରେଳ ଷ୍ଟେସନରେ କଡ଼ା ସୁରକ୍ଷା ବଳୟ ମଧ୍ୟରେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ବରିଷ୍ଟ ନାଗରିକ ତୀର୍ଥ ଯାତ୍ରା ରେଳକୁ ପତାକା ହଲାଇ ଶୁଭାରମ୍ଭ କରିଥିଲେ l ଉକ୍ତ କାର୍ଯ୍ୟକ୍ରମରେ ବରିଷ୍ଟ ନାଗରିକଙ୍କ ପ୍ରତି ରାୟଗଡ଼ା ଠାରୁ ରାମେଶ୍ବର ତଥା ମଦୁରାଇ ପର୍ଯ୍ୟନ୍ତ ଉଭୟ ଯିବା ଓ ଆସିବା ଖର୍ଚ୍ଚ ସହ ମୌଳିକ ସୁବିଧା ମାନ ଯୋଗାଇ ଦିଆ ଯାଇଥିଲା l ଏହି ଅବସରରେ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି, ରାୟଗଡ଼ା ରେଳ ଡିଭିଜନର ଡ଼ି ଆର ଏମ୍ ଅମିତାଭ ଶିଂହଲ, ଏସ୍ ପି ସ୍ୱାତି ଏସ କୁମାର, ପର୍ଯ୍ୟଟନ ସଚିବ ଓ ଜିଲ୍ଲା ପ୍ରଶସନୀୟ ବିଭାଗିୟ ଅଧିକାରି ଉପସ୍ତିତ ରହି ଶ୍ରୀମତୀ ପରିଡ଼ାଙ୍କୁ ପାରମ୍ପରିକ ବାଦ୍ୟ ଓ ନୃତ୍ୟ ସହ ଭବ୍ୟ ସମ୍ବର୍ଦ୍ଧନା ଜଣାଇଥିଲେ l ଏପରି ଆଗାମୀ ଜାନୁଆରୀ ୧୭ ତାରିଖରେ ଅଯୋଧ୍ୟା ଓ ବାରାଣସୀ ପର୍ଯ୍ୟନ୍ତ ବରିଷ୍ଟ ନାଗରିକ ମାନଙ୍କ ପାଇଁ ଏହିଭଳି କାର୍ଯ୍ୟକ୍ରମ କରାଯିବ ବୋଲି ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତି ପରିଡ଼ା କହିଥିଲେ l ଏହି ସୁବିଧା କୋରାପୁଟ, କଳାହାଣ୍ଡି, ନୂଆପଡା, ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲାର ବରିଷ୍ଟ ନାଗରିକ ମାନଙ୍କ ପାଇଁ ଉଦ୍ଦିଷ୍ଟ  ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.