ଅନୁଷ୍ଠିତ ହେଲା ‘ଆମ ପରମ୍ପରା ଟ୍ରଷ୍ଟ’ର ବାର୍ଷିକ ଉତ୍ସବ : ଯୁବ ସାମ୍ବାଦିକ ଭାବରେ ସମ୍ମାନିତ ହେଲେ ପ୍ରତ୍ୟାଶା ପ୍ରିୟମ୍ବଦା ମହାନ୍ତି

ସମ୍ପର୍କ-୨୦୨୫ ସଂକୀର୍ତ୍ତନରେ ପ୍ରକମ୍ପିତ ହେଲା ବାଲିଆ ରାମେଶ୍ୱର ମନ୍ଦିର ସମ୍ମୁଖ

ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): ‘ଆମ ପରମ୍ପରା ଟ୍ରଷ୍ଟ’ର ଏକାଦଶତମ ବାର୍ଷିକ ଉତ୍ସବ ‘ସମ୍ପର୍କ-୨୦୨୫’ ଟ୍ରଷ୍ଟର ସଭାପତି ବିକର୍ତ୍ତନ ନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି।

ଉଦଘାଟନୀ ଉତ୍ସବରେ ଉପଦେଷ୍ଟା ବରିଷ୍ଠ ଆଇନଜୀବୀ ହରେକୃଷ୍ଣ ଦାଶ ଯୋଗ ଦେଇ ଉତ୍ସବକୁ ଉଦଘାଟନ କରିଥିବା ବେଳେ ‘ସମାଜ’ର ବରିଷ୍ଠ ସାମ୍ବାଦିକ ଶଶିରଞ୍ଜନ ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଅନୁଷ୍ଠାନର ସମ୍ପାଦକ ମୁରଲୀଧର ନାୟକ ପ୍ରାକ୍ ସୂଚନା ଦେଇଥିଲେ। ପରେ ନଅଟି ସଂକୀର୍ତ୍ତନ ମଣ୍ଡଳୀ ଯଥା ଜଗନ୍ନାଥପୁର, କୁକୁଡାପଦା, ବାରବାଟିଆ, ନରସିଂହପୁର, ଛଚିନା, ପାଟଣା ରାୟପୁର, କଷାଫଳ, ବସ୍ତା ଓ ସିଲଡକୁ ନେଇ ପ୍ରତିଯୋଗିତା ହୋଇଥିଲା।

ସାନ୍ଧ୍ୟ ଅଧିବେଶନରେ ମୁଖ୍ୟ ଅତିଥି ଭାବେ ସହଦେଵ ଖୁଣ୍ଟା ଥାନାଅଧିକାରୀ ବିରଞ୍ଚି ନାରାୟଣ ସାହୁ, ପଣ୍ଡିତ ମନ୍ମଥ ମିଶ୍ର, ଅବସରପ୍ରାପ୍ତ ଯୁଗ୍ମ ନିର୍ଦ୍ଦେଶକ ହରିହର ନାୟକ, ଏବିଇଓ ମୁକ୍ତେଶ୍ଵର ସେଠୀ, ପ୍ରମୁଖ ଯୋଗ ଦେଇ ଉତ୍ସବର ଉପାଦେୟତା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ।

ଦିବସବ୍ୟାପୀ ସଂକୀର୍ତ୍ତନ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ସିଲଡ, ଦ୍ୱିତୀୟ ସ୍ଥାନ ବାରବାଟିଆ ଓ ତୃତୀୟ ସ୍ଥାନ ପାଟଣା ରାୟପୁର ଅଧିକାର କରିଥିଲେ। ଏହି ଅବସରରେ ସାରସ୍ୱତ ସାଧକ ନିରଞ୍ଜନ ଖୁଣ୍ଟିଆଙ୍କୁ ସମାଜସେବୀ ସମ୍ମାନ, ସାମ୍ବାଦିକା ପ୍ରତ୍ୟାଶା ପ୍ରିୟମ୍ବଦା ମହାନ୍ତିଙ୍କୁ ଶୁଭଙ୍କର ପିରି ଯୁବ ସାମ୍ବାଦିକ ସମ୍ବର୍ଦ୍ଧନା, ସମ୍ପୂର୍ଣା ସାହୁଙ୍କୁ ନିତ୍ୟାନନ୍ଦ ନାୟକ ସମ୍ମାନ ପ୍ରଦାନ କରାଯାଇଥିଲା। ସତ୍ୟଭାମା ମୁଦୁଲି ମଞ୍ଚ ଆହ୍ବାନ କରିଥିବା ବେଳେ ଅମରେନ୍ଦ୍ର ଦାସ, ରଞ୍ଜିତ ପରିଡ଼ା, ଚନ୍ଦ୍ରକାନ୍ତ ବେହେରା ମାନପତ୍ର ପାଠ କରିଥିଲେ। ଶେଷରେ ମହେନ୍ଦ୍ର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

ସୁରେଶଚନ୍ଦ୍ର ଜେନା, ନିରଞ୍ଜନ ସାହୁ ଓ ଜଗଦୀଶଚନ୍ଦ୍ର ଦେ ବିଚାରକ ଭାବେ ଯୋଗ ଦେଇଥିବା ବେଳେ ସଭ୍ୟ ଡ଼ ବିଥିକା ରାଣୀ ପଟ୍ଟନାୟକ, ଅମୃତି ଦାସ, ସଂଗୀତା ରଥ, ଗୌର ଗୋପାଳ ଦେ, କଞ୍ଜମଣି ସ୍ୱାଇଁ, ଲୋକନାଥ ପିରୀ, ଅମ୍ରିତା ପିରୀ, କଳ୍ପନା ନାୟକ, ଦିଲ୍ଲୀପ ରାଉତ, ଗୀତାଞ୍ଜଳି ପାଣିଗ୍ରାହୀ ଓ ପଦ୍ମାବତୀ ଜେନା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.