ଟିକ୍ରାପଡ଼ା ଶିଶୁ ସୈନିକ ସ୍କୁଲରେ ବିଜୟ ଦିବସ ପାଳିତ

ଓଡ଼ିଆ ବାର୍ତ୍ତା/ ଟିକ୍ରାପଡ଼ା (ରମାକାନ୍ତ ରାଜପଲିଆ): ସଇଁତଳା ବ୍ଲକ ଟିକ୍ରାପଡ଼ା ସ୍ଥିତ ଶିଶୁ ସୈନିକ ବିଦ୍ୟାଳୟରେ ଅଧ୍ୟକ୍ଷ ଚନ୍ଦ୍ରମଣି ରାଜପଲିଆଙ୍କ ଅଧ୍ୟକ୍ଷତା ତଥା ଛାତ୍ରୀ ଚୁମକି ଦୀପଙ୍କ ସଂଯୋଜନାରେ ବିଜୟ ଦିବସ ପାଳିତ ହୋଇଯାଇଛି | ଶିକ୍ଷୟିତ୍ରୀ ଲକ୍ଷ୍ମୀ ନାଗ, ବୈଜୟନ୍ତୀ ମହାକୁର, ଭାର୍ଗବୀ ରାଜପଲିଆ, ସସ୍ମିତା ଦୀପ, ଶିକ୍ଷକ ମୁରଲୀ ହାତୀଖୁଜିଆ, ପ୍ରହ୍ଲାଦ ସିନ୍ଧ୍ରୀଆ ଅତିଥି ଭାବେ ଯୋଗଦେଇ ପାକିସ୍ତାନ ବିରୁଦ୍ଧରେ ୧୯୭୧ ଯୁଦ୍ଧରେ ଭାରତୀୟ ଯବାନଙ୍କ ବୀରତ୍ୱ, ତ୍ୟାଗ, ବିଜୟ ସମ୍ବନ୍ଧରେ ବିସ୍ତୃତ ଭାବେ ବର୍ଣ୍ଣନା କରିଥିଲେ | ଛାତ୍ର ହିମାଂଶୁ ପୁଟେଲ, ଅର୍ମାନ ବାଗ, ଛାତ୍ରୀ ପ୍ରତୀକ୍ଷା ନାଗ, ଆରୋହୀ ରାଜପଲିଆ, ଦିବ୍ୟାରାଣୀ ହିଆଲ, ଅନିଶା ସୁନାନୀ ଦେଶାତ୍ମବୋଧକ ସଙ୍ଗୀତ ଗାନ କରିଥିଲେ | ଶିକ୍ଷୟିତ୍ରୀ ବନ୍ଦନା ରଣା ସ୍ୱାଗତ ଭାଷଣ ଦେଇଥିଲେ | ଲତିକା କଲେତ, ଅମ୍ରିତା ରାଜପଲିଆ, ଅଦିତି ରାଜପଲିଆ, ସମ୍ୟାରାଣୀ ମେହେର, ଅର୍ପିତା ପୁଟେଲ, ପ୍ରତୀକ୍ଷା ନାଗ, ନେହାରିକା ଧରୁଆ, ମହେଶ ଖଣ୍ଡଗିରି, ଶୁଭମ ବାରିକ, ଅମ୍ରିତ ମାହାର, ଯୋଗମୟ ବାଗ, ୟଶରାଜ ଚାନ୍ଦ ପ୍ରମୁଖ ଛାତ୍ରୀଛାତ୍ର ଆଲୋଚନାରେ ଅଂଶଗ୍ରହଣ କରିଥିଲେ | ଶେଷରେ ଶିକ୍ଷୟିତ୍ରୀ ସଙ୍ଗୀତା ବାଗ ଧନ୍ୟବାଦ ଅର୍ପଣ କରିଥିଲେ | ଶିକ୍ଷୟିତ୍ରୀ ଶିକ୍ଷକ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.