ଶ୍ରୀ ବିନାୟକ ୟୁଥ କ୍ଲବ ପକ୍ଷରୁ ବ୍ଲକ ସ୍ତରୀୟ ଖେଳ ପ୍ରତିଯୋଗିତା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଭାରତ ସରକାର ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରାଳୟ ଅଧିନସ୍ଥ ମୋ ଭାରତ କଳାହାଣ୍ଡି ଶାଖା ନେତୃତ୍ୱରେ ଆଜି ମ.ରାମପୁର ବ୍ଲକ ମୁଡିଙ୍ଗ ଗ୍ରାମ ପଞ୍ଚାୟତ ପାକେଲପଡା ଶ୍ରୀ ବିନାୟକ ୟୁଥ କ୍ଲବ ପକ୍ଷରୁ ବ୍ଲକ ସ୍ତରୀୟ ଖେଳ ପ୍ରତିଯୋଗିତା ଉତଘାଟିତ ହୋଇଯାଇଛି। ଆଜି ପ୍ରଥମ ଦିନରେ ଡ଼ୁମେରମୁଣ୍ଡା ସହ ସିକେରପଡା ମଧ୍ୟରେ ଖେଳ ଆରମ୍ଭ ହୋଇଥିବାବେଳେ ଏଥିରେ ଟ୍ରାଇବ୍ରେକର ସହ‌ଯୋଗ ନିଆଯାଇଥିଲା। ଏଥିରେ ଡ଼ୁମେରମୁଣ୍ଡା ଦଳ କୁ ସିକେରପଡା ଦଳ ୨ ଗୋଲ ଦେଇ ପରାସ୍ତ କରିଥିଲା! ଏଥିରେ ପୂର୍ବତନ ଶିକ୍ଷକ ଶ୍ରୀ ବାବୁଲାଲ କୁମାର, ୱର୍ଡ ସଭ୍ୟ ଶ୍ରୀ ରବୀନ୍ଦ୍ର ଭୋଇ, ୱର୍ଡ ସଭ୍ୟ ଶ୍ରୀ ଦୃ୍ଯ୍ୟୋଧନ ସୁନା, ସ୍ବେଛାସେବୀ ତଥା ପ୍ରକୃତି ବନ୍ଧୁ ଶ୍ରୀ ସନତ କୁମାର ସାହୁ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ। ୟୁଥ କ୍ଲବର ସଭାପତି ଯଶୋବନ୍ତ ଗହିର, ସମ୍ପାଦକ ଲକ୍ଷ୍ୟାପତି ଭୋଇ ଓ କାର୍ଯ୍ୟକାରୀ ସମ୍ପାଦକ ସର୍ଜନ ବଗର୍ତ୍ତୀ ଦାଇତ୍ୱ ତୁଲାଇଥିଲେ। ଏହି ଖେଳରେ ମୁଖ୍ୟ ରେଫରୀ ଲବ ସୁନାନି, ସହାୟକ ରେଫରି ଦିନେଶ କୁମାର ଓ ବିନୋଦ ହେର୍ଣ୍ଣା, ବିକ୍ରମ ନାଗ ଦାଇତ୍ୱ ତୁଲାଇଥିଲେ। ବିଦ୍ୟାଧର ଭୋଇ, ବାଞ୍ଛା ଭୋଇ, ମୁକେଶ ନାଗ ସର୍ଜନା ଜାନୀ, ମାଧ ବାଗର୍ତ୍ତି, ଅନିଲ ଭୋଇ, ନରେଶ ସମେତ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.