ଜୁନାଗଡ ଉଚ୍ଚ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ ଉଦଘାଟିତ

ଓଡ଼ିଆ ବାର୍ତ୍ତା/ ଜୁନାଗଡ଼ (ସ୍ବାସ୍ତିଦୀପ ଆଦିତ୍ୟ): ଜୁନାଗଡ ପି.ଏମ୍.ଶ୍ରୀ ଜୁନାଗଡ ଉଚ୍ଚ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ ଉଦଘାଟିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନେପାଲ ଚନ୍ଦ୍ର ବାଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ଜୁନାଗଡ ନଗରପାଲିକା ହିମାଦ୍ରୀ ନାଏକ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଛାତ୍ରଛାତ୍ରୀ ଶିକ୍ଷା ସହିତ କ୍ରୀଡାର ଗୁରୁତ୍ଵ ଉପରେ ବକ୍ତବ୍ୟ ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ଶାରିରୀକ ଶିକ୍ଷା ଅଧିକାରୀ ରୁପସିଂ ରାଉତ, ଗୋଷ୍ଠୀ ଶିକ୍ଷା ଅଧିକାରୀ ତପନ ମାଝୀ, ବିଶିଷ୍ଟ ସମାଜସେବୀ ଦୁର୍ଗା ପ୍ରସାଦ ନାଏକ, ଆଲୁମିନି କମିଟି ସଭାପତି ସନ୍ତୋଷ ସିଂହ ଦେଓ, ପରିଚାଳନା କମିଟି ସଭାପତି ଓ ମୁଖ୍ୟା ବିରୁପକ୍ଷ ନାଏକ, ହିମାନ୍ଦ୍ରି ସିନ୍ଦୂର ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀଙ୍କ ଉତ୍ସାହିତ କରିଥିଲେ। ବରିଷ୍ଟ ଶିକ୍ଷକ ମଳୟ କୁମାର ମୁଣ୍ଡ ସ୍ୱାଗତ ଦେଇଥିବା ବେଳେ ଶିକ୍ଷକ ବିଭୁ ଭୂଷଣ ପଣ୍ଡା ଧନ୍ୟବାଦ୍ ଦେଇଥିଲେ ଓ ଶିକ୍ଷକ ସଞ୍ଜୀବ କୁମାର ପଣ୍ଡା ସଂଯୋଜନା କରିଥିଲେ। କ୍ରୀଡା ଦାୟିତ୍ୱରେ ଥିବା ଶିକ୍ଷକ ଭବାନୀ ଶଙ୍କର ମାଝୀ ବିଭିନ୍ନ କ୍ରୀଡାର ଆୟୋଜନ କରିଥିବା ବେଳେ ଶିକ୍ଷକ ମନୋଜ କୁମାର ନାଏକ, ଚୁମନ୍ ଦାସ ନାଏକଙ୍କ ସମେତ ସମସ୍ତ ଶିକ୍ଷକ ଏବଂ ଛାତ୍ରଛାତ୍ରୀ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.