ପେଟ୍ରୋଲିୟମ ପରିବହନ ଗ୍ୟାସ ପାଇପ ଲାଇନ୍ ପାଇଁ ପ୍ରଭାବିତ ଜମି ମାଳିକଙ୍କୁ ନେଇ ଜନ ଶୁଣାଣୀ

ଜମି ଦେବାକୁ ମନାକଲେ ପ୍ରଭାବିତ ଜମି ମାଲିକ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ପେଟ୍ରୋଲିୟମ ଉତ୍ପାଦ ଗୁଡ଼ିକର ପରିବହନ ପାଇଁ ପାଇପ ଲାଇନ୍ ପରିଯୋଜନାର ପ୍ରଭାବିତ ଜମି ମାଳିକଙ୍କୁ ନେଇ ଲାଞ୍ଜିଗଡ଼ ତହସିଲ କାର୍ଯ୍ୟାଳୟ ପରିସରରେ ଅଭିଯୋଗ ଜନ ଶୁଣାଣୀ ହୋଇଛି। ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ଼ ଦ୍ଵାରା ଆନ୍ଧ୍ର ପ୍ରଦେଶ ରାଜ୍ୟର ବିଶାଖାପାଟଣାମ ଠାରୁ ଛତିଶଗଡ଼ ରାଜ୍ୟର ରାୟପୁର ପର୍ଯ୍ୟନ୍ତ ପେଟ୍ରୋଲିୟମ ଉତ୍ପାଦ ଗୁଡ଼ିକର ପରିବହନ ପାଇଁ ଏକ ଭୂତଳ ପାଇପ ଲାଇନ୍ ବିଛାଯିବା ପାଇଁ ଜମିର ବ୍ୟବହାର କରିବା ଅଧିକାର ପାଇଁ ଅଧିଗୃହୀତ ହେବାକୁ ଥିବା ଜମି ଗୁଡ଼ିକର ବିବରଣୀ ଚଳିତ ବର୍ଷ ତା-୦୧/୧୦/୨୦୨୫ରିଖରେ ଭାରତୀୟ ରାଜପତ୍ରର ଅଧିସୁଚନା ସଂଖ୍ୟା ଏସ ଓ ୪୪୯୮(ଅ)ତା ୩୦/୦୯/୨୦୨୫ ତାରିଖରେ ପ୍ରକାଶ ପାଇଛି। ଏହାକୁ ନେଇ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଅନ୍ତର୍ଗତ ବିଶ୍ଵନାଥପୁର, ଲାଞ୍ଜିଗଡ଼ରୋଡ ପଞ୍ଚାୟତ ସିକେରକୁପା, ଗଜରାଜପୁର ପ୍ରମୁଖ ଅଞ୍ଚଳର ଜମି ଅଧିଗ୍ରହଣ କରାଯିବ। ଏହାକୁ ନେଇ ପ୍ରଭାବିତ ଜମି ମାଳିକଙ୍କ ଜନ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି। ସକ୍ଷମ ପ୍ରାଧିକାରୀ ପବିତ୍ର କୁମାର ସାମଲଙ୍କ ନେତୃତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଶ୍ଵନାଥପୁର ଓ ଲାଞ୍ଜିଗଡ଼ରୋଡ ପ୍ରଭାବିତ ଜମି ମାଳିକ ଉପସ୍ଥିତିରେ ଲାଞ୍ଜିଗଡ଼ରୋଡ଼ ସରପଞ୍ଚ ମମତା ଶବର,  ଏଚପି ସିଏଲ ପ୍ରୋଜେକ୍ଟ ମେନଜର ଆରସି ସେଠି, ଏଲଏ ସେକ୍ସନ ଅଫିସର ନନ୍ଦକିଶୋର ମଲ୍ଲିକ, ପ୍ରୋଜେକ୍ଟ ଅଫିସର ଅମିତ କୁମାର ପ୍ରମୁଖ ଉପସ୍ଥିତ ରହି ଜମି ଅଧିଗ୍ରହଣ ପ୍ରକ୍ରିୟା ଉପରେ ଆଲୋକପାତ କରିଥିଲେ। କମ୍ପାନୀ ଦ୍ଵାରା ଦିଆଯାଉଥିବା ରାଶି ଓ ସର୍ତ୍ତାବଳୀ ଉପରେ କୌଣସି ପ୍ରଭାବବିତ ଜମି ମାଳିକ ରାଜି ନହେବା ସହିତ ଜମି ଛାଡ଼ିବାକୁ ଅନିଚ୍ଛା ପ୍ରକାଶ କରିବା ସହିତ ଜମି ପାଇଁ ଲଢେ଼ଇ କରିବାକୁ ମଧ୍ୟ ପ୍ରସ୍ତୁତ ଥିବା ପ୍ରକାଶ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.