ପ୍ରଗତି ମହାବିଦ୍ୟାଳୟରେ ବିଶାଳ ରକ୍ତଦାନ ଶିବିର ଆୟୋଜିତ

ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା (ଅଲତାଫ ଅଲ୍ଲୀ ଖାଁ): ଭବାନୀପାଟଣା ସହରସ୍ଥିତ ପ୍ରଗତି ଅନୁଷ୍ଠାନର ମୁଖ୍ୟ ଇଂ ଅଜୟ କୁମାର ପଣ୍ଡାଙ୍କ ଜନ୍ମଦିନ ପାଳନ ଅବସରରେ ପ୍ରଗତି ମହାବିଦ୍ୟାଳୟରେ ବିଶାଳ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଳା ଜନ ସ୍ଵାସ୍ଥ୍ୟ ଅଧିକାରୀ ଡ଼ଃ ରାକେଶ କୁମାର ସାହୁ, ଜିଲ୍ଲା ଜେଲ ମେଡିକାଲ ଅଫିସର ଡ଼ଃ ରାଜେନ୍ଦ୍ର ନାରାୟଣ ବିଶ୍ୱାଳ ଓ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଶ୍ରୀ ରାଧାକାନ୍ତ ଛତ୍ରୀ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ରକ୍ତଦାନ ମହତ ଦାନ ବୋଲି ମତପ୍ରକାଶ କରିବା ସହିତ ଆୟୋଜକମାନଙ୍କୁ ପ୍ରସଂଶା କରିଥିଲେ । ପ୍ରଗତି ମହାବିଦ୍ୟାଳୟର ଯୁବ ରେଡକ୍ରସର ସ୍ବେଚ୍ଛାସେବୀ, ରେଡ଼ ରିବନ କ୍ଲବ, ଏନସିସି ଏବଂ ଏନଏସଏସ ସ୍ବେଚ୍ଛାସେବୀମାନଙ୍କ ସହଯୋଗରେ ପ୍ରଗତି ଶିକ୍ଷାନୁଷ୍ଠାନର ସମସ୍ତ ଅଧ୍ୟାପକ ଅଧ୍ୟାପିକା, ଶିକ୍ଷକ ଶିକ୍ଷୟିତ୍ରୀ, ଅଭିଭାବକ ଅଭିଭାବିକା, ଛାତ୍ରଛାତ୍ରୀ ତଥା ଅଣଶୈକ୍ଷିକ କର୍ମଚାରୀ ପ୍ରମୂଖ ରକ୍ତଦାନ କରିଥିଲେ । ପ୍ରଗତି ଶିକ୍ଷାନୁଷ୍ଠାନ ମୁଖ୍ୟ ଇଂ ଅଜୟ କୁମାର ପଣ୍ଡା, ପ୍ରଗତି ଶିକ୍ଷାନୁଷ୍ଠାନର ଚେୟାର ପରସନ ସୁଶ୍ରୀ ସଂଗୀତା ପଣ୍ଡା, ପ୍ରଗତି ପରିଚାଳନା ସଭାପତି ଶ୍ରୀ ଲକ୍ଷ୍ମୀକାନ୍ତ ବେହେରା, ପ୍ରଗତି ମହାବିଦ୍ୟାଳୟର ଅଧ୍ୟକ୍ଷ ତାପସ ପରିମାଣିକ, ଯୁବ ରେଡକ୍ରସ କାଉନ୍ସେଲର ରୁପ୍ରା ଶ୍ରୀ ସୁଧୀର କୁମାର ପଣ୍ଡା ଏହି ରକ୍ତ ଦାନ କାର୍ଯ୍ୟକ୍ରମଟିକୁ ଉଦଘାଟନ କରିଥିଲେ । ପ୍ରଥମେ ପ୍ରଗତି ଶିକ୍ଷାନୁଷ୍ଠାନର ମୁଖ୍ୟ ଅଜୟ କୁମାର ପଣ୍ଡା ଏବଂ ଚେୟାର ପରସନ ସୁଶ୍ରୀ ସଂଗୀତା ପଣ୍ଡା ରକ୍ତଦାନ କରି ଏହି ପ୍ରକ୍ରିୟାକୁ ଆରମ୍ଭ କରିଥିଲେ । ହାୟର ସେକେଣ୍ଡାରୀ ସ୍କୁଲର ଅଧ୍ୟକ୍ଷ ଶେଷଦେବ ମୁଣ୍ଡ, କଂସେପ୍ଟ ସ୍କୁଲ ଅଧ୍ୟକ୍ଷ ଚିନ୍ମୟ ଗୁରୁ, କଲିଜିଏଟ ସ୍କୁଲ ପ୍ରଧାନ ଶିକ୍ଷକ ଲୋକନାଥ ଖଡ଼ିକାର, ଜୁନିଅର ଉଇଁଗ୍ସ ଅଧ୍ୟକ୍ଷା ଆର୍ସିଆ ସାଏଲା, ପ୍ରାଇମ ଅଧ୍ୟକ୍ଷ ରାଜଶ୍ରୀ ନାଏକ ପ୍ରମୁଖ ରକ୍ତଦାନ କରିଥିଲେ । କଳାହାଣ୍ଡି ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କ ତତ୍ତ୍ୱାବଧାନରେ ଏହି ରକ୍ତଦାନ ଶିବିରରେ ପାଖାପାଖି ୧୦୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି । ବିଗତ ଦିନମାନଙ୍କ ଭଳି ପ୍ରଗତି ଶିକ୍ଷାନୁଷ୍ଠାନ ଆଗାମୀ ଦିନମାନଙ୍କରେ ମଧ୍ୟ ସାମାଜ ସେବା କ୍ଷେତ୍ରରେ ନିଜକୁ ନିୟୋଜିତ ରଖିଥିବ ବୋଲି ପ୍ରଗତି ଶିକ୍ଷାନୁଷ୍ଠାନର ମୁଖ୍ୟ ଇଂ ଅଜୟ କୁମାର ପଣ୍ଡା ମତ ପ୍ରକାଶ କରିଥିଲେ । ପରିଶେଷରେ ପ୍ରଗତି ମହାବିଦ୍ୟାଳୟର ଯୁବ ରେଡକ୍ରସ କାଉନସେଲର ଜେ ଏସ ଅମର୍ତ୍ତ୍ୟ ବଣିଆ ଧନ୍ୟବାଦ ଅର୍ପଣ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.