ମୁକେଶ ଅଗ୍ରଓ୍ବାଲ ପୁଣିଥରେ କଳାହାଣ୍ଡି ଜିଲା ଭାଜପା ଉପସଭାପତି ମନୋନୀତ 

ଓଡ଼ିଆ ବାର୍ତ୍ତା/ ଜୁନାଗଡ଼ (ସ୍ବାସ୍ତିଦୀପ ଆଦିତ୍ୟ): ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ କଳାହାଣ୍ଡି ଜିଲା ଭାଜପା ସଭାପତି ଯୁଗଳ କିଶୋର ପୋଢ଼ ଜିଲାର ବିଭିନ୍ନ ପଦାଧିକାରୀଙ୍କ ନାମ ଘୋଷଣା କରିଛନ୍ତି। ଏହି କ୍ରମରେ ଜିଲାର ବରିଷ୍ଠ ଭାଜପା ନେତା ମୁକେଶ ଅଗ୍ରୱାଲଙ୍କୁ ପୁଣି ଥରେ ଜିଲା ଉପସଭାପତି ଭାବେ ଦାୟିତ୍ବ ପ୍ରଦାନ କରାଯାଇଛି। ଯାହାକୁ ନେଇଁ ମୁକେଶଙ୍କ ସମର୍ଥକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ଏହାପୂର୍ବରୁ ମୁକେଶ ଭାଜପାର ଜିଲା ଉପସଭାପତି, ଜିଲା ଯୁବ ମୋର୍ଚ୍ଚାର ଉପ ସଭାପତି, ସାଧାରଣ ସମ୍ପାଦକ ରହିଥିବାବେଳେ ଜୁନାଗଡ଼ ଏନଏସି ନିର୍ବାଚନରେ ଭାଜପାରୁ ପ୍ରତ୍ୟକ୍ଷ ଭାବେ ସିଧାସଳଖ ଲୋକଙ୍କ ଭୋଟ ପାଇ ନଗରପାଳ ଭାବେ ନିର୍ବାଚିତ ହୋଇଥିଲେ। ସେହିପରି ଉକ୍ତ ଏନଏସିରେ ୨ ଥର ଭାଜପା ପକ୍ଷରୁ ଲଗାତାର କାଉନସିଲର ରହିବା ସହ ଗତ କିଛି ତଳେ ନୂଆପଡା ସାଧାରଣ ନିର୍ବାଚନରେ ଭାଜପା ପାର୍ଥି ଜୟ ଢୋଲକିଆ ବିଜୟୀ ହେବାରେ ମଧ୍ୟ ତାଙ୍କ ପ୍ରମୁଖ ଭୂମିକା ରହିଥିଲା। ଆଗାମୀ ଦିନରେ ଜିଲାର ସଂଗଠନକୁ ସୁଦୃଢ଼ କରିବା ସହ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିକାଶ ଧାରାକୁ ତୃଣ ମୂଳ ସ୍ତରରେ ପହଞ୍ଚାଇବା ପାଇଁ କାର୍ଯ୍ୟ କରିବି ବୋଲି ଜିଲା ଉପସଭାପତି ମୁକେଶ ପ୍ରକାଶ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.