ଜାନୁୟାରୀ ୫ ରୁ ଆରମ୍ଭ ହେବ ରୁପ୍ରାରୋଡ କଳାପାହାଡ଼ କ୍ରିକେଟ ଟୁର୍ଣ୍ଣାମେଣ୍ଟ

ଭାଗ ନେବେ ୮ ଜିଲ୍ଳାର ୧୬ ଗୋଟି ଟିମ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ରୁପ୍ରାରୋଡ ର ଅଗ୍ରଣୀ ସଂସ୍ଥା କଳାପାହାଡ଼ କ୍ରିକେଟ ଆସୋସିଏସନ ର ଆୟୋଜନ କ୍ରମେ ଗତ ୬ ବର୍ଷ ହୋଇଗଲା ଅନୁଷ୍ଠିତ ହୋଇ ଆସୁଛି କ୍ରିକେଟ ଟୁର୍ଣ୍ଣାମେଣ୍ଟ। ଏହି କଳାପାହାଡ଼ କ୍ରିକେଟ ଟୁର୍ଣ୍ଣାମେଣ୍ଟ ରେ ଅଂଶ ଗ୍ରହଣ କରିବା ନିମନ୍ତେ ଅଞ୍ଚଳ ତଥା ପଡ଼ୋଶୀ ଜିଲ୍ଲାର କ୍ରିକେଟ ଟିମ ଗୁଡ଼ିକ ଚାତକ ପରି ଚାହିଁ ରହିଥାନ୍ତି। ଚଳିତ ସିଜନ ରେ ମଧ୍ୟ ରୁପ୍ରାରୋଡ ର ଅଗ୍ରଣୀ ଅନୁଷ୍ଠାନ କଳାପାହାଡ଼ କ୍ରିକେଟ ଆସୋସିଏସନ ନୂଆ ବର୍ଷ ଜାନୁୟାରୀ ୫ ରୁ ଆୟୋଜନ କରୁଛି ରାଜ୍ଯ ସ୍ତରୀୟ କ୍ରିକେଟ ପ୍ରତିଯୋଗିତା। ବୁଧବାର ସ୍ଥାନୀୟ ଶ୍ରୀରାମ ମନ୍ଦିର ଠାରେ ଅନୁଷ୍ଠାନ ର ସଭାପତି ରିନେଶ ଅଗ୍ରୱାଲ ଙ୍କ ଅଧ୍ୟକ୍ଷତାରେ ଏନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଅନୁଷ୍ଠାନର ସାଧାରଣ ସମ୍ପାଦକ ଧୀରେନ୍ଦ୍ର ଖେତାନ, ବରିଷ୍ଠ ସଦସ୍ୟ ନୀରଜ ଶର୍ମା(ସାନୁ), ଚନ୍ଦନ ମହାନ୍ତି, ମାଧବ ମହାଉତି, ରୋହିତ ବନଛୋର, ସଞ୍ଜୟ ଭୋଇ, ସଚିନ କାଲକାଲା, ବେଣୁ, ସୁଦୀପ୍ତ, ପ୍ରମୁଖ ଅଂଶ ଗ୍ରହଣ କରିଥିବା ବେଳେ ବଲବସପୁର କ୍ରିକେଟ ଏସୋସିଏସନ ର ୧୫ ଜଣ ସଦସ୍ୟ ଉପସ୍ଥିତ ରହି ଶୃଙ୍ଖଳିତ ଭାବରେ ଟୁର୍ଣ୍ଣାମେଣ୍ଟ ପରିଚାଳନା ନେଇ ସୁଚିନ୍ତିତ ମତାମତ ଦେଇଥିଲେ। ଅନୁଷ୍ଠାନ ର ବରିଷ୍ଠ ସଦସ୍ୟ ନୀରଜ ଶର୍ମା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସମସ୍ତ କର୍ମକର୍ତ୍ତା ଓ ସଦସ୍ୟ ମାନଙ୍କ ମତାନୁଯାୟୀ ଆସନ୍ତା ଜାନୁୟାରୀ ୫ ନୂଆ ବର୍ଷରୁ ୧୪ ଯାଏଁ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବ। ଏହି ରାଜ୍ୟ ସ୍ତରୀୟ ଟୁର୍ଣ୍ଣାମେଣ୍ଟ ରେ ପ୍ରାୟ ୮ ଗୋଟି ଜିଲ୍ଲାର ୧୬ ଗୋଟି କ୍ରିକେଟ ଟିମ ଅଂଶ ଗ୍ରହଣ କରିବେ। ଶୃଙ୍ଖଳା ଦୃଷ୍ଟିରୁ ଏହି ଟୁର୍ଣ୍ଣାମେଣ୍ଟ ର ପରିଚାଳନା ପାଇଁ ବିଭିନ୍ନ ଦିଗ ଉପରେ ଆଲୋଚନା କରାଯାଇଥିଲା। ଟୁର୍ଣ୍ଣାମେଣ୍ଟ ପାଇଁ ପଡିଆକୁ ପ୍ରସ୍ତୁତ କରାଯିବା ଉପରେ ବିଶେଷ ଗୁରୁତ୍ଵ ଦେଇ ପଦକ୍ଷେପ ନେବାକୁ ସଭାପତି ଶ୍ରୀ ଅଗ୍ରୱାଲା ସମସ୍ତଙ୍କୁ ଅନୁରୋଧ କରିଥିଲେ। ଶେଷରେ ସମ୍ପାଦକ ଶ୍ରୀ ଖେତାନ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.