ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ରାଜୀବ ଗାନ୍ଧିଙ୍କ ୭୫ତମ ଜନ୍ମ ବାର୍ଷିକି ପାଳିତ

ରକ୍ତଦାନ ଶିବିରରେ ୧୩ ୟୁନିଟ୍ ରକ୍ତ ସଂଗ୍ରହ

ରାୟଗଡ,୨୦/୮ : ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତଃ ରାଜୀବ ଗାନ୍ଧୀଙ୍କ ୭୫ତମ ଜନ୍ମ ବାର୍ଷିକୀ ଅବସରରେ କୋରାପୁଟ ଲୋକସଭା ଯୁବ କଂଗ୍ରେସ କମିଟିର ସଭାପତି ଭବାନୀଶଙ୍କର ଜେନାଙ୍କ ନେତୃତ୍ୱରେ ରାୟଗଡ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ରକ୍ତ ଭଣ୍ଡାରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ୧୩ଜଣ ରକ୍ତଦାତା ନିଜର ରକ୍ତଦାନ କରିଥିବା ବେଳେ ସଂଗୃହିତ ୧୩ୟୁନିଟ୍ ରକ୍ତ ଭଣ୍ଡାରକୁ ପ୍ରଦାନ କରାଯାଇଛି । ସେହିପରି ଯୁବ କଂଗ୍ରେସ କମିଟିର ସନ୍ତୋଷ ମାଣ୍ଡାଙ୍ଗି, ଏମ.ଭି.ରାମଣା, ମନୋଜ ରାଉତ, ସନ୍ତୋଷ ଦାଶ ପ୍ରମୁଖ ଅଂଶଗ୍ରହଣ କରିଥିବା ବେଳେ ରକ୍ତ ଭଣ୍ଡାର କର୍ମଚାରୀମାନେ ପରିଚାଳନାରେ ସହଯୋଗ କରିଥିଲେ ।

ରାୟଗଡରୁ ସ୍ବତନ୍ତ୍ର ପ୍ରତିନିଧି ଶିବ ନାରାୟଣ ଗୌଡଙ୍କ ରିପୋର୍ଟ odiabarta.in
For latest news & updates, click on bell button and subscribe to notifications.
Like us on Facebook👇
http://facebook.com/odiabarta
Click here to get daily News  & Views update 👇
https://bit.ly/OBgroup3
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.