ଘରୋଇକରଣକୁ ବିରୋଧ : ଆନ୍ଦୋଳନକୁ ଓହ୍ଲାଇଲେ ବଡମାଲ ଗୋଳାବାରୁଦ କାରଖାନା କର୍ମଚାରୀ (Visual News)

ସଇଁତଲା,୨୧/୮ : ଦେଶର ପ୍ରତିରକ୍ଷା ବିଭାଗର ରକ୍ଷା କବଚ ସଦୃଷ୍ୟ ଗୋଳାବାରୁଦ କାରଖାନା ଭାରତ ସରକାରଙ୍କ ଅଧିନରେ ରହିଆସିଛି । ଦେଶ ସ୍ବାଧୀନ ହେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ୫ଟି ସମରରେ ଏହି ପ୍ରତିଷ୍ଠାନ ଦେଶରକ୍ଷା କାର୍ଯ୍ୟରେ ଗୁରୁତ୍ବପୂଣ୍ଣ ଭୂମିକା ନିର୍ବାହ କରିଛି । ଦେଶର ୪୧ଗୋଟି ଅର୍ଡିନାନ୍ସ ଫେକ୍ଟ୍ରିର କର୍ମଚାରୀ ମାନଙ୍କ କଠୋର ପରିଶ୍ରମ ଓ ବିଶ୍ବାସନୀୟ ସେବା ବଳରେ ଉତ୍ତମ ଗୁଣବତ୍ତା ରହିତ ଗୋଳାବାରୁଦ ଯୋଗାଇ ଆସୁଛନ୍ତି ଏହି କାରଖାନା ସମୁହ । କିନ୍ତୁ ବିଜେପି ସରକାର କ୍ଷମତାକୁ ଆସିବାପରେ ଏହି ଗୁରୁତ୍ବପୂର୍ଣ୍ଣ ସଂସ୍ଥାକୁ ନିଗମିକରଣ କରିବାକୁ ସ୍ଥିର କରିଛନ୍ତି । ସୁରକ୍ଷା ଅର୍ଗାନାଇଜେସନ୍ ଯଦି ଘରୋଇକରଣ ହେବ ତେବେ ବିଭିନ୍ନ ପ୍ରକାରର ଅସୁବିଧା ସୃଷ୍ଟି ହେବାର ଆଶଙ୍କାକୁ ଏଡାଇ ଦିଆଯାଇ ପାରିବନାହିଁ ।

Omkar Vasthu
Omkar Vasthu
(କ୍ଲିକ କରି ଦେଖନ୍ତୁ ଭିଡିଓ 👆)

ତେବେ ଘରୋଇ କରଣକୁ ବିରୋଧ କରି ଏକ ମାସ ଧରି ବନ୍ଦ ଡାକରା ଦେଇଛି ଫେଡେରେସନ । ଫେଡେରେସନର ଡାକରାରେ ଦେଶର ୪୧ଗୋଟି ଅର୍ଡିନାନ୍ସ ଫେକ୍ଟ୍ରି ବନ୍ଦ ରହିଛି । ସେହି କ୍ରମରେ ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ବଡମାଲ ଗୋଳାବାରୁଦ କାରଖାନାକୁ ବନ୍ଦ କରି ଆନ୍ଦୋଳନକୁ ଓହ୍ଲାଇଛନ୍ତି କର୍ମଚାରୀ । ସରକାର ନିଗମିକରଣ ବନ୍ଦ ନକଲେ ଆନ୍ଦୋଳନ ଆହୁରି ବ୍ୟାପକ ହେବ ବୋଲି ସେମାନେ ଚେତାବନି ଦେଇଛନ୍ତି । ଉକ୍ତ ପ୍ରତିବାଦରେ ଚ୍ୟାରମେନ ରବିନ୍ଦ୍ର କୁମାର ମିଶ୍ର, ସଂପାଦକ ସତ୍ୟ ନାରାୟଣ ମାଝୀ, AID ସଦସ୍ୟ ମନୋଜ କୁମାର ଗୌଡା, କର୍ମଚାରୀ ୟୁନିୟନ ସାଧାରଣ ସଂପାଦକ ସଂଜିବ କୁମାର ବଗର୍ତ୍ତୀ, କେଦାର ବାରିକ, ପ୍ରଶାନ୍ତ ବେହେରା, ନରେନ୍ଦ୍ର ପଧାନ, ସ୍ୟାମଲ ସୁନା, ହରିହର ସିଂ, ଭରତ ମାଝି, ଅରୁଣ ପୁଟେଳଙ୍କ ସମେତ ବଡମାଲ ଗୋଳାବାରୁଦ କାରଖାନାର ସମସ୍ତ କର୍ମଚାରୀ ପ୍ରତିବାଦରେ ପୂର୍ଣ୍ଣ ସମର୍ଥନ କରିଥିଲେ ।

Pearl dental clinic
Near Ashish Medical Store, Bhawanipatna
ସଇଁତଲାରୁ ଗୋକୁଳାନନ୍ଦ ବଗର୍ତ୍ତୀଙ୍କ ରିପୋର୍ଟ odiabarta.in
For latest news & updates, click on bell button and subscribe to notifications.
Like us on Facebook👇
http://facebook.com/odiabarta
Click here to get daily News  & Views update 👇
https://bit.ly/OBgroup3

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.