ଆଗକୁ ନୂଆଖାଇ : ଗାଁ ଠୁ ସହର ଉତ୍ସବର ମାହୋଲ, ଯୋର ସୋର ରେ ଚାଲିଛି ପ୍ରସ୍ତୁତି

ସୋନପୁର,୨୨/୮ : ଆଗକୁ ନୂଆଖାଇ । ପଶ୍ଚିମ ଓଡ଼ିଶାର ଏହି ଗଣପର୍ବକୁ ନେଇ ଉତ୍ସବ ମୁଖର ଗାଁଠୁ ସହର । ସମସ୍ତଙ୍କ ମନରେ ପ୍ରବଳ ଉତ୍ସାହ ଉଦ୍ଦିପନା । ଆସନ୍ତା ସେପ୍ଟମ୍ବର ମାସ ୩ ତାରିଖ ମଙ୍ଗଳବାର ଦିନ ପାଳିତ ହେବାକୁ ଥିବା ଉକ୍ତ ପର୍ବକୁ ନେଇ ପ୍ରତି ଘରେ ବ୍ୟସ୍ତତାର ଛବି । ଘର ସଜ୍ଜାରେ ଲାଗି ପଡ଼ିଛନ୍ତି ଗୃହିଣୀ, ପିଲାଠୁ ବୁଢା ଯାଏ । କିପରି ସୁରୁଖୁରୁରେ ହସ ଉଲ୍ଲାସ ସହ ପାଳିତ ହେବ ନୂଆଖାଇ ତିହାର । ଘର ସଫା କମ ଗୁଡିକ ଆରମ୍ଭ ହେଲାଣି । ମାଟିକାନ୍ଥ ସବୁକୁ ଗ୍ରାମାଞ୍ଚଳର ମହିଳା ମାନେ ମାଟି ଲେପ ଲଗାଉଛନ୍ତି । ପୁଣି କିଛି ମାଟିକାନ୍ଥକୁ ଲାଲ ରଙ୍ଗର ମାଟିକୁ ପାଣିରେ ଗୋଲାଇ କାନ୍ଥ ସବୁକୁ ଚିକ୍କଣ କରୁଛନ୍ତି । ଚିକ୍କଣ କାନ୍ଥ ସବୁ ରଙ୍ଗେଇ ଯିବ ଏବଂ ବିଭିନ୍ନ ଲୋକ ଚରିତ୍ରକୁ ନେଇ ବିଭିନ୍ନ ଚିତ୍ର ଅଙ୍କାଯିବ । ଘରର ବିଭିନ୍ନ ସାମଗ୍ରୀ ସହ କୁରଲି, ଟୁପଲା, କୁଲା ସହ ଘରେ ଥିବା ବସ୍ତ୍ର ସବୁକୁ ଧୁଆଯାଉଛି । ସଫା ହେଉଛି ଯାବତୀୟ ଘରର ବସ୍ତ୍ର । କୃଷି ଭିତ୍ତିକ ଏହି ମହାପର୍ବର ଅନ୍ୟ ଏକ ଲକ୍ଷ୍ୟ ପରିବେଶକୁ ସଫା ଓ ସୁସ୍ଥ ରଖିବା । ଯାହାଫଳରେ ନିରାକରଣ ହୋଇପାରିବ ବର୍ଷା କାଳିନ ରୋଗ ସବୁ । ନୂଆଖାଇ ଯୋଗୁଁ ଶିଶୁ ଠାରୁ ବୃଦ୍ଧ ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ନୂଆବସ୍ତ୍ର କିଣା ଚାଲିଛି । ସରଗରମ ହୋଇ ଉଠିଛି ସହରର ବିଭିନ୍ନ ଦୋକାନ ବଜାର । ଭାଇଚାରାର ଏହି ପର୍ବ କେମିତି ହସ ଖୁସିରେ ବିତିଯିବ ସେନେଇ ପରିବାରରେ ଚାଲିଛି ଯୋଜନା । ହେଲେ ଚଳିତ ବର୍ଷର ବିଲମ୍ବିତ ଚାଷ କାର୍ଯ୍ୟରେ କିଛି ଚାଷୀଙ୍କୁ ଏହି ପର୍ବ ମାନିବାରେ ବାଧକ ସଜାଇଛି । କିଛି ଦାଦନ ଯାଇଥିବା ଲୋକ ମଧ୍ୟ ନୂଆ ଖାଇବାକୁ ଗାଁ ମାନଙ୍କୁ ଆସୁନଥିବା ଜଣାପଡିଛି । ଫଳରେ ଚଳିତ ବର୍ଷର ନୂଆଖାଇକୁ ଲୋକେ ଜାକଜକମରେ ପାଳିବାର ଆଶା ଦେଖାଯାଉନାହିଁ ।

Omkar Vasthu
Omkar Vasthu
ସୁବର୍ଣ୍ଣପୁର ଜିଲ୍ଲା ପ୍ରତିନିଧି ସୁଶାନ୍ତ କୁମାର ସାହୁଙ୍କ ରିପୋର୍ଟ odiabarta.in
ଗୁଗଲ୍ କ୍ରୋମ୍’ରେ odiabarta.in ଖୋଲନ୍ତୁ, ଲାଲ୍ ବେଲ୍ ବଟନ୍’ରେ କ୍ଲିକ୍ କରି ନୋଟିଫିକେସନ୍ ସବ୍ସକ୍ରାଇବ୍ କରନ୍ତୁ ଏବଂ ସମସ୍ତ ଖବର ଓ ବିଚାର ସୂଚନା ପାଆନ୍ତୁ

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.