ବ୍ରେକିଂ : ବିଶ୍ବନାଥପୁରରେ ମାଓ ପୋଷ୍ଟର

କୁଜି ନେତା ମାନଙ୍କୁ ଚେତାବନୀ ଦେଇ ପୋଷ୍ଟର ଜାରିକଲେ ଲାଲବାହିନୀ

ଲାଞ୍ଜିଗଡ,୨୩/୮ : କିଛି ଦିନର ନିରବତାପରେ ପରେ ପୁଣି ନିଜର ଉପସ୍ଥିତି ଜାହିର କରିଛି ଲାଲବାହିନୀ । ଆଜି (ଶୁକ୍ରବାର) ଲାଞ୍ଜିଗଡ ବ୍ଲକର ମୂଖ୍ୟାଳୟ ବିଶ୍ବନାଥପୁର ଠାରେ ଦେଖାଯାଇଛି ମାଓ ପୋଷ୍ଟର । ବିଶ୍ବନାଥପୁର ବସ୍ତିର ବିଜେପୁର ଛକ ଠାରେ ଏହି ପୋଷ୍ଟରକୁ ସକାଳୁ ଜନ ସାଧାରଣ ଦେଖିଥିଲେ । ଆଜି ବିଶ୍ବନାଥପୁରର ସାପ୍ତାହିକ ବଜାର । ବଜାରକୁ ଆସିଥିବା ସାଧାରଣ ଜନତା ପୋଷ୍ଟରକୁ ନିରେଖି ଚାହୁଁଛନ୍ତି । ସେମାନେ ଜାଣିବାକୁ ଚାହୁଛନ୍ତି ଏଠି କ’ଣ ଲେଖା ହୋଇଛି । ଏହାକୁ ନେଇ ଅଞ୍ଚଳରେ ଭୟର ବାତାବରଣ ଖେଳି ଯାଇଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଏଠାରେ ସୂଚନାଯୋଗ୍ୟଯେ ଗତ ଜୁଲାଇ ୨୧ ତାରିଖ ଦିନ ଏହି ବ୍ଲକ ଅନ୍ତର୍ଗତ ପାହାଡପଦର ହାଟରେ ଦିନ ଦ୍ବିପହରରେ ଠିକାଦାର ରାଜିନ୍ଦ୍ର ସାହୁ ଓ ସେହିଦିନ ରାତିରେ ବାବୁପଦର ଗାଁର ଭୀମ ଦୋରାକୁ ଗୁଳିକରି ହତ୍ୟା କରିଥିଲେ ମାଓବାଦୀ । ଏହି ଘଟଣା ସେହି ସମୟରେ ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବାବେଳେ ପୋଲିସର ମୁଣ୍ଡ ବିନ୍ଧାର କାରଣ ପାଳଟିଥିଲା । ପୋଲିସ ପକ୍ଷରୁ କୁମ୍ବିଂ ଅପରେସନକୁ ଜୋରଦାର କରାଯାଇଥିଲା । ଆଜକୁ ଠିକ ମାସେ ତଳେ ଅର୍ଥାତ ଜୁଲାଇ ୨୩ ତାରିଖ ଦିନ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇ କୋଟବୁଣ୍ଡେଲ ନିକଟରେ ପୋଲିସ ଗୁଳିରେ ଜଣେ ମାଓବାଦୀ ନିହିତ ହୋଇଥିଲା । 

Udyog Nursery
Udyogi Nursery

ଆଜି(ଶୁକ୍ରବାର) ବିଶ୍ବନାଥପୁର ଠାରେ ଦେଖାଯାଇଥିବା ମାଓ ପୋଷ୍ଟରରେ ବିଜେପୁର, ଲାଖବାହାଲି, ମାଳିପଡା, ବେନଗାଁ, ମୁସାନାଳ ଆଦି ଅଞ୍ଚଳର କୁଜି ନେତା ମାନଙ୍କୁ ଚେତାବନି ଦେଇ ନିଜର ଉପସ୍ଥିତି ଜଣାଇଛନ୍ତି ମାଓବାଦୀ । ଏହି ଅଞ୍ଚଳକୁ ୧୬୦ ଜଣ ମାଓବାଦୀ ପ୍ରବେଶ କରିଥିବା ଏଠାରେ ସୂଚିତ ହୋଇଛି । ପୋଷ୍ଟରରେ ୨୨ ତାରିଖ ଲେଖା ହୋଇଥିବାରୁ ଗତ ରାତିରେ ଏହାକୁ ମାଓବାଦୀମାନେ ଲଗାଇଥିବା ସ୍ପଷ୍ଟ ହେଉଛି । ଏହି ପୋଷ୍ଟରରେ ଭାରତ କମ୍ୟୁନିଷ୍ଟ ପାର୍ଟି (ମାଓବାଦୀ) ବଂଶଧାରା – ଘୁମସର ଓ ନାଗାବଳୀ ଡିଭିଜନ ପକ୍ଷରୁ ଜାରି ହୋଇଥିବା ଉଲ୍ଲେଖ ଥିବାବେଳେ ପୋଷ୍ଟର ତଳେ ସଂପାଦକ – ଉମାକାନ୍ତ, ବିକିଏନ ଡିଭିଜନାଲ କମିଟି ସିପିଆଇ ମାଓବାଦୀ ବୋଲି ଲେଖାଯାଇଛି ।

ଲାଞ୍ଜିଗଡ ପ୍ରତିନିଧି ଦୂଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ odiabarta.in
Like us on Facebook👇
http://facebook.com/odiabarta
Click here to get daily News  & Views update 👇
https://bit.ly/OBgroup3

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.