ପାନୀୟ ଜଳ ପାଇଁ ଡହଳ ବିକଳ ଅଣ୍ଟାରିଗୁଡା ସାହି ବାସିନ୍ଦା

ରାୟଗଡ ସହରରେ ମଧ୍ୟ ପାନୀୟ ଜଳ ପାଇଁ ଯିବାକୁ ପଡୁଛି ୧ କିଲୋମିଟର

ଗାତ ଖୋଳି ବୋହୁଛନ୍ତି ପାଣି, ଜନସ୍ୱାସ୍ଥ୍ୟ ବିଭାଗ ନୀରବଦ୍ରଷ୍ଟା

ରାୟଗଡ,୨୩/୮: ଘର ଘରକୁ ପାନୀୟ ଜଳ ଯୋଗାଇବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ନୂଆ ନୂଆ ନାମରେ ବିଭିନ୍ନ ଯୋଜନାର ବଡ ବଡ ଘୋଷଣାଗୁଡିକ କରି କୋଟି କୋଟି ଟଙ୍କା ବ୍ୟୟ ଅଟକଳ କରି ଅନୁଦାନ ରାଶି ବିଭାଗକୁ ପ୍ରଦାନ କରୁଥିବା ବେଳେ ବିଭାଗୀୟ ଅଧିକାରୀଙ୍କ ଆନ୍ତରିକତା ଅଭାବ ତଥା ସରକାରଙ୍କ ଯୋଜନାଗୁଡିକକୁ ସଫଳ ରୂପାୟନ ଦେବାରେ ଅନିଚ୍ଛୁକ ଥିବାରୁ ଘରେ ଘରେ ପାନୀୟ ଜଳ ଯୋଗାଣ ଯୋଜନା ବିଫଳ ହେବାର ଆଶଙ୍କା ଦେଖାଦେଇଛି । ସହରାଂଚଳରେ ରହି ମଧ୍ୟ ଟିକିଏ ବିଶୁଦ୍ଧ ପାନୀୟ ଜଳ ପାଇବା ପାଇଁ ନାହିଁ ନ ଥିବା କଷ୍ଟ ଭୋଗୁଛନ୍ତି ଲୋକେ । ଏପରି ପାନୀୟ ଜଳ ସଙ୍କଟରେ ଦିନ କାଟୁଛନ୍ତି ରାୟଗଡ ପୈାରାଂଚଳ ୱାର୍ଡ ନମ୍ବର ୧୧ ଅଧୀନରେ ଥିବା ଅଂଟାରିଗୁଡା ସାହି ବାସିନ୍ଦା ।

ଏହି ଅଂଟାରିଗୁଡା ଗ୍ରାମରେ ବସବାସ କରୁଛନ୍ତି ୬୦ଟି ପରିବାର । ତେବେ ଏମାନଙ୍କୁ ମିଳୁପାରିନାହିଁ ପର୍ଯ୍ୟାପ୍ତ ପରିମାଣର ପାନୀୟ ଜଳ । ଯାହାକୁ ନେଇ ବାରମ୍ବାର ପୈାରସଂସ୍ଥା ନିର୍ବାହୀ ଅଧିକାରୀଙ୍କ ଠାରୁ ଆରମ୍ଭ କରି ଜନସ୍ୱାସ୍ଥ୍ୟ ବିଭାଗର ଅଧିକାରୀଙ୍କ ଠାରେ ସ୍ଥାୟୀ ସମାଧାନ ପାଇଁ ଗୁହାରୀ ତଥା ଅଭିଯୋଗ କରିଆସୁଥିଲେ ସୁଦ୍ଧା ଦୀର୍ଘ ଦିନ ହେବ ଏମାନଙ୍କୁ ଅଣଦେଖା କରାଯାଉଥିବା ନେଇ ସାହିବାସିନ୍ଦାମାନେ ଅଭିଯୋଗ କରିଛନ୍ତି ।

ଅଂଟାରିଗୁଡା ଗ୍ରାମକୁ ପାଇପ ଯୋଗେ ପାନୀୟ ଜଳ ଯୋଗାଣର ବ୍ୟବସ୍ଥା ରହିଥିବା ବେଳେ ଅଂଟାରିଗୁଡା ଗ୍ରାମଟି ଉଠାଣିଆ ସ୍ଥାନରେ ଅବସ୍ଥାପିତ ହୋଇଥିବାରୁ ରିଙ୍ଗ ରୋଡ ଠାରୁ ଅଂଟାରିଗୁଡା ପର୍ଯ୍ୟନ୍ତ ଶେଷ ମୁଣ୍ଡକୁ ପାଣି ପଂହଚି ପାରୁନି ତେବେ ପ୍ରତିଦିନ ଟ୍ୟାଙ୍କର ଯୋଗେ ପିଇବା ପାଣି ଯୋଗାଇ ଦିଆଯାଉଛି ଏବଂ ଅତିଶୀଘ୍ର କୋ-ଅପରେଟିଭ କଲୋନୀର ଦ୍ୱିତୀୟ ଲାଇନରେ ଥିବା ନୂଆ ପମ୍ପ ହାଉସ ଠାରୁ ସଂଯୋଗ ଦିଆଯାଇ ସମସ୍ୟାର ସମାଧାନ କରିବା ଦିଗରେ ଉଦ୍ୟମ ଜାରି ରହିଛି ବୋଲି ଜନସ୍ୱାସ୍ଥ୍ୟ ବିଭାଗର ଏସଡିଓ ଶାରଦା ନାୟକ ସୂଚନା ଦେଇଛନ୍ତି ।

 

ଅଂଟାରିଗୁଡା ଗ୍ରାମକୁ ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଟ୍ୟାଙ୍କର ଯୋଗେ ଯୋଗାଇ ଦିଆଯାଉଥିବା ପିଇବା ପାଣି ସ୍ୱଚ୍ଛ ନ ଥିବା ବେଳେ ଟ୍ୟାଙ୍କି ସଫା ନ ଥିବାରୁ ଲୁହାଗୁଣ୍ଡ ସହ ଦୁର୍ଗନ୍ଧଯୁକ୍ତ ପାଣି ପ୍ରଦାନ କରାଯାଉଥିବା ନେଇ ଏମ.ସ୍ୱାତୀ,ଜାନକୀ,ମଧୁ ସହ ଅନ୍ୟମାନେ ଅଭିଯୋଗ କରିଛନ୍ତି । ତେବେ ମାଟି ଖୋଳି ତଳେ ଥିବା ପାଣି ପାଇପରୁ ସେମାନେ ପ୍ଳାଷ୍ଟିକ ତଥା ରବର ପାଇପ ଯୋଗେ ହାଣ୍ଡିଏ ପାଣି କାଢି ନେଉଛନ୍ତି । ଯାହାକି ଗୋଟିଏ ହାଣ୍ଡି ପାଇଁ ଘଂଟାଏରୁ ଉର୍ଦ୍ଧ ସମୟ ଲାଗିଥାଏ । ସାହିରେ ଯେଉଁ ପାଣି ସମସ୍ୟା ରହିଥିବା ବେଳେ ଥିବା ପ୍ରାଥମିକ ବିଦ୍ୟାଳୟରେ ମଧ୍ୟ ସେହି ଅନୁରୂପ ସମସ୍ୟା ଲାଗି ରହିଛି । ଯାହାଫଳରେ ଛାତ୍ରଛାତ୍ରୀମାନେ ପାଣି ଟୋପାଏ ପିଇବାରୁ ବଂଚିତ ହେଉଥିବା ବେଳେ ସାହିର ମହିଳାମାନେ ବିଶୁଦ୍ଧ ପାଣି ପାଇବା ପାଇଁ ଦୀର୍ଘ ୧କିଲୋମିଟରୁ ଉର୍ଦ୍ଧ ବାଟ ରିଙ୍ଗରୋଡ୍ ପର୍ଯ୍ୟନ୍ତ ଚାଲି ଚାଲି ଯାଇ ପାଣି ଆଣିଥାନ୍ତି ।

ପୈାରାଂଚଳରେ ରହିମଧ୍ୟ ଅଂଟାରିଗୁଡା ସାହି ବାସିନ୍ଦାମାନେ ଏପରି ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ପୈାର ପ୍ରଶାସନ ହେଉ ଅଥିବା ଜିଲ୍ଳା ପ୍ରଶାସନ ଅଧିକାରୀମାନେ ଏଥିପ୍ରତି ଦୃଷ୍ଟି ଦେଉ ନ ଥିବାରୁ ଏପରି ସମସ୍ୟା ବର୍ଷ ବର୍ଷ ଧରି ଲାଗି ରହିଥିବା ବେଳେ ସମାଧାନର ବାଟ ବାହାରି ପାରୁନାହିଁ । 

ରାୟଗଡରୁ ସ୍ବତନ୍ତ୍ର ପ୍ରତିନିଧି ଶିବ ନାରାୟଣ ଗୌଡଙ୍କ ରିପୋର୍ଟ odiabarta.in
For latest news & updates, click on bell button and subscribe to notifications.
Like us on Facebook👇
http://facebook.com/odiabarta
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.