ଓଡ଼ିଆ ବାର୍ତ୍ତା/ କଲମପୁର (ଭୋଜରାଜ ଛତ୍ରିଆ): ପଣ୍ଡିଗାଁ ଠାରେ ପଞ୍ଚାୟତ ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୬ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ପାତ୍ରବସା ମାଁ ଲଙ୍କେଶ୍ବରୀ ମନ୍ଦିର ଠାରୁ ଏକ ମଶାଳ ଶୋଭାଯାତ୍ରା ବାହାରି ପଣ୍ଡିଗାଁ ଗ୍ରାମ ପଞ୍ଚାୟତ ଠାରେ ପହଞ୍ଚିଥିଲା। ପଣ୍ଡିଗାଁ ସରପଞ୍ଚ କବିତା ଜୈନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରଥମ ପର୍ଯ୍ୟାୟ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ କଲମପୁର ବିଡିଓ ବିଜୟ କୁମାର ମାଣ୍ଡାଙ୍ଗି, ମୁଖ୍ୟ ବକ୍ତା ଭାବରେ କଲମପୁର ତହସିଲଦାର ସ୍ମରଣିକା ତୁଲ, ସମ୍ମାନୀୟ ଅତିଥି ଭାବେ ସାଂସଦ ପ୍ରତିନିଧି ଅରୁଣ ଜଗରିଆ, ବ୍ଲକ ଉପାଧ୍ଯକ୍ଷ ଚିନ୍ତାମଣି ବେହେରା, ନାଏବ ସରପଞ୍ଚ ହେମଲତା ନାଏକ, ସମାଜସେବୀ ଦେବରାଜ ଜୈନ, ସୁଶିଲ ଜୈନ, ପ୍ରଶାନୁ ମାଝୀ, ଆଇନଜିବୀ ସୁଶିଲ ରାଉତ ପ୍ରମୁଖ ଉପସ୍ଥିତ ଥିଲେ। ଦ୍ବିତୀୟ ପର୍ଯ୍ୟାୟ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଷୀ, କଲମପୁର ବ୍ଲକ ଅଧ୍ୟକ୍ଷା ଜ୍ୟୋତି ନାଏକ, ବିଧାୟକ ପ୍ରତିନିଧୂ ସୁଶାନୁ ରାଉତ, ଥୁଆମୁଳ ରାମପୁର ବ୍ଳକ ପ୍ରଭାରୀ ଘନଶ୍ୟାମ ନାଏକ, ଜିଲ୍ଲା ପରିଷଦ ସଭ୍ୟା ଦୁହିତା ମାଝୀ, ନିବେଦିତା ହଂସ, ପଣ୍ଡିଗାଁ ଗ୍ରାମ ପଞ୍ଚାୟତ ସମିତି ସଭ୍ୟା ଟିକେମଣି ହଂସ, ମୀନଗୁର ସରପଞ୍ଚ ନୀହାରିକା ବେହେରା, କୋଟାଗାଁ ସରପଞ୍ଚ ଚନ୍ଦନ ପଣ୍ଡା, ନବୀନ ପଣ୍ଡା, ଅଭି ବାଗ ପ୍ରମୁଖ ମଞ୍ଚାସିନ ଥିଲେ। ସରପଞ୍ଚ କବିତା ଜୈନ କାର୍ଯ୍ୟକ୍ରମର ଅଧ୍ୟକ୍ଷତା କରିଥିବାବେଳେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଜୀତେନ୍ଦ୍ର କୁମାର ଏବଂ ସୁଧୀର ରାଉତ ମଞ୍ଚ ପରିଚାଳନା କରିଥିଲେ। ଏଥିରେ ଗ୍ରାମ ପଞ୍ଚାୟତର ସମସ୍ତ ୱାର୍ଡ ସଭ୍ୟ ସଭ୍ୟା ଓ ପଞ୍ଚାୟତ କର୍ମଚାରୀମାନେ ଉପସ୍ଥିତ ରହି ସହଯୋଗ କରିଥିଲେ। ପଞ୍ଚୟତ ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା କାର୍ଯ୍ୟକ୍ରମରେ ବାଜାସାଲ, ମେଲୋଡି, ଢ଼ାବ ନୃତ୍ୟ, ସଙ୍ଗୀତ ତଥା ବିଭିନ୍ନ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରତିଯୋଗୀତାର କୃତୀ ପ୍ରତିଯୋଗୀମାନଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା। ଏଡିଇଓ ଅନିଲ କୁମାର ମୁଣ୍ଡ ଓ ଯୋଗାଣ ସହାୟକ ରମେଶ ବାଗ କାର୍ଯ୍ୟକ୍ରମ ପରିଚାଳନାରେ ବିଶେଷ ସହଯୋଗ କରିଥିଲେ।




