୩ ପଞ୍ଚାୟତରେ କଳାହାଣ୍ଡି ଉତ୍ସବ ‘ଘୁମୁରା’ ୨୦୨୬ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ବ୍ଲକ ପୋଖରୀବନ୍ଧ, ଚମ୍ପାଦେଇପୁର ଓ କୁମଖାଲ ଠାରେ ପଞ୍ଚାୟତ ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୬ ଅନୁଷ୍ଠିତ ହୋଇଯାଇଛି। ପୋଖରୀବନ୍ଧ ଗାଁର ଧରଣୀଗୁଡ଼ି ଠାରୁ ପ୍ରଥମେ ଏକ ମଶାଳ ଶୋଭାଯାତ୍ରା ବାହାରି କଳାହାଣ୍ଡି ଉତ୍ସବ ମଞ୍ଚ ନିକଟରେ ପହଞ୍ଚିଥିଲା। ପୋଖରୀବନ୍ଧ ସରପଞ୍ଚ ସସ୍ମିତା ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର, ମୁଖ୍ୟ ବକ୍ତା ଭାବେ ମାଁ ହିରାନୀଳା ଡିଗ୍ରୀ କଲେଜ ପୂର୍ବତନ ଅଧ୍ୟକ୍ଷ ରମେଶ ଚନ୍ଦ୍ର ସାହୁ, ସମ୍ମାନୀତ ଅତିଥି ଭାବେ ନାଏବ ସରପଞ୍ଚ ପବିତ୍ର ବିଭାର, ସାମ୍ବାଦିକ କୈଳାସ ସାହୁ,ନିଲେଶ କୁମାର ନାଗ, ଗାଁ ଗୈାତିଆ କୁଳମଣି ବାଣୁଆ, ଭବାନୀ ଶଙ୍କର ବାଣୁଆ,ସନାତନ ବିଶି,ଭଗବାନ ରାଉତ,କାର୍ଷିକ ବାଣୁଆ ପ୍ରମୁଖ ଯୋଗଦେଇ। କାର୍ଯ୍ୟନିର୍ବାହୀ ଅଧିକାରୀ ଭିଷ୍ମ ମେହେର ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ ସାମ୍ବାଦିକ ଗୋପାଳ ଦାସ ମହାନନ୍ଦ ମଞ୍ଚ ପରିଚାଳନା କରିଥିଲେ। ଏଥିରେ ଗ୍ରାମ ପଞ୍ଚାୟତର ସମସ୍ତ ୱାର୍ଡ ସଭ୍ୟ, ସଭ୍ୟା ଓ ପଞ୍ଚାୟତର କର୍ମଚାରୀମାନେ ଉପସ୍ଥିତ ରହି ସହଯୋଗ କରିଥିଲେ। ପଞ୍ଚୟତ ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା କାର୍ଯ୍ୟକ୍ରମରେ, ମେଲୋଡି, ନୃତ୍ୟ, ସଙ୍ଗୀତ ତଥା ବିଭିନ୍ନ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରତିଯୋଗୀତାର କୃତୀ ପ୍ରତିଯୋଗୀମାନଙ୍କୁ ମାନପ‌ତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା। ଏଡିଇଓ କର୍ଣ୍ଣ ମହାନନ୍ଦ ଓ ଯୋଗାଣ ସହାୟକ କୁଳମଣି ବେହେରାଙ୍କ ନେତୃତ୍ବରେ ଶଙ୍କର ପ୍ରଧାନୀ,ଚତୁର ମଣି ବେହେରା,ଜଗବନ୍ଧୁ ଚିନ୍ଦା ବିଶେକ କରୁଆ,ମୁକେଶ ସାହୁ,ଧନେଶ୍ବର କରୁଆ,ବୈରାଗୀ ବିଭାର,ସୁଶାନୁ ବିଭାର ବଳରାମ ନାଏକ,ଉମାକାନ୍ତ ବେହେରା ଉଗ୍ରସେନ ବାଗ, ସମସ୍ତ ଅଙ୍ଗନବାଡ଼ି କର୍ମୀ,ଆଶା କର୍ମୀ, ଏମବିକେ, ସିଆରପି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ସେହିପରି ଚମ୍ପାଦେଇପୁର ସରପଞ୍ଚ ନରେନ୍ଦ୍ର ମାଝୀଙ୍କ ଅଧ୍ୟକ୍ଷତାରେ ପଞ୍ଚାୟତ ପରିସରରେ କଳାହାଣ୍ଡି ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଉପାଧ୍ୟକ୍ଷ ସଞ୍ଜିବ କୁମାର ନାୟକ ଯୋଗଦେଇ ଥିବା ବେଳେ ସମ୍ମାନୀତ ଅତିଥି ଭାବେ ସାମ୍ବାଦିକ କୈଳାସ ସାହୁ, ନିଲେଶ କୁମାର ନାଗ, ଶକୃ ମାଝୀ, କୃଷ୍ଣ ନାଏକ, ସନାନ୍ତ ପ୍ରଧାନ, ହଳଧର ସାହୁ, ପ୍ରଭାକର ଦୋରା, ବିଶାଖା ଆର୍ଜ୍ୟ, ଖଗେଶ୍ବର ପାତ୍ର, ସୂର୍ଯ୍ୟ ଦୋରା ପ୍ରମୁଖ ମଞ୍ଚାସିନ ଥିଲେ। କାର୍ଯ୍ୟନିର୍ବାହୀ ଅଧିକାରୀ ଗଣେଶ ସାହୁ ସ୍ବାଗତ ଭାଷଣ ଦେଇଥିଲେ। କାର୍ଯ୍ୟକ୍ରମକୁ ମଧୂସୁଦନ ବାଗ ପରିଚାଳନା କରିଥିଲେ। ଏଡିଇଓ ସୁରେନ୍ଦ୍ର ନାଏକ ଓ ଯୋଗାଣ ସହାୟତା ଗୁପ୍ତେଶ୍ୱର ପ୍ରଧାନଙ୍କ ନେତୃତ୍ବରେ ଏମବିକେ, ସିଆରପି, ଗାଁସାଥୀ, ଅଙ୍ଗନବାଡ଼ି କର୍ମୀ, ଆଶା କର୍ମୀ, ଉପସ୍ଥିତ ରହି ସହଯୋଗ କରିଥିଲେ। ସେହିପରି କୁମଖାଲ ଠାରେ ମଧ୍ୟ ପଞ୍ଚାୟତ ସ୍ତରୀୟ କଳାହାଣ୍ଡି ଉତ୍ସବ ଅନୁଷ୍ଠିତ ହୋଇଯାଇଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.