ଘୋଡାବନ୍ଧରେ ପଞ୍ଚାୟତ ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା 

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅନ୍ତର୍ଗତ ଘୋଡାବନ୍ଧ ଗ୍ରାମ ପଞ୍ଚାୟତ ଠାରେ ଚଳିତ ବର୍ଷର କଳାହାଣ୍ଡି ଉତ୍ସବ ଘୁମୁରା ଅନୁଷ୍ଠିତ ହୋଇଯାଇଛି। ଘୋଡ଼ାବନ୍ଧ ସରପଞ୍ଚ ରଶ୍ମିତା ସାହୁଙ୍କ ଅଧ୍ୟକ୍ଷତାରେ ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନର୍ଲା ବ୍ଳକ୍ ଅଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି, ସମ୍ମାନୀତ ଅତିଥି ଭାବେ ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ନୀଳମଣି ସାହୁ, ସମିତି ସଭ୍ୟ ସୁମନ୍ତ ପଧାନ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବିଶେଶ୍ୱର ପଧାନ, ବ୍ଲକ ପ୍ରୋଗ୍ରାମ ଅଫିସର ବୁଦ୍ଧଦେବ ଭୋଇ, ମିଶନ ଶକ୍ତି ସଂପାଦିକା ଗୀତାଞ୍ଜଳୀ ମାଝୀ, ସାମ୍ବାଦିକ ଖଗେଶ୍ବର କୁମାର, ଗ୍ରାମପଞ୍ଚାୟତ କାର୍ଯନିର୍ବାହୀ ଅଧିକାରୀ ସୌମ୍ୟ ରଞ୍ଜନ ସାହୁ ପ୍ରମୁଖ ମଞ୍ଚାସୀନ ହୋଇଥିଲେ। ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାସହ କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା। ଶିକ୍ଷକ ଜିତେନ୍ଦ୍ର ସାହୁ, ସୁରେନ୍ଦ୍ର ପଧାନ, ବଳରାମ ସେନାପତି, କିଶୋର ଚନ୍ଦ୍ର ବେହେରା, ଗଣେଶ ଚନ୍ଦ୍ର ସାହୁ, ତପିନ୍ଦ୍ର କୁମାର, ଅଶ୍ଵିନୀ ମାଝୀ, ମାନିନୀ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଅଙ୍ଗନୱାଡ଼ି କର୍ମୀ, ଆଶା କର୍ମୀ, ଗ୍ରାମ ପଞ୍ଚାୟତର ୱାର୍ଡ ସଭ୍ୟ/ସଭ୍ୟା, ନନ୍ଦ ସାହୁ, କୈଳାସ ସାହୁ, ଶୁଭଲକ୍ଷ୍ମୀ ଓ ଅନ୍ୟାନ୍ୟ ପରିଷଦ ବୃନ୍ଦ, ଗାଁ ସାଥି, ସ୍ବୟଂ ସହାୟକ ଗୋଷ୍ଠୀର ମହିଳା ମାନେ ଉପସ୍ଥିତ ରହିଥିଲେ। ଶିକ୍ଷକ ସୂର୍ଯ୍ୟ ନାରାୟଣ ସାହୁ ମଞ୍ଚ ପରିଚାଳନା କରିଥିଲେ। 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.