ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅନ୍ତର୍ଗତ ସର୍ଗିଗୁଡା ଠାରେ ପଞ୍ଚାୟତ ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୬ ଅନୁଷ୍ଠିତ ହୋଇଯାଇଛି। ସର୍ଗିଗୁଡା ସରପଞ୍ଚ ଦୀପାଜାଳି ବୁଦ୍ଧିଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ସମିତି ସଦସ୍ୟ ଚିରଞ୍ଜିବୀ ଗୌଡ଼ିଆ, ନାଏବ ସରପଞ୍ଚ ସୁମିତ୍ରା ଓଝା, ସିଆରସିସି ହେମନ୍ତ ସାହୁ, କାର୍ଯ୍ଯ ନିର୍ବାହୀ ଅଧିକାରୀ ଜଗଜୀବନ ସାହୁ, ଯୁବନେତା ବିଜୟ ବୁଦ୍ଧିଆ, ପ୍ରଦୀପ ନାଏକ, ଏମବିକେ ତପସ୍ୱିନୀ ଦେବୀ, ରଶ୍ମିତା ସେଠୀ, ବରିଷ୍ଠ ସାମ୍ବାଦିକ ଲିଙ୍ଗରାଜ ମିଶ୍ର, ଚିନ୍ତାମଣି ନାଏକ, ପ୍ରମୁଖ ମଞ୍ଚାସୀନ ରହି ମାର୍ଗଦର୍ଶନ ଦେଇଥିଲେ। ନର୍ଲା ବ୍ଲକ ତରଫରୁ ପର୍ଯ୍ୟବେକ୍ଷକ ଭାବରେ ପ୍ରକାଶ ଭୋଇ ଯୋଗଦାନ କରିଥିଲେ।ଆରମ୍ଭରେ ନର୍ଲାରୋଡ ଦୁର୍ଗା ମନ୍ଦିରରୁ ସରପଞ୍ଚ ଶ୍ରୀମତୀ ବୁଦ୍ଧିଆ ଓ ସମିତି ସଦସ୍ୟ ଶ୍ରୀ ଗୋଉଡ଼ିଆ ଙ୍କ ନେତୃତ୍ୱରେ ଏକ ବିଶାଳ ଶୋଭାଯାତ୍ରାରେ ମଶାଲ ଆଣି ଆଦିମାତା ମଞ୍ଚରେ ସ୍ଥାପନା କରି କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମା ମାଣିକେଶ୍ବରୀ ଙ୍କ ପୂଜନ କରିଥିଲେ ଅତିଥି ବୃନ୍ଦ। ସମିତି ସଦସ୍ୟ ଶ୍ରୀ ଗୌଡିଆ ପ୍ରଥମେ ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ। ଇତ୍ୟବସରରେ ସମସ୍ତ ସମିତି ସଦସ୍ୟ/ସଦସ୍ୟା, ମିଶନ ଶକ୍ତିର ମହିଳା ମାନଙ୍କୁ, ଗ୍ରାମ ପଞ୍ଚାୟତ କର୍ମଚାରୀ ଯୋଗାଣ ସହାୟକ ପ୍ରମୁଖ ଙ୍କୁ ମଞ୍ଚରେ ସମ୍ୱର୍ଦ୍ଧିତ କରଯାଇଥିଲା। ବିଶିଷ୍ଟ କଳାକାର ଚକ୍ରଧର ସା ମଞ୍ଚ ପରିଚାଳନା କରିଥିଲେ। ପଞ୍ଚାୟତ ଅଧିନ ସମସ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ନେଇ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ଏଥିରେ କଳାହାଣ୍ଡିର ବୀର ବାଦ୍ୟ ଘୁମୁରା ସହ ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମମାନ ପ୍ରଦର୍ଶିତ ହୋଇଥିଲା। ପଞ୍ଚାୟତ ଅଧିନସ୍ଥ ବିଦ୍ୟାଳୟ ଗୁଡିକରେ କୁନି କୁନି ଛାତ୍ରଛାତ୍ରୀମାନେ ଏକକ ଏବଂ ଦଳଗତ ନୃତ୍ୟ ପରିବେଷଣ କରିଥିଲେ। ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଜଗଜୀବନ ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଯୋଗାଣ ସହାୟକ ଟଙ୍କଧର ସା, ଜିଆରଏସ ଦେବକୀ ମାଝୀ, କର୍ମଚାରୀ ଶଙ୍କର ଗଉଡ଼, ନାଏବ ସରପଞ୍ଚ ଶ୍ରୀମତୀ ଓଝା, ପଞ୍ଚାୟତର କର୍ମଚାରୀ ଓ ସମସ୍ତ ଓ୍ବାର୍ଡ ସଭ୍ୟ/ ସଭ୍ୟା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।




