ଓଡ଼ିଆ ବାର୍ତ୍ତା/ ରାୟଗଡ଼ା (ପଦ୍ମନ ଭତ୍ରା): ରାୟଗଡ଼ା ଡାକ ମଣ୍ଡଳ ପକ୍ଷରୁ ବ୍ରହ୍ମପୁର ରେଜିଅନର ପୋଷ୍ଟମାଷ୍ଟର୍ ଜେନେରାଲଙ୍କ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ଆୟୋଜିତ ହୋଇଯାଇଛି। ଏହି ଅବସରରେ ଡାକ ବିଭାଗର ସେବାକ୍ଷେତ୍ରରେ କର୍ତ୍ତବ୍ୟନିଷ୍ଠା ଓ କାର୍ଯ୍ୟଦକ୍ଷତା ପାଇଁ କିଛି କର୍ମଚାରୀଙ୍କୁ ପୁରସ୍କୃତ ଓ ସମ୍ବର୍ଦ୍ଧିତ କରାଯାଇଥିଲା। ପୁରସ୍କାର ପାଇଥିବା କର୍ମଚାରୀ ମାନଙ୍କ ମଧ୍ୟରେ ଶ୍ରୀମତୀ ଫୁଲମାନୀ ଏକା ଉପ ଡାକପାଳ ଜେ.କେ. ପୁର ବଜାର ଡାକଘର,ଶ୍ରୀ ଚକ୍ରପାଣି ଦଳପତି ଉପ ଡାକପାଳ ରାୟଗଡା ବଜାର ଡାକଘର,ଶ୍ରୀ ପି.ସନ୍ତୋଷ ପି.ଏ.ରାୟଗଡା ପ୍ରଧାନ ଡାକଘର ଓ ଶ୍ରୀ ରାଜେଶ ରାଇପଲ୍ଲୀ ଉପ ଡାକପାଳ ରାୟଗଡା କଲେଜ ଡାକଘର ଅନ୍ତର୍ଭୁକ୍ତ ଥିଲେ। ଉତ୍ସବରେ ଅତିଥିମାନେ ଡାକ ବିଭାଗର କର୍ମଚାରୀମାନଙ୍କ ନିଷ୍ଠାପୂର୍ଣ୍ଣ ସେବା ଓ ସାଧାରଣ ଲୋକଙ୍କ ସହ ତାଙ୍କର ସମ୍ପର୍କକୁ ପ୍ରଶଂସା କରିଥିଲେ। ଏପରି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ କର୍ମଚାରୀଙ୍କୁ ଆଗାମୀ ଦିନରେ ଅଧିକ ଉତ୍ସାହ ଓ ଦାୟିତ୍ୱ ବୋଧ ସହ କାମ କରିବାକୁ ପ୍ରେରିତ କରିବ ବୋଲି ବକ୍ତାମାନେ ମତ ପ୍ରକାଶ କରିଥିଲେ।




