ଜିଲ୍ଲାପାଳଙ୍କ ଦ୍ୱାରା ପାଣି ପଞ୍ଚାୟତ ଜନ ସଚେତନତା ରଥର ଶୁଭାରମ୍ଭ

ଓଡ଼ିଆ ବାର୍ତ୍ତା/ ରାୟଗଡ଼ା (ପଦ୍ମନ ଭତ୍ରା): ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ପାଣି ପଞ୍ଚାୟତ ପକ୍ଷ ପାଳନ ନିମନ୍ତେ ସଚେତନତା ରଥ ଶୁଭାରମ୍ଭ କରିଛନ୍ତି ରାୟଗଡ଼ା ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକର୍ଣି | ରଥ ଶୁଭାରମ୍ଭ କରି ସପ୍ତାହ ବ୍ୟାପି ଏହି ରଥ ଜିଲ୍ଲାର ବିଭିନ୍ନ ସ୍ଥାନକୁ ଯାଇ ଜନସାଧାରଣ ଓ ଚାଷୀ ମାନଙ୍କ କଣ କର୍ତ୍ତବ୍ୟ ହେବା ଉଚିତ ସେ ଉପରେ ଜନ ସଚେତନତା କରିବ l ସ୍ଥାନୀୟ ଶିଲଟିଗୁଡ଼l, ଜାଙ୍ଗିଡ଼ି, ଚମ୍ପିକୋଟ, କୋଡେଶୁ ଏବଂ ବିଷ୍ଣୁଗୁଡା ଏମ.ଆଇ.ପି କ୍ଷେତ୍ରରେ ବୁଲିବା ପରେ ତାଣ୍ଡିପୁର, ରିଭଲକୋଣl, ଶିକରପାଇ, ହାତିମୁଣ୍ଡା ଓ ବିନିଶ ପୁର ଏମ.ଆଇ.ପି ରେ ପହଞ୍ଚିଛି l ସେହିପରି ତା୦୮/୦୧/୨୦୨୬ରିଖରେ ବିଷମକଟକ ବ୍ଲକର ଉପରଗୋଦଗଦା, ଲୋର ଗୋଦଗଦା, କାନି ଯୋଡି ଓ କାଙ୍କୁବାଡ଼ି ଇତ୍ୟାଦି ପ୍ରକଳ୍ପ ଗୁଡ଼ିକର କ୍ଷେତ୍ରରେ ବୁଲିବ l ତା ୦୯/୦୧/୨୦୨୬ ରିଖରେ ମୁନିଗୁଡ଼ା ର ଶକଟା,ବୈନବସl,ବାଘ ଡୁଙ୍ଗୁରି,ଜଗଦଳପୁର ଏମ.ଆଇ.ପି ଏବଂ ଉଠାଜଳସେଚନ ପ୍ରକଳ୍ପ ଗୁଡିକର କ୍ଷେତ୍ରରେ ଭୁଲିବ | ତା ୧୦/୦୧/୨୦୨୬ ରିଖରେ ବିଷମକଟକର ଡାକୁଲଗୁଡା, କୁନ୍ଦନପଦର, ରମଣଗୁଡ଼ାର ସାନମୁଲିଗାଁ, ଏବଂ ଉଠା ଜଳସେଚନ ପ୍ରକଳ୍ପ ଗୁଡ଼ିକର କ୍ଷେତ୍ରରେ ବୁଲିବ ଓ ଚାଷୀମାନଙ୍କୁ ସଚେତନ କରିବ l ତା ୧୧/୦୧/୨୦୨୬ରିଖରେ ଗୁଣୁପୁରର ବିଭିନ୍ନ ଉଠାଜଳ ସେଚନ ପ୍ରକଳ୍ପ ଏବଂ ବୃହତ୍ ଉଠା ଜଳସେଚନ ପ୍ରକଳ୍ପ ତଥା ଗାଡିଆଖାଳ,ପ୍ରଧାନିଗୁଡ଼ା,ନୂଆଗାଁ ଏବଂ ଭୀମପୁର ଅଞ୍ଚଳ ବୁଲି ପ୍ରଚାର କରିବ l ସେହିପରି ଆସନ୍ତା ୧୨/୦୧/୨୦୨୬ରିଖରେ ବଡନାଳ ମଧ୍ୟମ ଜଳସେଚନ ପ୍ରକଳ୍ପ, ଆଖୁସିଂ ଏବଂ ଇନ୍ଦୁପୁର କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ବୁଲି ପାଣି ପଞ୍ଚାୟତ ସଦସ୍ୟ ସଦସ୍ୟା ମାନଙ୍କୁ ପାଣିପଞ୍ଚାୟତର ମୁଖ୍ୟ ଉଦ୍ଦେଶ୍ୟ ବିଷୟରେ ସଚେତନ କରିବ | ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ରାୟଗଡ଼ା ଶ୍ରୀ ନବୀନ ଚନ୍ଦ୍ର ନାୟକ,ଅଧିକ୍ଷଣ ଯନ୍ତ୍ରୀ କ୍ଷୁଦ୍ର ଜଳସେଚନ ବିଭାଗ ରାୟଗଡ଼ା ଇଂ ଜଗନ୍ନାଥ ମଲ୍ଲିକ,ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଓ ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀ ଯୋଗଦେଇଥିଲେ l ଆଜି ଠାରୁ ଆରମ୍ଭ ହୋଇ ଆସନ୍ତା ୨୦ଜାନୁୟାରୀ ୨୦୨୬ ଯାଏଁ ପାଣିପଞ୍ଚାୟତ ପକ୍ଷ ଚାଲିବ l ସଚେତନତା କାର୍ଯ୍ୟକ୍ରମଙ୍କୁ ରାଜ୍ୟ ସ୍ତରରେ ବ୍ୟାପକ କରିବାକୁ ବିଭାଜନ ସ୍ତର ରୁ ଜିଲ୍ଲା ସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ ହେବ l ଆସନ୍ତା ତା ୧୩/୦୧/୨୦୨୬ରିଖରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣି ମଣ୍ଡପ ଠାରେ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ ଆୟୋଜନ କରାଯିବ l ବିଦ୍ୟାଳୟ ସ୍ତରରେ ୮ମ ରୁ ୧୦ମ ଶ୍ରେଣୀ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବକ୍ତୃତା, ପ୍ରବନ୍ଧ, ଚିତ୍ରାଙ୍କନ, କୁଇଜ୍, ମଡେଲର ପ୍ରଦର୍ଶନୀ ପ୍ରତଯୋଗୀତା ଆୟୋଜନ କରାଯାଇ ବିଭାଜନ ସ୍ତରୀୟ ଏବଂ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ ରେ ପୁରସ୍କୃତ କରାଯିବ l ଏହା ସହିତ ରାଜ୍ୟ ସ୍ତରରେ ସର୍ବ ଶ୍ରେଷ୍ଠ ଚାଷୀଙ୍କୁ ମଧ୍ୟ ସମ୍ମାନିତ କରାଯିବ |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.