ଟିକ୍ରାପଡ଼ା ଶିଶୁ ସୈନିକ ସ୍କୁଲରେ ଅଭିଭାବକ ସମ୍ମିଳନୀ

ଓଡ଼ିଆ ବାର୍ତ୍ତା/ ଟିକ୍ରାପଡ଼ା (ରମାକାନ୍ତ ରାଜପଲିଆ): ସଇଁତଳା ବ୍ଲକ ଟିକ୍ରାପଡ଼ା ସ୍ଥିତ ଶିଶୁ ସୈନିକ ବିଦ୍ୟାଳୟରେ ଅଧ୍ୟକ୍ଷ ଚନ୍ଦ୍ରମଣି ରାଜପଲିଆଙ୍କ ଅଧ୍ୟକ୍ଷତାରେ ଅଭିଭାବକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି | ଶିକ୍ଷାବିତ ପିତାମ୍ବର ବାରିକ, ବିଏସଏଫ ଯବାନ ସିନ୍ଧୁରାଜ ପଧାନ ଅତିଥି ଭାବେ ଯୋଗଦେଇ ଶିଶୁଙ୍କ ସର୍ବାଙ୍ଗୀନ ବିକାଶରେ ଅଭିଭାବକ ଅଭିଭାବିକାଙ୍କ ଭୂମିକା ବିଷୟରେ ବିସ୍ତୃତ ଭାବେ ବୁଝାଇଥିଲେ | ଛାତ୍ରୀ ଶୁଭଶ୍ରୀ ତାଣ୍ଡି, ପ୍ରତୀକ୍ଷା ନାଗ, ନେହାରିକା ଧରୁଆ, ସମ୍ୟାରାଣୀ ମେହେର, ଆରୋହୀ ରାଜପଲିଆ, ସ୍ନେହାରାଣୀ ବେହେରା, ତୃପ୍ତିମୟୀ ମେହେର ସ୍ୱାଗତ ସଙ୍ଗୀତ ଗାନ କରିଥିଲେ | ଶିକ୍ଷୟିତ୍ରୀ ବୈଜୟନ୍ତୀ ମହାକୁର ସ୍ୱାଗତ ଭାଷଣ ଦେଇଥିଲେ | ସୁବ୍ରତ ପ୍ରଧାନୀ, ଘନ ବୁଡ଼େକ, ଜିତେଶ କଲେତ, ବିଜୁ ଖର୍ସେଲ, ବିପିନ୍ଦ୍ର ପୁଟେଲ, ଧୁବଲେଶ୍ଵର ବାରିକ, ଘନଶ୍ୟାମ ଦନ୍ତା, ଆଶୁତୋଷ ରାଜପଲିଆ, ପ୍ରଫୁଲ୍ଲ ମେହେର, ଭାସ୍କର ଧରୁଆ, ଅର୍ଜୁନ ଖର୍ସେଲ, ସଂକୀର୍ତ୍ତନ ରାଜପଲିଆ, କୁଳମଣି ଶିକ୍କା, ମନୋହର ବାଗ, ଦୀପାଞ୍ଜଳି ବରିହା, କବିତା ହରପାଲ, ସାବିତ୍ରୀ ବାଗ, ମିନତୀ ନାଗ ପ୍ରମୁଖ ଅଭିଭାବକ ଅଭିଭାବିକା ଆଲୋଚନାରେ ଅଂଶଗ୍ରହଣ କରିଥିଲେ | ଏଇ ମାସ ୩୦ ତାରିଖ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହେବା ନେଇ ସିଦ୍ଧାନ୍ତ ନିଆଯାଇଥିଲା | ଶେଷରେ ଶିକ୍ଷୟିତ୍ରୀ ବନ୍ଦନା ରଣା ଧନ୍ୟବାଦ ଅର୍ପଣ କରିଥିଲେ | ଶିକ୍ଷୟିତ୍ରୀ ଲକ୍ଷ୍ମୀ ନାଗ, ଭାର୍ଗବୀ ରାଜପଲିଆ, ସସ୍ମିତା ଦୀପ, ସଙ୍ଗୀତା ବାଗ, ଶିକ୍ଷକ ଦିଲ୍ଲୀପ ମିର୍ଦ୍ଧା, ମୁରଲୀ ହାତୀଖୁଜିଆ, ପ୍ରହ୍ଲାଦ ସିନ୍ଧ୍ରୀଆ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ | ଶତାଧିକ ଅଭିଭାବକ ଅଭିଭାବିକା କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.