ଓଡ଼ିଆ ବାର୍ତ୍ତା/ କଟକ ସଦର: କଟକ ମହାନଗର ନିଗମର ପୋପରଡା ଠାରେ ୨୨ ଦିଗ ଭାଗ ସଂକୀର୍ତ୍ତନ ମଣ୍ଡଳୀ ପକ୍ଷରୁ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ୭୨ ଦିଗ ଭାଗର ସର୍ବାଧିକାରୀ ଦେବେନ୍ଦ୍ର ସାହୁ, ୨୨ ଦିଗ ଭାଗର ସର୍ବାଧିକାରୀ ସୁବାସ ଚନ୍ଦ୍ର ସାହୁ, ଜନାର୍ଦ୍ଦନ ଦେବ ମଣ୍ଡଳୀର ସଭାପତି ଦେବେନ୍ଦ୍ର ସ୍ୱାଇଁ, ଗୋପୀନାଥ ମଣ୍ଡଳୀର ସଭାପତି କାଶୀନାଥ ଜେନା, ଐଶ୍ୱର୍ଯ୍ୟା ଜେନା, ମହନ୍ତ ସନାତନ ସାହୁ, ପ୍ରତ୍ୟୁଷା ସ୍ୱାଇଁ, କଟୁଆଳ ଉମେଶ ଛାଟୋଇ, କଟୁଆଳ ମଳୟ ରାଉତଙ୍କ ସମେତ ବହୁ ସଂକୀର୍ତ୍ତନ ପ୍ରେମୀ ଯୋଗ ଦେଇଥିଲେ। ଏହି ଅବସରରେ କଟକ ସଦରର ଅଗ୍ରଣୀ ସାମାଜିକ ସଂଗଠନ ‘ୟୁନିୟନ ଫର୍ କଟକ ସଦର ଡେଭଲପମେଣ୍ଟ’ ର ସଭାପତି ପ୍ରଫେସର ମନୋଜ କୁମାର ନାୟକଙ୍କ ସମେତ ସମାଜସେବୀ ମନୋରଞ୍ଜନ ମହାପାତ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।




