ରାକ୍ସି ହାଇସ୍କୁଲରେ ବାର୍ଷିକ କ୍ରୀଡ଼ା ଉତ୍ସବ ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ  ରାକ୍ସି ସ୍ଥିତ ଉନ୍ନିତ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ କ୍ରିଡ଼ା  ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନଶିକ୍ଷକ ସତ୍ୟ ରଞ୍ଜନ ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ନର୍ଲା ବିଧାୟିକା ମନୋରମା ମହାନ୍ତି, ବିଶିଷ୍ଟ ଅତିଥି ଭାବେ ନର୍ଲା ବ୍ଳକ ଅଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି, ସମ୍ମାନିତ ଅତିଥି ଭାବେ ରାକ୍ସି ସରପଞ୍ଚ ଯେମନ୍ତ ପୋଢ, ସମିତି ସଭ୍ୟ ଚୁମନ ଭୋଇ, ବୁଢ଼ୀପଦର ୟୁପି ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ସରୋଜିନୀ ବଗର୍ତ୍ତି, ରୁପ୍ରାରୋଡ କେନ୍ଦ୍ର ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ରଞ୍ଜନ କୁମାର ତ୍ରିପାଠୀ, ସରିଆଁ ହାଇସ୍କୁଲର ସହକାରୀ ଶିକ୍ଷକ ଗଙ୍ଗା ନାରାୟଣ ଦାଶ, ସମାଜସେବୀ ଲମ୍ବୋଦର ଭୋଇ, ଶଙ୍କର ବିଶ୍ବାଲ, ପ୍ରଦ୍ୟୁମ୍ନ ଭୋଇ, ନନ୍ଦଲାଲ ମାଝୀ, କଳାକାର ଲଲିତ ମାଝୀ, ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ। ମଞ୍ଚ ପରିଚାଳନା କରିଥିଲେ ଗୋକୁଳ ଚନ୍ଦ୍ର ନାଏକ, ଶିକ୍ଷକ ପ୍ରେମାନନ୍ଦ, ଅଶୋକ କୁମାର ଧଙ୍ଗଡାମାଝୀ, ରଜନୀକାନ୍ତ ବିଶ୍ବାଳ, ଅଙ୍କିତ ଘିଭେଲା, ଅମିୟତ ରଇତ, ଶିକ୍ଷୟତ୍ରୀ କଲ୍ୟାଣୀ ଷଡ଼ଙ୍ଗୀ, ରଶ୍ମୀତା ତ୍ରିପାଠୀ, ସ୍ବପ୍ନା ନାଏକ, ରିନା ପରିଡା, ଦିପାନ୍ବିତା ଭୋଇ, ସସ୍ମିତା ମାଝୀ ପ୍ରମୁଖ ସହଯୋଗ କରିଥିଲେ। ଏହି କ୍ରିଡ଼ାର ୧୦୦ ମିଟର, ୬୦୦ ମିଟର ଓ ୮୦୦ ମିଟର ଦୈ।ଡ଼, ଉଚ୍ଚ ଡିଆଁ, ଲମ୍ବ ଡିଆଁ, ସଟପୁଟ, ଡିସକସ ଥ୍ରୋ, ଜାଭଲିନ ଥ୍ରୋ ଆଦି ପ୍ରତିଯୋଗିତାରେ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରୁଥିବା ଜଣାପଡିଛି। ଖେଳ ପରିଚାଳନା କରିଥିଲେ ବିଦ୍ୟାଳୟର କ୍ରିଡ଼ା ଶିକ୍ଷକ ଶ୍ରବଣ କୁମାର ବାଗ ଏବଂ ସୈ।ରଭ ନାଏକ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.