ଓଡ଼ିଆ ବାର୍ତ୍ତା/ ଟିକ୍ରାପଡ଼ା/ ମୁରିବାହାଲ (ରମାକାନ୍ତ ରାଜପଲିଆ): ମୁରିବାହାଲ ବ୍ଲକ ଇଚ୍ଛାପଡ଼ା ପଞ୍ଚାୟତ ସର୍ଗୁଲ ଖେଳ ପଡିଆ ଠାରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଭିତ୍ତପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନଶିକ୍ଷକ ଜିତେନ୍ଦ୍ର କୁମାର ନାଗଙ୍କ ସଭାପତିତ୍ଵରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ମୁରିବାହାଲ ବ୍ଲକ ବିଧାୟକ ପ୍ରତିନିଧି ଗଙ୍ଗାଧର ହେର୍ଣ୍ଣା, ସମ୍ମାନିତ ଅତିଥି ଭାବେ ଇଛାପଡ଼ା ସରପଞ୍ଚ ସୁଭାଷିନୀ ବେହେରା, ସମିତି ସଭ୍ୟ ତୋଫାନ ନାଗ, ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ କାନ୍ତାରାମ ଧରୁଆ, ବାନ୍ଦୁପଲା ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଲିଲୁ ପଧାନ, ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଲିଙ୍ଗରାଜ ବେଣ୍ଟକାର ଯୋଗ ଦେଇଥିଲେ l ଭୋଜରାଜ ପ୍ରଧାନ ସଂଯୋଜନା କରିଥିବା ବେଳେ ଚଲକି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନଶିକ୍ଷକ ଜିତେନ୍ଦ୍ର ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ l ପ୍ରକାଶ କୁମାର ପ୍ରଧାନ, ଜଗମୋହନ ରାଉତ, ନମିତା ଜାନି, ଆରତୀ ସିଂ ବରିହା, ରିତୁ ଭୋଇ, ପ୍ରମିଳା ସୁନା, ଦିବ୍ୟକାନ୍ତି ଭୋଇ, ସବିତା ପ୍ରଧାନୀ, ହୃଷିକେଶ ଅଦା, ଶଶିକାନ୍ତ ନାଗ, ଯଦୁମଣି ବେନିଆ, ଯୋଦ୍ଧାଜିତ୍ ମହାଲିଙ୍ଗ, ଜ୍ୟୋତିରଞ୍ଜନ ବର୍ଗେ, କୈଳାସଚନ୍ଦ୍ର ସାହୁ, ବିକାଶରଞ୍ଜନ ଭୋଇ, ଶଙ୍କର ନାଗଙ୍କ ସମେତ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କର୍ମକର୍ତ୍ତା, ବାନ୍ଦୁପଲା ଆଞ୍ଚଳିକ ସାଧନ କେନ୍ଦ୍ର ଅନ୍ତର୍ଗତ ସମସ୍ତ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ସର୍ଗୁଲ ଗ୍ରାମବାସୀ ସହଯୋଗ କରିଥିଲେ | ବହୁ ସଂଖ୍ୟାରେ ଅଞ୍ଚଳର ବୁଦ୍ଧିଜୀବି, ଶିକ୍ଷାପ୍ରେମୀ ଜନସାଧାରଣ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ |




