ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): ଜୟପାଟଣା ପଞ୍ଚାୟତ ସମିତି ପକ୍ଷରୁ ଗୁରୁବାର କଳାହାଣ୍ଡି ଉତ୍ସବ ପାଳିତ ହୋଇଯାଇଅଛି। ମାଁ ଡୋକୋରୀ ପୀଠରେ ପୂଜାର୍ଚ୍ଚନା କରି ବିଭିନ୍ନ ସଂସ୍କୃତିକ ଦଳର ସମାରୋହରେ ଅତିଥିମାନଙ୍କ ସହ ପଞ୍ଚାୟତ ସମିତି ଅଧ୍ୟକ୍ଷ ଥବିର ବାଗ ମଶାଳକୁ ନେଇ ଉମାଶଙ୍କର ଉଚ୍ଚ ବିଦ୍ୟାଳୟ ଥିବା ମଞ୍ଚରେ ସ୍ଥାପନ କରିଥିଲେ। ଜୟପାଟଣା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଧର୍ମରାଜ ମାଝୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମ ଜିଲ୍ଲା କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ଅଧିକାରୀ ଦୟାମୟ ପାଢୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଏହାପରେ କବିତା ପାଠ ଆୟୋଜନ କରାଯାଇଥିଲା। ଏହି ଉତ୍ସବରେ କୃଷି, ମତ୍ସ୍ୟ ଓ ପଶୁ ସମ୍ପଦ, ତଥା ବିଭିନ୍ନ ବିଭାଗର ଷ୍ଟଳ ଦେଖିବାକୁ ମିଳିଥିଲା। କାର୍ଯ୍ୟକ୍ରମରେ ଜୟପାଟଣା ବ୍ଲକର ଜନପ୍ରତିନିଧିଙ୍କ ସମେତ ବିପୁଳ ସଂଖ୍ୟାରେ ଜନସାଧାରଣ, ବ୍ଳକ ପ୍ରଶାସନ, କଳାକାର ସଂଘ, ମହିଳା ଗୋଷ୍ଠୀର ସଦସ୍ୟାମାନେ ଉପସ୍ଥିତ ରହିଥିଲେ।




