ରାୟଗଡ଼ାରେ ସ୍ବର୍ଣ୍ଣ ଧନୁକୁ ଭବ୍ୟ ସ୍ବାଗତ 

ଓଡ଼ିଆ ବାର୍ତ୍ତା/ ରାୟଗଡ଼ା (ପଦ୍ମନ ଭତ୍ରା): ରାଉରକେଲାରୁ ବାହାରି ଥିବା ସ୍ବର୍ଣ୍ଣ ଧନୁ ରାଜ୍ୟର ବିଭିନ୍ନ ସ୍ଥାନ ଦେଇ ପୁରୀରେ ପହଞ୍ଚିବ। ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ଆଜ୍ଞାମାଳ ନେଇ ଏହି ଧନୁ ଅଯୋଧ୍ୟା ଯିବ। ସେହି କ୍ରମରେ ସ୍ବର୍ଣ୍ଣ ଧନୁ ରାୟଗଡ଼ାରେ ପହଞ୍ଚିଥିଲା। ରାୟଗଡ଼ା ସହରରେ ହିନ୍ଦୁମାନେ ସ୍ବର୍ଣ୍ଣ ଧନୁକୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ। ରାୟଗଡ଼ା ଠାରୁ ଜେକେପୁର ପର୍ଯ୍ୟନ୍ତ ହଜାର ହଜାର ସଂଖ୍ୟାରେ ହିନ୍ଦୁ ଶ୍ରଦ୍ଧାଳୁ ଏହି ଭବ୍ୟ ଯାତ୍ରାରେ ଅଂଶ ଗ୍ରହଣ କରିଥିଲେ। ସିରିଗୁଡା, କପିଳାସ ଛକ, ବୁଦ୍ରାୱାଲସା ଛକ, ତୁମ୍ବିଗୁଡା ଛକ, ଖଲିଗୁଡ଼ା, କତପେଟା, ଦେବଦଳା ଓ ଜେକେ ପୁର ପର୍ଯ୍ୟନ୍ତ ପ୍ରତ୍ୟେକ ସ୍ଥାନରେ ସ୍ବର୍ଣ୍ଣ ଧନୁଷକୁ ପୂଜାର୍ଚନା କରାଯାଇଥିଲା। ହରିନାମ ସଂକୀର୍ତ୍ତନ ସହ ରାୟଗଡ଼ାର ବିଶ୍ୱ ହିନ୍ଦୁ ପରିଷଦ, ବଜରଙ୍ଗ ଦଳ ଏବଂ ହଜାର ହଜାର ହିନ୍ଦୁ ଏଥିରେ ସାମିଲ ହୋଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.