ଜନ୍ମାଷ୍ଟମୀ ହିନ୍ଦୁମାନଙ୍କ ପାଇଁ ଏକ ସୌଭାଗ୍ୟର ଦିନ

କୁସୁମଖୁଣ୍ଟି ସରସ୍ବତୀ ଶିଶୁ ମନ୍ଦିର ଠାରେ ଶ୍ରୀକୃଷ୍ଣ ଜନ୍ମୋତ୍ସବ

Omkar Vasthu
Omkar Vasthu

କୋକସରା,୨୩/୮ : ଆଜି ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ ପାଲନ ଅବସରରେ କୋକସରା ବ୍ଲକ୍ କୁସୁମଖୁଣ୍ଟି ସ୍ଥିତ ସରସ୍ବତୀ ଶିଶୁ ମନ୍ଦିର ଠାରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ଶ୍ରୀ ଜନାର୍ଦ୍ଧନ ପଣ୍ଡା ଯୋଗଦେଇଥିଲେ। ଏହି ଶିକ୍ଷାନୁଷ୍ଠାନ ତରଫରୁ ଆୟୋଜିତ ଜନ୍ମାଷ୍ଟମୀ କାର୍ଯ୍ୟ କ୍ରମରେ ସ୍ଥାନୀୟ ଶ୍ରୀଶ୍ରୀ ନିଳକଣ୍ଠେଶ୍ବର ଶିବ ମନ୍ଦିର ପୂଜକ ଶ୍ରୀ ଅଶୋକ ଦାସ କୁନି କୁନି ଛାତ୍ର ଛାତ୍ରୀଙ୍କ ଗହଣରେ ଶ୍ରୀକୃଷ୍ଣ ବନ୍ଦନା, ଆରତୀ ଓ ପୂଜାକାର୍ଯ୍ୟ ସମାପନ କରିଥିଲେ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

 

ମୁଖ୍ୟ ଅତିଥି ପଣ୍ଡା ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ହିନ୍ଦୁମାନଙ୍କ ପାଈଁ ଏକ ସୌଭାଗ୍ୟ ର ଦିନ ବୋଲି କହି ଶିକ୍ଷାନୁଷ୍ଠାନର କାର୍ଯ୍ୟକଳାପ ଉପରେ ସନ୍ତୋଷ ବ୍ୟକ୍ତ କରିଥିଲେ।
ପରେ ପରେ ଅନୁଷ୍ଠାନର ଛାତ୍ର ଛାତ୍ରୀ ଓ ଅତିଥିଙ୍କ ଗହଣରେ ଶିଶୁ ବିଦ୍ୟାମନ୍ଦିର ପରିବେଶକୁ ସୁନ୍ଦର ଭାବରେ ଗଢି ତୋଲିବା ପାଇଁ ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯାଇଥିଲା। ସମସ୍ତ ଅତିଥି ଓ ଅଭିଭାବକ ମାନେ ଗୋଟିଏ ଗୋଟିଏ ବୃକ୍ଷରୋପଣ କରିଥିଲେ।

ବୃକ୍ଷରୋପଣ ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା, ସମ୍ମାନିତ ଅତିଥି ଭାବେ ମୋଟେର ଫାଣ୍ଡି ଅଧିକାରୀ ଶ୍ରୀ ଶେଖର ଜେନା ଯୋଗଦେଇ ସୁନ୍ଦର ଭଜନ ପରିବେଷଣ କରିଥିଲେ ଓ ନିଜ ବକ୍ତବ୍ୟରେ ଛାତ୍ର ଛାତ୍ରୀ ଓ ଅଭିଭାବକ ମାନଙ୍କୁ ରାସ୍ତାରେ ଗାଡି ଚଲାଇଲା ବେଲେ ହେଲମେଟ ବ୍ୟବହାର କରିବା ପାଇଁ ବାର୍ତ୍ତା ପ୍ରଦାନ କରିଥିଲେ। ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଘନଶ୍ୟାମ ନାଏକ, ରାଧେଶ୍ୟାମ ଗୋପାଲ, ପ୍ରମୋଦ ପଣ୍ଡା, ଶିଶୁମନ୍ଦିର ପରିଚାଲନା କମିଟିର ସଭାପତି ବୃନ୍ଦାବନ ପୁଝାରୀ, ସହସମ୍ପାଦକ ପ୍ରଦୀପ ପ୍ରଧାନୀ, କୋଷାଧ୍ୟକ୍ଷ ହରେକୃଷ୍ଣ ନାଏକ ପ୍ରମୁଖ ଉପସ୍ଥିତ ଥିଲେ।

କୁନି କୁନି ଛାତ୍ର ଛାତ୍ରୀ ମାନଙ୍କ ଦ୍ବାରା ଭଜନ ନୃତ୍ୟ ପରିବେଷଣ ହୋଇଥିଲା,ଏଥିରେ ସମସ୍ତ ଶ୍ରେଣୀର ସମସ୍ତ ଶ୍ରେଣୀର ଛାତ୍ର ଛା୍ତ୍ରୀ ମାନେ ରାଧା,କୃଷ୍ଣ ବେଶରେ ସୁନ୍ଦର ନୃତ୍ୟ ପରିବେଷଣ କରିଥିଲେ ଓ ରାଧା,କୃଷ୍ଣ ବେଶ ପୋଷାକ ପ୍ରତିଯୋଗିତା ହୋଇଥିଲା। ଏହି ପ୍ରତିଯୋଗିତାରେ କୃତିତ୍ବ ଲାଭ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ଅତିଥିମାନେ ପୁରସ୍କାର ବିତରଣ କରିଥିଲେ।ଅନୁଷ୍ଠାନର ପ୍ରଧାନ ଗୁରୁଜୀ ଶ୍ରୀ ଭବାନୀ ବେହେରା ଅତିଥି ପରିଚୟ ପ୍ରଦାନ କରିଥିଲେ। ଗୁରୁଜୀ ପରମାନନ୍ଦ ବେମାଲ ମଞ୍ଚପରିଚାଳନା କରିଥିବା ବେଳେ ଗୁରୁଜୀ ଉତ୍ତମ ପଣ୍ଡା ସାଂସୃତିକ କାର୍ଯ୍ୟକ୍ରମରେ ବାଦ୍ୟଯନ୍ତ୍ର ଦାୟିତ୍ବରେ ଥିଲେ ଓ ଅନ୍ୟାନ୍ୟ ଗୁରୁଜୀ ଗୁରୁମା ମାନେ କୁନି କୁନି ଛାତ୍ର ଛାତ୍ରୀ ଙ୍କୁ ସଜ୍ବିତ କରାଇ ସାଂସୃତିକ କାର୍ଯ୍ୟକ୍ରମ କୁ ଆକର୍ଶଣୀୟ କରିଥିଲେ।

 

କୋକସରାରୁ ହିରଣ୍ୟ ବେହେରାଙ୍କ ରିପୋର୍ଟ odiabarta.in
ଗୁଗଲ୍ କ୍ରୋମ୍’ରେ odiabarta.in ଖୋଲନ୍ତୁ, ଲାଲ୍ ବେଲ୍ ବଟନ୍’ରେ କ୍ଲିକ୍ କରି ନୋଟିଫିକେସନ୍ ସବ୍ସକ୍ରାଇବ୍ କରନ୍ତୁ ଏବଂ ସମସ୍ତ ଖବର ଓ ବିଚାର ସୂଚନା ପାଆନ୍ତୁ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.