ଓଡ଼ିଆ ବାର୍ତ୍ତା/ ଟିକ୍ରାପଡ଼ା (ରମାକାନ୍ତ ରାଜପଲିଆ): ସଇଁନ୍ତଳା ବ୍ଲକ କରମତଲା ପଞ୍ଚାୟତ ଛନଛଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି | ଏବିଇଓ ନାରାୟଣ ଭୋଇଙ୍କ ଅଧ୍ୟକ୍ଷତା ତଥା ସିଆରସିସି ପ୍ରମୋଦ ବୁଡ଼େକଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ବିଇଓ ଦିଲୀପ କୁମାର ଯୋଶୀ ମୁଖ୍ୟ ଅତିଥି, ଜିଲ୍ଲା ପରିଷଦ ସଭ୍ୟ ହିମାଞ୍ଚଳ ବୁଡ଼େକ, ଏବିଇଓ ନରେନ୍ଦ୍ର କୁମାର ସାହୁ, ପ୍ରଧାନ ଶିକ୍ଷକ ବସନ୍ତ ଭୋଇ, ଦୁର୍ଯ୍ୟୋଧନ ସେନାପତି ସମ୍ମାନିତ ଅତିଥି, କରମତଲା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ଦ୍ଵିତୀକୃଷ୍ଣ ପଧାନ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଶ୍ରେଷ୍ଠ ଛାତ୍ରୀ ରୋଶନୀ ରଣାଙ୍କ ସମେତ ସମସ୍ତ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବଣ୍ଟନ କରିଥିଲେ | ସଭା ପରେ ଛାତ୍ରୀଛାତ୍ରଙ୍କ ଦ୍ୱାରା ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା |





