ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟ ନର୍ଲା ଠାରେ ଜାତୀୟ ଯୁବ ଦିବସ ପାଳିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ନାରାୟଣ ପ୍ରସାଦ ନାୟକଙ୍କ ଅଧ୍ୟକ୍ଷତାରେ ସ୍ୱାମୀ ବିବେକାନନ୍ଦଙ୍କ ଜନ୍ମ ବର୍ଷିକୀ ପାଳନ କରାଯାଇଛି। ଅଧ୍ୟକ୍ଷ ସ୍ୱାମୀଜୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ବନ୍ଦେ ମାତରମ ରାଷ୍ଟ୍ର ଗୀତ ସାମୁହିକ ଗାନ କରାଇଥିଲେ। ଏବଂ ପରେ ସ୍ୱାମୀ ବିବେକାନନ୍ଦଙ୍କ ଆଦର୍ଶରେ ଯୁବପିଢ଼ି ପରିଚାଳିତ ହେବା ପାଇଁ ଆହ୍ୱାନ କରିଥିଲେ। ଜାତୀୟ ସେବା ଯୋଜନା ଅଧିକାରୀ ସୁଶାନ୍ତ କୁମାର ସାହୁ ସ୍ୱେଚ୍ଛାସେବୀ ଏବଂ ସମସ୍ତ ଛାତ୍ରଛାତ୍ରୀଙ୍କୁ ସ୍ୱାମୀଜୀଙ୍କ ତ୍ୟାଗପୂତ ଜୀବନର ବ୍ୟାଖ୍ୟା କରିଥିଲେ। ଇଂରାଜି ବିଭାଗର ଅଧ୍ୟାପିକା ବାସନ୍ତୀ ସାହୁ,ଶିକ୍ଷା ବିଭାଗର ଅଧ୍ୟାପିକା କୌଶାଲ୍ୟା ଗଡ଼ବା ସ୍ୱାମୀଜୀଙ୍କ ସଫଳତାର ମୂଲମନ୍ତ୍ର ବ୍ୟାଖ୍ୟା କରିଥିଲେ।ଏଥିରେ କ୍ରୀଡା ଶିକ୍ଷକ କ୍ଷିତୀଶ କୁମାର ବଗର୍ତ୍ତୀ, ମନୋଜ କୁମାର ନନ୍ଦ, ସନ୍ତୋଷ କୁମାର ନାୟକ, ଲକ୍ଷପତି ପ୍ରଧାନ, ରବି ଚନ୍ଦ୍ର ଭୋଇ, ସନ୍ତୋଷ ନାଗ, ଗୌରଚନ୍ଦ୍ର ମାଝୀ ପ୍ରମୁଖ ସହଯୋଗ କରିଥିଲେ ।





