ଆକାଶେ ଉଦେ ନିଶାକର, ଗୋବିନ୍ଦ ଉଦରୁ ବାହାର

ଭାଗବତରୁ କେତେ ପଦେ 

Omkar Vasthu
Omkar Vasthu

ବ୍ରହ୍ମାଣ୍ଡମାଳ ମାଳ ହୋଇ । ତୋ ଲୋମମୂଳେ ଛନ୍ତି ରହି ।।

Pearl dental clinic
Near Ashish Medical Store, Bhawanipatna

ଧର୍ମ ପାଳକ ତୁ ଜଗତେ । ଶରୀର ବହୁ ଭୃତ୍ୟ ହିତେ ।।

Udyog Nursery
Udyogi Nursery

ଦୁଷ୍ଟ ନିବାରି ସନ୍ଥ ପାଳୁ । ତୁ ନାଥ ପରମ ଦୟାଳୁ ।।
… …. …..
ଶ୍ରୀଭାଗବତର ସିଦ୍ଧାନ୍ତ । ଅମୃତ ରସମୟ ଗୀତ ।।

ଯାଦବ କୁଳେ ଯଦୁବଂଶେ । ଜନ୍ମ ହୋଇଲେ ଦେବ ଅଂଶେ ।।


ଏବେ ସକଳ ଦେବେ ଯାଅ । ମଞ୍ଚ ମଣ୍ଡଳେ ଜାତ ହୁଅ ।।

ଯାଦବ ଆଦି ସପ୍ତ ବଂଶ । କଂସରେ ହୋଇବ ବିଶ୍ବାସ ।।

ଗୋପୀ ଗୋପାଳ ରୂପ ହୋଇ । ଗୋପେ ଜନ୍ମିବି ଦେହ ବହି ।।

ମୁଁ ଜାତ ବସୁଦେବ ଘରେ । ବଢିବି ଯାଇ ଗୋପପୁରେ ।।

ବ୍ରହ୍ମା ବୋଇଲେ ଦେବେ ଶୁଣ । ଯାହା କହିଲେ ନାରାୟଣ ।।

ଯାଦବ ବସୁଦେବ ଘରେ । ଜନ୍ମିବେ ଦେବକୀ ଉଦରେ ।।


ଦେବେ ଉପୁଜିଛନ୍ତି ଅଂଶେ । ଗୋପ ନଗରେ ଭୋଜବଂଶେ ।।

ନନ୍ଦ ଯଶୋଦା ଆଦି ଯେତେ । କହିବି ଏକେ ଏକେ କେତେ ।।

ଦେବକୀ ଆଦି ବସୁଦେବ । ଏ ଆଦି ଯେତେକ ଯାଦବ ।।

ତୋର ସେବକ ତେତେ ଲୋକ । ଦେବତାମାନେ ଏଟି ଦେଖ ।।

ଏହା ତୁ ନକର ବିଚାର । ନିକଟେ ମରିବୁ ଅସୁର ।।

କଂସକୁ କରାଇ ଉଚ୍ଚାଟ । ନାରଦ ଗଲେ ଶୁନ୍ୟବାଟ ।।


ଶୁଣ ସକଳ ବୀରମଣି । ମୋହର କର୍ମ ଫଳ ବାଣୀ ।।

ନାରଦ କହିଗଲେ ମୋତେ । ଯଦୁଙ୍କୁ ନ ଯିବୁ ପରତେ ।।

ଯେତେକ ମୋହର ବିଶ୍ବାସ । ଯଦୁଙ୍କୁ ବେଗେ କର ନାଶ ।।

ଯାଦବ ଅସୁରଙ୍କ ଡରେ । ପଲାଇଗଲେ ଦେଶାନ୍ତରେ ।।

କେ କୁରୁ ନଗରେ ପସିଲେ । ପାଞ୍ଚାଳ ନଗରେ ମିଳିଲେ ।।

ବିଦେହ ନିଷେଧ କୋଶଳେ । ପଶିଲେ ଜୀବନ ବିକଳେ ।।

ଯେ ଅବା ଯାଇ ନ ପାରିଲେ । କଂସର ଶରଣ ପସିଲେ ।।

କୃଷ୍ଣର ରୂପ ଯେ ପ୍ରଚଣ୍ଡ । ଯେହ୍ନେ ଉଦୟ ମାରତଣ୍ଡ ।।

ଅମର ପୁରୁ ଲଗ୍ନ ବେଳେ । ପ୍ରଭୂ କାମିନୀ ଏକମେଳେ ।।

ଜଗତ ମଙ୍ଗଳେ ପୁରୁଷ । ଦେବକୀ ଗର୍ଭରେ ପ୍ରବେଶ ।।

ଉଦୟ କାଳେ ଯେହ୍ନେ ଶଶୀ । ପୁର୍ବ ଦିଗରୁ ପରକାଶି ।।

କୃଷ୍ଣଙ୍କୁ ଧରିଣ ଉଦର । ଦେବକୀ ଦିଶିଲା ସୁନ୍ଦର ।।
ସମାଧି କରି ଯୋଗ ଧ୍ୟାୟୀ । କୃଷ୍ଣ ପ୍ରସନେ ଲେଶ ପାଇ ।।

ପୁଣି କ୍ଷଣକେ ଚକ୍ଷୁ ଫେଇ । ହସି କହନ୍ତି ରାଜା ଚାହିଁ ।।

ସୁଣ ହୋ ଗୋବିନ୍ଦର ଜନ୍ମ ।ଜେହ୍ନେ ଛାଡିବ ମତି ଭ୍ରମ ।।

ସୂର୍ଯ୍ୟର ତହୁଁ ଷଢଋତୁ । ପ୍ରକାଶ ହୋଇ ଜନ୍ମ ହେତୁ ।।

ଋତୁଙ୍କ ମଧ୍ୟେ ଶ୍ରେଷ୍ଠ ବଳ । ସଂପୂର୍ଣ୍ଣ ବରଷାର କାଳ ।।

ଭାଦ୍ରବ ମାସ କୃଷ୍ଣପକ୍ଷ । ସକଳ ଗ୍ରହେ ଛନ୍ତି ଉଚ୍ଚ ।।

ଅଷ୍ଟମୀ ନିଶି ଅର୍ଧ ଭାଗେ । ରୋହିଣୀ ବୃଷର ସଂଯୋଗେ ।।

ବୃଷ ରାଶିରେ ନିଶାକର । ନକ୍ଷେତ୍ର ଗ୍ରହେ ବଳିଆର ।।

ଗଭୀର ନାଦ ମେଘ ଘୋଷ । ପ୍ରଫୁଲ୍ଲ ସାଧୁଙ୍କ ମାନସ ।।


ଆକାଶେ ଉଦେ ନିଶାକର । ଗୋବିନ୍ଦ ଉଦରୁ ବାହାର ।।

ନୀଳଜୀମୂତ ଦେହକାନ୍ତି । ବଳୟ ମଣି ଝଟକନ୍ତି ।।

ପୀତ ବସନ କଟି ଶୋହେ । ରୂପ କୋଟିଏ କାମ ମୋହେ ।।

କଟି ମେଖଳା ସୁନା ସୁତା । ହୃଦରେ ପଦକ ପଇତା ।।

କିରଟୀ କୁଣ୍ଡଳ କଙ୍କଣ । ପାଦେ ନୂପୂର ରୁଣଝୁଣ ।।

ଦିଶଇ ଶଙ୍ଖ ଚକ୍ର ତେଜ । ମର୍କତ ସ୍ତମ୍ଭ ଚତୁର୍ଭୂଜ ।।

ଗଦା କମଳ ଶଙ୍ଖ ଚକ୍ର । ଅଧର ଓଷ୍ଠ ରଙ୍ଗ ନେତ୍ର ।।

ଶ୍ରୀବତ୍ସ ଚିହ୍ନ ହୃଦେ ଶୋହେ । ରତ୍ନ ପାଦୁକା ବେନି ପାୟେ ।।

ଅପୂର୍ବ ରୂପ ଯୋଗେଶ୍ବର । ଦେବ ମାନବେ ଅଗୋଚର ।।

ହରି ଚରିତ ସୁଧାବାଣୀ । ଶୁଣି ନିର୍ମଳ ହୁଅ ପ୍ରାଣୀ ।।

କୃଷ୍ଣର ଜନ୍ମ ରସ ସାର । ଶୁଣି ସଂସାରୁ ହୁଅ ପାର ।।

ପରୀକ୍ଷିତକୁ କହେ ମୁନି । ଗୀତେ ମୁଁ ବିରଚିଲି ଆଣି ।

ପୁରାଣ ଶିରୀ ଭାଗବତ । କହଇ ବିପ୍ର ଜଗନ୍ନାଥ ।।

(ଶ୍ରୀମଦ୍ଭାଗବତ)

For latest news & updates, click on bell button and subscribe to notifications.
Like us on Facebook👇
http://facebook.com/odiabarta

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.