କୁଶୁର୍ଲା ମକର ମେଳା: ବୁଲିଲା ହରଗୌରୀଙ୍କ ରଥ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନରୋତ୍ତମ ସେଲମା): କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ୍ ଅନ୍ତର୍ଗତ ଯୋରାଡବରା ଗ୍ରାମ ପଞ୍ଚାୟତ କୁଶୁର୍ଲା ଗ୍ରାମ ସ୍ଥିତ ଶ୍ରୀ ଶ୍ରୀ ନୀଳକଣ୍ଠେଶ୍ଵର ଶୈବପୀଠ ଠାରେ କର୍ଲାମୁଣ୍ଡା, ନର୍ଲା, କେସିଙ୍ଗା, ମ.ରାମପୁର ଆଦି ବ୍ଲକ ଅଞ୍ଚଳର ୪୪ ଖଣ୍ଡ ଗ୍ରାମକୁ ନେଇ ଗଠିତ ହୋଇଥିବା ମିଳିତ ମକରମେଳା ସୋମବାର ଠାରୁ ଆରମ୍ଭ ହୋଇଯାଇଛି। ବୁଧବାର ପ୍ରଭୁ ହରଗୌରୀଙ୍କ ନିତ୍ୟ ପୂଜାର୍ଚ୍ଚନା ସହିତ ମକର ସଂକ୍ରାନ୍ତି ହୋମ ସହ ମକରମେଳା ଚାଉଳ ଭୋଗ ଲାଗିଥିଲା। ପରେ ଉପସ୍ଥିତ ଭକ୍ତମାନେ ଏହି ମକର ଚାଉଳ ପ୍ରସାଦକୁ ଉତ୍ସାହିତ ହୋଇ ବଣ୍ଟନ କରାଯାଇ ଭାବ ଆଦାନ ପ୍ରଦାନ କରାଯାଇଥିଲା। ଅପରାହ୍ନରେ ହରଗୌରୀଙ୍କୁ ରଥାରୁଢ କରି ନଗର ପରିକ୍ରମା ସହ ମନୋରଞ୍ଜନ କାର୍ଯ୍ୟକ୍ରମ ଆୟୋଜିତ କରାଯାଇଛି। ମହୋତ୍ସବ କମିଟିର ତତ୍ଵାବଧାନରେ ଆୟୋଜିତ ହୋଇଥିବା ୭୬ ତମ ମକରମେଳା ମହୋତ୍ସବ ପାଇଁ ଭକ୍ତମୟ ହୋଇ ପଡିଛି ଏହି ଶୈବପୀଠ। ଏହା ଆସନ୍ତା ତା୧୮/୦୧/୨୦୨୬ ରିଖ ଚଣ୍ଡିପୁଜା ସହ ବୋଦାବଳୀ ଦେଇ ଶେଷ ହେବବୋଲି ଜଣାପଡିଛି।କାର୍ଯ୍ୟକ୍ରମରେ କମିଟିର ସଭାପତି ଜଗତରାମ ଭୋଇ, ସଂପାଦକ ସୁଶାନ୍ତ ଜାନୀ, ଉପ ସଭାପତି ହିରାମଣି ସାହୁ, ଯୁଗ୍ମ ସମ୍ପାଦକ ଦୟା ବାଗ, କୋଷାଧ୍ୟକ୍ଷ ଲଷ୍ମୀ ପ୍ରସାଦ ସାହୁଙ୍କ ସହ ଅନ୍ୟାନ୍ୟ ନେତୃ ବୃନ୍ଦ ରହିଥିବା ବେଳେ ପୂଜକ ଭାବେ ନେତ୍ରାନନ୍ଦ ବଡମାଳି ରହିଛନ୍ତି। ଏହି ମହୋତ୍ସବ ପାଇଁ ଅଞ୍ଚଳ, ଜିଲ୍ଲା, ରାଜ୍ୟ ତଥା ରାଜ୍ୟ ବାହାରର ଶହସ୍ରାଧିକ ବ୍ୟବସାୟୀ ମାନେ ବେପାର ପାଇଁ ଏଠାରେ ଉପସ୍ଥିତ ରହି ଦୋକାନ ବଜାର ଲଗାଇ ଥିବାରୁ ଶୈବପୀଠ ଉତ୍ସବ ମୁଖର ହୋଇପଡିଛି। ଏହି ମହୋତ୍ସବରେ ଲକ୍ଷାଧିକ ଜନସମାଗମ ହେବାର ଆକଳନ କରାଯାଇଛି। ତେବେ ପ୍ରତ୍ୟେକ ରାତିରେ ସାଂସ୍କୃତିକ କାର୍ଯ୍ୟକ୍ରମମାନ କମିଟି ପକ୍ଷରୁ ଆୟୋଜନ କରିଥିବା ଜଣା ପଡ଼ିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.