ଗୋକୁଲେଶ୍ବର କେରୋକୁଡା କୁମୁଡି ଡଙ୍ଗର ମକରମେଳା ମହୋତ୍ସବ

ସାଂସ୍କୃତିକ ସଭାରେ ଯୋଗଦେଲେ ବହୁ ବିଶିଷ୍ଟ ବ୍ୟକ୍ତି

ଓଡ଼ିଆ ବାର୍ତ୍ତା/ କେସିଙ୍ଗା: କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକର ଗୋକୁଲେଶ୍ବର ଓ କେରୋକୁଡା ମଧ୍ୟସ୍ଥ କୁମୁଡି ଡଙ୍ଗର ଠାରେ ଚାଲିଛି ମକରମେଳା ମହୋତ୍ସବ। ଗତ ୧୧ ତାରିଖରୁ ଆରମ୍ଭ ହୋଇଥିବା ଏହି ମେଳା ୧୬ ତାରିଖ ପର୍ଯ୍ୟନ୍ତ ଚାଲିବ। ଗୋକୁଲେଶ୍ବର କେରୋକୁଡା କୁମୁଡି ଡଙ୍ଗର ମକର ମେଳା ମହୋତ୍ସବ କମିଟି ପକ୍ଷରୁ ପ୍ରତ୍ୟେକ ଦିନ ବିଭିନ୍ନ କାର୍ଯ୍ୟକ୍ରମ ଓ ସାଂସ୍କୃତିକ ସଭା ଅନୁଷ୍ଠିତ ହେଉଛି। ୧୬ ପ୍ରହର ନାମଯଜ୍ଞ, ମିନାବଜାର, ମକର ମେଳା ଓ ମହୋତ୍ସବ ଦେଖିବା ପାଇଁ ପ୍ରବଳ ଜନସମାଗମ ହେଉଛି। ମକର ମେଳା ମହୋତ୍ସବ କମିଟିର ସଭାପତି ତଥା ବିଶିଷ୍ଟ ସମାଜସେବୀ ମନୋଜ କୁମାର ପଟ୍ଟନାୟକ, ଉପସଭାପତି ତାରିଣୀ ପ୍ରସାଦ ସିଂହ, ସମ୍ପାଦକ ତେଜରାଜ ଶବରଙ୍କ ତତ୍ବାବଧାନରେ ଶାନ୍ତି ଶୃଙ୍ଖଳା ସହ ଚାଲିଛି ସମସ୍ତ କାର୍ଯ୍ୟକ୍ରମ। ବିଭିନ୍ନ ସନ୍ଧ୍ୟାର ସାଂସ୍କୃତିକ ସଭାରେ ବିଶିଷ୍ଟ ଅତିଥି ଭାବେ ପୂର୍ବତନ ବିଧାୟକ ଦୁଷ୍ମନ୍ତ ନାଏକ, କଳାହାଣ୍ଡି ଜିଲ୍ଲା ବିଜେଡ଼ି ମହିଳା ସଭାନେତ୍ରୀ ଲଳିତା ନାଏକ, ଧର୍ମଗଡ଼ ବିଧାୟକ ସୁଧିର ରଞ୍ଜନ ପଟ୍ଟଯୋଶୀ, ନର୍ଲା ବ୍ଲକ ଅଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି, କେସିଙ୍ଗା ବ୍ଲକ ଉପାଧ୍ୟକ୍ଷା ରାଜଲକ୍ଷ୍ମୀ ପଟ୍ଟନାୟକ, ଜିଲ୍ଲା ପରିଷଦ ସଦସ୍ୟା ସୁନୀତା ଶବର, ଗୋକୁଲେଶ୍ବର ସରପଞ୍ଚ କେସୁଲାଲ ତାଣ୍ଡି, ଦେଓଗାଁ ସରପଞ୍ଚ ଡମ୍ବରୁଧର ପଟ୍ଟନାୟକ, ଗାଇଗାଁ ସମିତି ସଭ୍ୟ ଭୁବନେ ଶବରଙ୍କ ସମେତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ। ରାତିରେ ମନୋରଞ୍ଜନ କାର୍ଯ୍ୟକ୍ରମ ମଧ୍ୟରେ ଏଲଏକ୍ସ ମ୍ୟୁଜିକ ଓ ସଙ୍ଗୀତ ସରଗମ ଦର୍ଶକଙ୍କ ମନ ମୋହିଥିଲା। ତେବେ ଅଞ୍ଚଳର ୧୪ ଖଣ୍ଡ ଗ୍ରାମବାସୀଙ୍କୁ ଏକତ୍ରିତ କରି ଏପରି ବିଶାଳ କାର୍ଯ୍ୟକ୍ରମକୁ ସଫଳ ରୂପାୟନ କରିଥିବାରୁ ମକରମେଳା ମହୋତ୍ସବ କମିଟିର ସଭାପତି ମନୋଜ ପଟ୍ଟନାୟକଙ୍କୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.