କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୬ ଅବସରରେ ଜିଲ୍ଲାସ୍ତରୀୟ କବି ସମ୍ମିଳନୀ ଅନୁଷ୍ଠିତ

କରୁଣା, ସମ୍ବେଦନା ଓ ପ୍ରତିକ୍ରିୟା କବି ହୃଦୟକୁ ତଲ୍ଲୀନ କରେ

ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା (ଅଲତାଫ ଅଲ୍ଲୀ ଖାଁ): ବୁଦ୍ଧଙ୍କ ବାଣୀ ଭଳି ନିଜ ଆଖପାଖରେ ଘଟୁଥିବା ବିଭିନ୍ନ ଘଟଣାବଳୀ ଉପରେ ନିଜସ୍ୱ ଢଙ୍ଗରେ ପ୍ରତିକ୍ରିୟା ପ୍ରକାଶ କରିବା ସହିତ ନିଜ ମଧ୍ୟରେ କରୁଣା, ସମ୍ବେଦନା ଭଳି ମାନବୀୟ ଗୁଣ ଅବଧାରଣା କରିବା କବିର ଧ୍ୟେୟ ହେବା ଉଚିତ ବୋଲି ଆଜି କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୬ ଉପଲକ୍ଷେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ କବି ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଶିଷ୍ଟ କବି, ଲେଖକ ଓ ଗବେଷକ ଡ. ବାସୁଦେବ ସୁନାନୀ ନିଜ ବକ୍ତବ୍ୟରେ କହିଛନ୍ତି।

Omkar Vasthu
Omkar Vasthu

ଆଜି ସ୍ଥାନୀୟ ଟାଉନହଲଠାରେ ଅନୁଷ୍ଠିତ କବି ସମ୍ମିଳନୀ ଓ କବିତା ପାଠୋତ୍ସବରେ ମୁଖ୍ୟଅତିଥି ଭାବେ ଡ. ବାସୁଦେବ ସୁନାନୀ ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ବିଶିଷ୍ଟ କବି ପଦ୍ମଲୋଚନ ମିଶ୍ର, ଜିଲ୍ଲା ଯୋଜନା ଉପନିର୍ଦ୍ଦେଶକ ତଥା କବି ସମ୍ମିଳନୀ କମିଟିର ନୋଡାଲ ଅଧିକାରୀ ଶ୍ରୀକାନ୍ତ ଦଳେଇ, ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ ମଞ୍ଚାସୀନ ଥିଲେ।

Pearl dental clinic
Near Ashish Medical Store, Bhawanipatna

କବି ସମ୍ମିଳନୀ ଉପସମିତିର ଅଧ୍ୟକ୍ଷ ଡ. ତପନ କୁମାର ରଥ, ଉପାଧ୍ୟକ୍ଷ ସତ୍ୟନାରାୟଣ ମୁଣ୍ଡଛିନା, ଆବାହକ ଡିଲେଶ୍ଵର ରଣାଙ୍କ ଉପସ୍ଥିତିରେ ସଭ୍ୟ ଜୟଦ୍ରଥ ସୁନା ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ସୁଧୀର କୁମାର ଧଙ୍ଗଡ଼ାମାଝୀ ସଭା ପରିଚାଳନା କରିଥିଲେ।

Udyog Nursery
Udyogi Nursery

ଏହି ଅବସରରେ ଜିଲ୍ଲାର ୨୦୦ ରୁ ଉର୍ଦ୍ଧ୍ବ କବିଙ୍କ କବିତାରେ ସମୃଦ୍ଧ ସଂକଳନ ‘ନିଶାନ୍’ ଲୋକାର୍ପିତ ହୋଇଥିଲା। ସେହିପରି ବରିଷ୍ଠ କବି ସୋହନଲାଲ ଅଗ୍ରୱାଲଙ୍କ ବ୍ୟଙ୍ଗ କବିତା ପୁସ୍ତିକା ‘ହାସ୍ୟଂ ଶରଣଂ ଗଚ୍ଛାମି’ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା।

ଉପସମିତି ସଭ୍ୟ ଯାଦବେନ୍ଦ୍ର ସାହା, ସୁମତି ମୁଣ୍ଡ, ସଞ୍ଜୀବ କୁମାର ପଣ୍ଡା, ତପନ ସାହୁ, ବିଶ୍ୱରଞ୍ଜନ ପଣ୍ଡା ଓ କଳ୍ପନା ରଥଙ୍କ କବିତା ସଂଯୋଜନାରେ ଜିଲ୍ଲାର କୋଣ ଅନୁକୋଣରୁ ୨୩୦ ଜଣ କବି ସ୍ବରଚିତ କବିତା ପାଠ କରିଥିଲେ। କାର୍ଯ୍ୟକ୍ରମ ଆୟୋଜନରେ କବି ଐଶ୍ୱର୍ଯ୍ୟା ପ୍ରଧାନ, ସୁବ୍ରତା ମହାପାତ୍ର, ନିବେଦିତା ମହାନ୍ତି, ଆଶୁତୋଷ ପୁରୋହିତ, ତ୍ରିନାଥ ଶ୍ୟାମ କୁମାର ପ୍ରମୁଖ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.