ଲୁଥାକେନ୍ଦଠାରେ ମେଗା ପ୍ରୋଜେକ୍ଟର ଓଭାର ହେଡ ଟ୍ୟାଙ୍କ ର ଭୂମି ପୂଜା

ଓଡ଼ିଆ ବାର୍ତ୍ତା/ ସଇଁତଲା (ଗୋକୁଳା ନନ୍ଦ ବଗର୍ତ୍ତୀ): ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ସଇଁତଳା ପଞ୍ଚାୟତ ସମିତି ଅଧିନ କରମତଲା ଗ୍ରାମ ପଞ୍ଚାୟତ ସ୍ଥିତ ଲୁଥାକେନ୍ଦ ଗାଁରେ ଆଜି ୪ଲକ୍ଷ ୯୦ ହଜାର ଲିଟରର ଓଭର୍ ହେଡ଼ ଟ୍ୟାଙ୍କର ଭିତ୍ତି ପ୍ରସ୍ତର ସ୍ଥାପନ ହୋଇଛି। ମୁଖ୍ୟ ଅତିଥି ଭାବରେ ଟିକ୍ରାପଡା ଜୋନ ନମ୍ବର ୩୦ ର ଜିଲ୍ଲା ପରିଷଦ ସଦସ୍ୟ ହିମାଞ୍ଚଳ ବୁଡେକ ଉପସ୍ଥିତ ଥିଲେ। ବିଭାଗୀୟ ଅଧିକାରୀ ଭାବେ ଆରଡବ୍ଲୁଏସଏସ କନିଷ୍ଠ ଯନ୍ତ୍ରୀ ଇତିଶ୍ରୀ ଦେହେରି, ଏପିଏମ ମେଗା ପଞ୍ଚାନନ ସାହୁ, କନିଷ୍ଠ ଯନ୍ତ୍ରୀ ମେଗା ସତ୍ୟ ବାରିକ, କନିଷ୍ଠ ଯନ୍ତ୍ରୀ ମନୋରଞ୍ଜନ ସାହୁ, ସମାଜସେବୀ ରାଜେଶ ଶର୍ମା ଓ ଗାଁ ର ଝଙ୍କାର ମୋହନ ଠେଲା, ନନ୍ଦୁ ପ୍ରଧାନି, ଜିତ ଅମାତ, ରଣଜିତ ପ୍ରଧାନୀ, ନରବେ ପ୍ରଧାନି, ନାଗା ପ୍ରଧାନି, ଦୈତାରି ଅମାତ କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.