ପୁରୁଷୋତ୍ତମପୁର ବ୍ଳକ ପରିଷରରେ ବେଟି ବଚାଓ ବେଟି ପଢ଼ାଓ କାର୍ଯ୍ୟକ୍ରମ ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ପୁରୁଷୋତ୍ତମପୁର ବ୍ଳକ ବୈଠକ ହଲରେ ବେଟି ବଚାଓ ବେଟି ପଢ଼ାଓ ଏବଂ ବାଲ୍ୟ ବିବାହ ନିଷେଧ, ଓ କିଶୋର କିଶୋରୀ ମାନଙ୍କୁ ସାମାଜିକ କ୍ଷେତ୍ର ସହିତ ରାଜନୈତିକ ଅଧୀନରେ ଆର୍ଥିକ, ଅଧିକାର ଏବଂ ରାଜନୈତିକ ଅଧୂକାର ଉପରେ ଏକ ଦିବସୀୟ କର୍ମଶାଳା ସମନ୍ୱିତ ଶିଶୁ ବିକାଶ ଅଧିକାରୀ ଲଳିତା ମଲ୍ଲିକଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ଲକ ବିଡ଼ିଓ ଶରତ କୁମାର ପାତ୍ର ଓ ବ୍ଳକ ଅଧକ୍ଷା ପିଙ୍କି ବେହେରା ଯୋଗ ଦେଇଥିଲା ବେଳେ ସମ୍ମାନିତ ଅତିଥି ଭାବେ ଚାଇଲଡ ଲାଇନ କର୍ତ୍ତୃ ପକ୍ଷ ଅଳକା ସାହୁ, ବ୍ୟଙ୍କ ଅଧିକାରୀ ଦିଲ୍ଲୀପ ଦଳାଇ, ପୋଲିସ ଏସ ଆଇ ରାଜେଶ କୁମାର ଛତ୍ରୀୟା, ଏବଂ ସରକାରୀ ଆଇନଜୀବୀ ସନ୍ତୋଷ କୁମାର ସେଠୀ ଯୋଗଦେଇ ମଞ୍ଚାସିନ ଥିଲେ। ଅତିଥି ମାନେ ସବୁଝିଅ ପିଲାମାନେ କିପରି ପାଠ ପଢ଼ି, ସମୁର୍ଣ ଭାବେ ଆତ୍ମ ନିର୍ଭରଶିଳ ସହିତ ଆର୍ଥିକ ଅଗ୍ରଗତି ହୋଇ ଆଗକୁ ବଢିବେ, ୧୮ ବର୍ଷରୁ କମ ଝିଅଙ୍କ ବାହାଘର ବନ୍ଦ କରିବା, କିଶୋରୀ ବାଳିକା ମାନଙ୍କ ସବୁକ୍ଷେତ୍ରରେ ବିକାଶ କରିବା ଉପରେ ବିଡ଼ିଓ ମତ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଅଙ୍ଗନବାଡ଼ି କର୍ମୀ, ଆଶାକର୍ମୀ, ଶିଶୁ ବିଭାଗ ସୁପର ଭାଇଜର, ଓ ସମନ୍ୱିତ ବିଭାଗ ଓ ବ୍ଳକ ବିଭାଗର ଷ୍ଟାଫ ଉପସ୍ଥିତ ରହି ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.