ବ୍ୟାସକବି ଫକୀରମୋହନଙ୍କ ଜୟନ୍ତୀର ଦ୍ଵିତୀୟ ଦିବସରେ ଅନୁଷ୍ଠିତ ହେଲା ସମ୍ବର୍ଦ୍ଧନା : ବିଶିଷ୍ଟ କଥାକାର ରାମଚନ୍ଦ୍ର ବେହେରାଙ୍କୁ ‘ଫକୀରମୋହନ ସାହିତ୍ୟଶ୍ରୀ ସମ୍ମାନ’ ପ୍ରଦାନ

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): କବିତୀର୍ଥ ଶାନ୍ତିକାନନରେ ଜୟନ୍ତୀ ଉତ୍ସବର ଦ୍ଵିତୀୟ ଦିବସରେ ସଂକ୍ରାନ୍ତି ପୁରୁଷ କଥାସମ୍ରାଟ ଫକୀର ମୋହନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ ପୂର୍ବକ ମୁଖ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସକାଳେ ଛତୁଆ ପୋଖରୀ ନିକଟସ୍ଥ ଫକୀରମୋହନଙ୍କ ସମାଧି ପୀଠରେ ଉପସଭାପତି ଦୀନବନ୍ଧୁ ଲେଙ୍କାଙ୍କ ନେତୃତ୍ୱରେ ବରିଷ୍ଠ ସଦସ୍ୟ ଡ. ରମାକାନ୍ତ ନାୟକ, ଡ. ଶତୃଘ୍ନ ମଲ୍ଲିକ, ନୟନା କୁମାରୀ ବିଦ୍ୟାଳୟ ଓ ବାଲିଆ ଶିଶୁ ମନ୍ଦିର ଛାତ୍ରଛାତ୍ରୀ ମାନଙ୍କ ଗହଣରେ ପୁଷ୍ପାର୍ଘ୍ୟ ଅର୍ପଣ ପରେ ଶାନ୍ତି କାନନ ପରିସରରେ ଫକୀର ମୋହନଙ୍କ ପ୍ରତିମୂର୍ତ୍ତିରେ ବରିଷ୍ଠ କଥାକାର ତଥା ପୂର୍ବତନ ମୁଖ୍ୟ ଶାସନସଚିବ,ସଭାର ମୁଖ୍ୟ ଅତିଥି ତରୁଣକାନ୍ତି ମିଶ୍ର ଓ ଅନ୍ୟତମ ବରିଷ୍ଠ କଥାକାର ତଥା ବରେଣ୍ୟ ଅତିଥି ପ୍ରଫେସର ରାମଚନ୍ଦ୍ର ବେହେରା ପୁଷ୍ପମାଲ୍ୟ ପ୍ରଦାନ ପରେ ସଭାକାର୍ଯ୍ୟ ଓ ସମ୍ବର୍ଦ୍ଧନା ପର୍ବ ଅନୁଷ୍ଠିତ ହୋଇଥିଲା। ଚଳିତ ବର୍ଷ ପରିଷଦର ସର୍ବୋଚ୍ଚ ସମ୍ମାନ ‘ଫକୀରମୋହନ ସାହିତ୍ୟ ଶ୍ରୀ ସମ୍ମାନ’ ବିଶିଷ୍ଟ କଥାକାର ରାମଚନ୍ଦ୍ର ବେହେରାଙ୍କୁ ପ୍ରଦାନ କରାଯାଇଥିଲା। ସେହିପରି ଯୁବଲେଖିକା ପ୍ରିୟଙ୍କା ପ୍ରିୟଦର୍ଶନୀ ଦାସ ଏ ବର୍ଷର ହାଜି ଆସରଫ ଉଦୟଭାରତୀ ସମ୍ମାନ ଗ୍ରହଣ କରିଥିଲେ। ବିଭିନ୍ନ ବ୍ୟକ୍ତି ବିଶେଷଙ୍କ ସ୍ମୃତିରେ ସ୍ଥାପିତ ସ୍ମୃତି ସମ୍ମାନ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରତିଭାଙ୍କୁ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା।

Omkar Vasthu
Omkar Vasthu

ଅତିଥି ମାନଙ୍କୁ ଡ. ହରିଶ୍ଚନ୍ଦ୍ର ବେହେରା ମଞ୍ଚ ଆହ୍ବାନ କରିଥିଲେ। ବରେଣ୍ୟ ଅତିଥି ତଥା ଏ ବର୍ଷର ‘ସାହିତ୍ୟଶ୍ରୀ ପୁରସ୍କାର’ ପ୍ରାପ୍ତ ବରିଷ୍ଠ ସାହିତ୍ୟିକ ପ୍ରଫେସର ରାମଚନ୍ଦ୍ର ବେହେରା ବକ୍ତବ୍ୟରେ ଫକୀର ମୋହନ ସାହିତ୍ୟରେ ପ୍ରାଣୀ ରୂପକଳ୍ପ ସହ ସାଙ୍କେତିକ ଭାବରେ ମଣିଷର ଗୁଣ ଓ ପ୍ରକୃତିକୁ ନିଖୁଣ ଭାବରେ ବର୍ଣ୍ଣନା କରିଛନ୍ତି ବୋଲି ମତ ରଖିଥିଲେ।ମୁଖ୍ୟ ଅତିଥି ପୂର୍ବତନ ଶାସନସଚିବ ତଥା ପ୍ରଖ୍ୟାତ କଥାକାର ତରୁଣକାନ୍ତି ମିଶ୍ର ପ୍ରତ୍ୟେକ ମଣିଷ ଜୀବନ ଯନ୍ତ୍ରଣାର ରୂପରେଖ ହୁଏ କାଳଜୟୀ ସାହିତ୍ୟ।ଫକୀର ମୋହନଙ୍କ ପ୍ରତ୍ୟେକ ସୃଷ୍ଟିରେ ଏହି ଭାଷ୍ୟ ପ୍ରତିପାଦିତ ହୋଇଛି ବୋଲି ବକ୍ତବ୍ୟରେ ପ୍ରକାଶ କରିଥିଲେ।

Pearl dental clinic
Near Ashish Medical Store, Bhawanipatna

ଫକୀର ମୋହନ ସାହିତ୍ୟ ପରିଷଦର ସଭାପତି ଡ. ସୁବାସ ଚନ୍ଦ୍ର ପାତ୍ର ଉକ୍ତ ସଭାରେ ପୌରୋହିତ୍ୟ କରିଥିଲେ। ସମ୍ପାଦକ ଡ. ରତ୍ନାକର ସିଂହ ପ୍ରାକ୍ କଥନ ରଖିଥିବା ବେଳେ କାର୍ଯ୍ୟକାରୀ ସଭାର ସଦସ୍ୟ ଡ. ସାରଙ୍ଗଧର ତ୍ରିପାଠୀ ମଞ୍ଚ ଆହ୍ବାନ କରିଥିଲେ।

Udyog Nursery
Udyogi Nursery

ପ୍ରାରମ୍ଭରେ ଫକୀର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ପ୍ରାକ୍ତନ ଇଂରାଜୀ ପ୍ରଫେସର ବିଜୟ କୁମାର ଦେ ଫକୀର ମୋହନ ସାହିତ୍ୟ ପରିଷଦର ଇତିବୃତ୍ତ ବର୍ଣ୍ଣନା କରିଥିଲେ।ଏହି ଅବସରରେ ସାହିତ୍ୟ ପରିଷଦର ମୁଖପତ୍ର ‘ସାହିତ୍ୟ ବାହିକା’ ଅତିଥିମାନେ ଉନ୍ମୋଚିତ କରିଥିଲେ । ପୁଷ୍ପାଞ୍ଜଳି କରଙ୍କର ‘ଭିନ୍ନ ଦେଶ ଭିନ୍ନ ପ୍ରକୃତି’ ମଧ୍ୟ ଅତିଥି ମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା।

ଶେଷରେ ପୁରସ୍କାର ଓ ସମ୍ବର୍ଦ୍ଧନା ଉତ୍ସବକୁ କୋଷାଧ୍ୟକ୍ଷ ତପନ ରାୟ ପରିଚାଳନା କରିବା ସହ ଶେଷକଥା ରଖିଥିଲେ।

ଅପରାହ୍ନରେ ଫକୀର ମୋହନ ସାହିତ୍ୟ ପରିଷଦ ଓ ସାହିତ୍ୟ ଏକାଡେମୀ ମିଳିତ ଆନୁକୂଲ୍ୟରେ ଆୟୋଜିତ ସଭାରେ ଡ. ସୁବାସ ଚନ୍ଦ୍ର ପାତ୍ର ସଭାପତିତ୍ୱ କରିଥିଲେ। ସାହିତ୍ୟ ଏକାଡେମୀର ସହ ସମ୍ପାଦକ ସଂଜୟ କୁମାର ଛୁଆଳ ସିଂହ ସାହିତ୍ୟ ଏକାଡେମୀ କିପରି ବରପୁତ୍ର ମାନଙ୍କ ପାଇଁ ଉତ୍ସର୍ଗୀକୃତ ତାଙ୍କର ଅଭିଭାଷଣରେ ପ୍ରକାଶ କରିଥିଲେ। ମୁଖ୍ୟ ଅତିଥି ଡକ୍ଟର ଅରବିନ୍ଦ ଗିରି ଓଡ଼ିଆ ଜାତିର ବିକାଶ ହିଁ ସମାଜ ସେବା ଏହି ବ୍ରତ ଧାରଣ କରିଥିଲେ ଫକୀର ମୋହନ। ମୁଖ୍ୟ ବକ୍ତା ଫକୀର ମୋହନ ବିଶ୍ୱବିଦ୍ୟାଳୟ ପ୍ରଫେସର ଓ ଗବେଷକ ପ୍ରଫେସର କୃଷ୍ଣଚନ୍ଦ୍ର ପ୍ରଧାନ ଯିଏ କଳା, କାଳ, ସମୟ, କଳ୍ପଲୋକ ଓ ବିଚାରକୁ ଏକତ୍ରିତ କରିପାରେ ସେ ହିଁ କ୍ଲାସିକ ସ୍ରଷ୍ଟା, ତେଣୁ ଫକୀର ମୋହନ ସେହି ପୃଷ୍ଠଭୂମିରେ ମହାନ କାଳଜୟୀ ସ୍ରଷ୍ଟା।ଅନ୍ୟତମ ଫକୀର ମୋହନ ବିଶ୍ୱବିଦ୍ୟାଳୟର ପ୍ରଫେସର ଦେବାଶିଷ ପାତ୍ର ଫକୀର ମୋହନ ସେନାପତିଙ୍କର ଗଳ୍ପର ଶେଷ ଧାଡିରେ ଫକୀର ମୋହନ ସେନାପତିଙ୍କର ଶ୍ରେଷ୍ଠତା ନିହିତ ରହିଛି ବୋଲି ଉଦାହରଣ ସହ ଚର୍ଚ୍ଚା କରିଥିଲେ। ଶେଷରେ ପରିଷଦର କାର୍ଯ୍ୟକାରୀ ସଦସ୍ୟା ସ୍ମୃତିଲେଖା ଦେ ଧନ୍ୟବାଦ ଅର୍ପଣ କରିଥିଲେ।ସନ୍ଧ୍ୟାରେ ‘ଗାରୁଡିମନ୍ତ୍ର’ ନାଟକ ଫକୀର ମୋହନ ସାହିତ୍ୟ ପରିଷଦର ସଦସ୍ୟା ମାନଙ୍କ ଦ୍ୱାରା ମଞ୍ଚସ୍ଥ ହୋଇଥିଲା।ଫକୀର ମୋହନଙ୍କ ଗାରୁଡିମନ୍ତ୍ର ଗଳ୍ପଟିକୁ ଡ. ହରିଶ୍ଚନ୍ଦ୍ର ବେହେରା ନାଟ୍ୟ ରୂପାନ୍ତର କରିଥିଲେ ଓ ନିର୍ଦ୍ଦେଶନା ଦେଇଥିଲେ ଅର୍ଣ୍ଣବ କର।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.