କଳାହାଣ୍ଡି,୨୩/୮: ଭବାନୀପାଟଣା ସ୍ଥିତ ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲରେ ଜନ୍ମାଷ୍ଟମୀ ସମାରୋହ ଆୟୋଜିତ ହୋଇଯାଇଛି।

ଏହି ଅବସରରେ ଛାତ୍ରଛାତ୍ରୀମାନେ ଭଗବାନ ଶ୍ରୀକୃଷ୍ଣଙ୍କୁ ପ୍ରାର୍ଥନା କରିଥିଲେ। ପରେ ଫେନ୍ସି ଡ୍ରେସ୍ ପ୍ରତିଯୋଗିତା କରାଯାଇଥିଲା। ବିଦ୍ୟାଳୟର ଅଧ୍ୟକ୍ଷ ଶିବରାମ ନାୟକଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକ ବ୍ରହ୍ମାନନ୍ଦ ସାମଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମାଜସେବୀ ଶ୍ରୀତମ୍ ନାୟକ, ଶିକ୍ଷୟିତ୍ରୀ ମଧୁସ୍ମିତା ଧଙ୍ଗଡାମାଝୀ, କିଟ୍ ଓ କିସ୍’ର ଜିଲ୍ଲା ପ୍ରତିନିଧି ଦୁଷ୍ମନ୍ତ ପ୍ରଧାନ, ସମାଜସେବୀ ହାଡ଼ିବନ୍ଧୁ ନାୟକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।

ଶିକ୍ଷକ ଦକ୍ଷ ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଫେନ୍ସି ଡ୍ରେସ୍ ପ୍ରତିଯୋଗିତାରେ ସାଗରିକା ଦାସ, ବିଷ୍ଣୁପ୍ରିୟା ସାମନ୍ତରାୟ, ରସିଲା ଦେବୀ ଓ ଦକ୍ଷ ସାହୁ ବିଚାରକ ଦାୟିତ୍ବରେ ରହିଥିଲେ। ଶେଷରେ ପ୍ରୀତିଶା ପଟ୍ଟନାୟକ ଧନ୍ୟବାଦ ଜ୍ଞାପନ କରିଥିଲେ।
Click below to get latest News & Views alert on your mobile





