ନଉକେଶ୍ବର ପୁଟେଲ ପୁଣିଥରେ ହେଲେ ଗୋଲାମୁଣ୍ଡା ବ୍ଲକ କଂଗ୍ରେସ କମିଟି ସଭାପତି 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): ତୃଣମୂଳ ସ୍ତରରୁ ଦଳକୁ ସୁସଂଗଠିତ କରିବାରେ ଲାଗି ପଡ଼ିଛନ୍ତି ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସ। ସେଥିପାଇଁ ଜିଲ୍ଲା, ବ୍ଲକ ଓ ବୁଥ ସ୍ତରରେ କମିଟି ଗଠନ ପ୍ରକ୍ରିୟା ଚାଲୁ ରହିଛି। ଏଥର କଂଗ୍ରେସ ମୁହଁ ନୁହଁ, କେବଳ କର୍ତ୍ତବ୍ୟ ନିଷ୍ଠା ଓ ସଂଗଠନ ବିଶ୍ୱାସୀ ଉପରେ ଆସ୍ଥା ପ୍ରକଟ କରିଛି। ଜିଲା କଂଗ୍ରେସ କମିଟି ଗଠନ ସହ ଏବେ ବ୍ଲକ କମିଟି ଗଠନ ହୋଇଛି। ଗୋଲାମୁଣ୍ଡା ବ୍ଲକ କଂଗ୍ରେସ ସଭାପତି ଭାବେ ପୁଣି ଥରେ ନଉକେଶ୍ୱର ପୁଟେଲ ମନୋନୀତ ହୋଇଛନ୍ତି। ସେ ଜଣେ ଦକ୍ଷ ସଂଗଠକ ଓ ସାଧାରଣ ଜନତାଙ୍କ ସହ ସଦାସର୍ବଦା ଜଡିତ ରହିଛନ୍ତି। ଛାତ୍ର ଜୀବନ ଠାରୁ ସେ ରାଜନୀତିରେ ସକ୍ରିୟ ଭାବେ ରହିଛନ୍ତି। ପୂର୍ବରୁ କଂଗ୍ରେସର ବିଭିନ୍ନ ପଦପଦବୀ ରହି କାର୍ଯ୍ୟକରି ଆସୁଛନ୍ତି। ବର୍ତ୍ତମାନ ସେ ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ସିନାପାଲି ଗ୍ରାମ ପଞ୍ଚାୟତର ସରପଞ୍ଚ ରହିଛନ୍ତି। ବ୍ଲକ କଂଗ୍ରେସ ସଭାପତି ମନୋନୀତ ହେବା ପରେ ସଂଗଠନକୁ ମଜବୁତ କରିବା ପ୍ରଥମ ପ୍ରୟାସ ସାଂଗେ ବ୍ଲକର ବିଭିନ୍ନ ସମସ୍ୟା ଉପରେ ଗୁରୁତ୍ୱ ଦେବା ପ୍ରାଥମିକତା ରହିବ ବୋଲି କହିଛନ୍ତି। ତେବେ ଶ୍ରୀ ପୁଟେଲ ସଭାପତି ହେବା ପରେ ଗୋଲାମୁଣ୍ଡା କଂଗ୍ରେସ ସମର୍ଥକ ମାନଙ୍କ ଭିତରେ ଖୁସି ଦେଖା ଦେଇଛି। ଏନେଇ ଶ୍ରୀ ପୁଟେଲ ଅଖିଳ ଭାରତୀୟ କଂଗ୍ରେସ ସଭାପତି ମଲ୍ଲିକା ଅର୍ଜୁନ ଖଡ଼ଗେ, କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ, କଂଗ୍ରେସ ନେତା ରାହୁଲ ଗାନ୍ଧୀ, ଓଡିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ଭକ୍ତ ଚରଣ ଦାସ, ସଦର ବିଧାୟକ ସାଗର ଚରଣ ଦାସ, ଜିଲ୍ଲା ସଭାପତି ଜଳନ୍ଧର ନାଏକଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.