କୁଶୁର୍ଲା ମକର ମେଳା ଉଦଯାପିତ

ଓଡ଼ିଆ ବାର୍ତ୍ତା/ କର୍ଲାମୁଣ୍ଡା (ରମେଶ ଚନ୍ଦ୍ର ପୁଟେଲ): କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ କୁଶୁର୍ଲା ନୀଳକଣ୍ଠେଶ୍ଵର ଶୈବପୀଠରେ ଗତ ଜାନୁଆରୀ ୧୨ରୁ ଚାଲିଥିବା ମକର ମେଳା ଆଜି (ଜାନୁଆରୀ ୧୮) ଚଣ୍ଡୀ ପୂଜା ସହ ସମାପିତ ହୋଇଛି। ଏହି କାର୍ଯ୍ୟକ୍ରମରେ ୪୫ ଖଣ୍ଡ ଗ୍ରାମର କମିଟି ବୃନ୍ଦ ସହ ଉପସ୍ଥିତ ରହି ଆଜି ମାଁ ଚଣ୍ଡିଙ୍କର ପୂଜାର୍ଚ୍ଚନା କରିଥିଲେ। କଳାହାଣ୍ଡି, ବଲାଙ୍ଗୀର, ବରଗଡ଼, ରାୟଗଡ଼ା, କନ୍ଧମାଳ, ଇତ୍ୟାଦି ଜିଲ୍ଲା ସହ ରାଜ୍ୟ ଏବଂ ରାଜ୍ୟ ବାହାରର ବଣିକମାନେ ଆସି ଅନେକ ପ୍ରକାର ସାମଗ୍ରୀ ବିକ୍ରୟ କରିଥିଲେ। ଏହି ସମାଗମରେ ହଜାର ହଜାର ସଂଖ୍ୟାରେ ଲୋକମାନେ ଭିଡ଼ ଜମାଇଥିଲେ। ଆଜି ମାଁ ଚଣ୍ଡିଙ୍କ ପୀଠରେ ପୂଜର୍ଚ୍ଚନା ସହ ପରମ୍ପରା ଅନୁକ୍ରମେ ବଳି ସମର୍ପଣ କରାଯାଇଥିଲା। ଗତ ୧୪ ରୁ ଆଜି ଯାଏଁ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମରେ କମିଟିର ସଭାପତି ଜଗତ ରାମ ଭୋଇ, ସମ୍ପାଦକ ସୁଶାନ୍ତ ଜାନୀ, କୋଷାଧ୍ୟକ୍ଷ ଲକ୍ଷ୍ମୀ ପ୍ରସାଦ ସାହୁଙ୍କ ସମତେ କମିଟିର ଅନ୍ୟାନ୍ୟ ଭକ୍ତ ବୃନ୍ଦ ଉପସ୍ଥିତ ରହି ପୂଜା କାର୍ଯ୍ୟ ସମ୍ପାଦନ କରିଥିଲେ। ମୁଖ୍ୟ ଆକର୍ଷଣ ମଧ୍ୟରେ ମୀନ ବଜାର ସହ ମକର ସଂକ୍ରାନ୍ତୀ ଦିନ ପ୍ରଭୁ ନୀଳକଣ୍ଠେଶ୍ଵର ମହାଦେବଙ୍କ ମକର ରଥ ପରିକ୍ରମା ଥିଲା। ସମସ୍ତ ଭକ୍ତ ମାନଙ୍କ ପାଇଁ ମନ୍ଦିର ପ୍ରାଙ୍ଗଣରେ ଅନ୍ନ ପ୍ରସାଦ ବ୍ୟବସ୍ଥା ମଧ୍ୟ ହୋଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.