ଦଳ ପାଇଁ ନିଷ୍ଠାର ସହ କାମ କରିବି -ନୀରଜ ଶର୍ମା, ସାଧାରଣ ସମ୍ପାଦକ
ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ଜିଲ୍ଲା କଂଗ୍ରେସ କମିଟିର ସାଧାରଣ ସମ୍ପାଦକ ଭାବରେ ପୂର୍ବତନ ନର୍ଲା ନିର୍ବାଚନ ମଣ୍ଡଳୀର ଯୁବ କଂଗ୍ରେସ ସଭାପତି ନୀରଜ ଶର୍ମା( ସାନୁ)ଙ୍କୁ ପ୍ରଦେଶ କଂଗ୍ରେସ କମିଟି ଦାଇତ୍ୱ ଅର୍ପଣ କରିଛି। ଦୀର୍ଘ ୧୫ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ନର୍ଲା ବ୍ଲକ କଂଗ୍ରେସ କମିଟିର ବିଭିନ୍ନ ଦାୟୀତ୍ୱରେ ରହି କଂଗ୍ରେସ ସଂଗଠନ ପାଇଁ ସେ ନିରବଚ୍ଛିନ୍ନ ଭାବରେ କାର୍ଯ୍ୟ କରି ଆସିଛନ୍ତି। ଇତି ମଧ୍ୟରେ କଂଗ୍ରେସର ଉତ୍ଥାନ ଓ ପତନ ହୋଇଛି। ସେ ଦଳ ପାଇଁ ତ୍ୟାଗପୂତ ମନୋଭାବ ରଖି କାର୍ଯ୍ୟ କରି ନର୍ଲା ନିର୍ବାଚନ ମଣ୍ଡଳୀରେ କଂଗ୍ରେସର ସ୍ଥିତି ବଜାୟ ରଖିଛନ୍ତି। ଦଳପ୍ରତି ତାଙ୍କର ଆନୁଗତ୍ୟ ଓ ସମର୍ପିତ ମନୋଭାବକୁ ନେ଼ଇ ପ୍ରଦେଶ କଂଗ୍ରେସ କମିଟି ଶ୍ରୀ ଶର୍ମାଙ୍କୁ ଜିଲ୍ଲା ସାଧାରଣ ସମ୍ପାଦକ ଦାଇତ୍ୱ ଦେଇଥିବା ଆଲୋଚନା ହେଉଛି। ଜିଲ୍ଲା ସାଧାରଣ ସମ୍ପାଦକ ଦାଇତ୍ୱ ଦେଇ ଥିବାରୁ ଶ୍ରୀ ଶର୍ମା ପିସିସି ସଭାପତି ଭକ୍ତ ଚରଣ ଦାସ ଓ ଭବାନୀପାଟଣା ବିଧାୟକ ସାଗର ଚରଣ ଦାସଙ୍କୁ ଧନ୍ୟବାଦ ଦେଇଛନ୍ତି।





