ଟିକ୍ରାପଡ଼ାରେ ଝଲକ କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ ଟିକ୍ରାପଡ଼ା (ରମାକାନ୍ତ ରାଜପଲିଆ): ସଇଁନ୍ତଳା ବ୍ଲକ ଟିକ୍ରାପଡ଼ା ହାଇସ୍କୁଲ ଠାରେ ବ୍ଲକ ଶିକ୍ଷକ ଶିକ୍ଷୟିତ୍ରୀ ସାହିତ୍ୟ ସଂସଦ ଆନୁକୂଲ୍ୟରେ ଶିକ୍ଷକ ଶିକ୍ଷୟିତ୍ରୀ କଳାକାର ସଙ୍ଗମ କାର୍ଯ୍ୟକ୍ରମ ‘ଝଲକ’ ଅନୁଷ୍ଠିତ ହୋଇଯାଇଛି | ଅବସରପ୍ରାପ୍ତ ଶିକ୍ଷକ ଅରବିନ୍ଦ ସୁପକାରଙ୍କ ଅଧ୍ୟକ୍ଷତା ଶ୍ରୀପାଳ ପଣ୍ଡା, ବିଜୟ କୁମାର ମଲ୍ଲିକଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ଶିକ୍ଷାଜ୍ୟୋତି ଅନିମା ଶତପଥି, ଶିକ୍ଷାବିତ ଅନ୍ତର୍ଯ୍ୟାମୀ ରାଜପଲିଆ, ଶିକ୍ଷକ କିଶୋର କୁମାର ବେହେରା, ବିଶିଷ୍ଟ ନାଟ୍ୟକାର ତଥା ଅଭିନେତା ଅନନ୍ତ ବଗର୍ତ୍ତୀ, ବରିଷ୍ଠ ଅଭିନେତା ରୋହିତାଶ୍ଵ ସୁଆର ଅତିଥି ଭାବେ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ | ଉପେନ୍ଦ୍ର ନାଗ, ଶମ୍ଭୁ ପ୍ରସାଦ ନାଏକ, ଅଜିତ ମେହେର, ଚନ୍ଦ୍ରଶେଖର ମିଶ୍ର, ଜଗଦୀଶ ବଢ଼େଇ, ହିମାଞ୍ଜଳୀ ପଧାନ, ସାଲମୀ ଓରାମ ପ୍ରମୁଖଙ୍କ ସମେତ ଶତାଧିକ ଶିକ୍ଷକ ଶିକ୍ଷୟିତ୍ରୀ ସାମିଲ ହୋଇଥିଲେ | ଏହି ଅବସରରେ ଉପସ୍ଥିତ ଶିକ୍ଷକ ଶିକ୍ଷୟିତ୍ରୀଗଣ ଗୀତ, ନାଚ, ଏକକ ଅଭିନୟ, ସଙ୍ଗୀତ, ଆଦି ପ୍ରତିଭା ପ୍ରଦର୍ଶନ କରିଥିଲେ | ଜୟଶଙ୍କର ମେହେର ଅତିଥି ପରିଚୟ ଓ ଗୌରଚନ୍ଦ୍ର ଖଣ୍ଡଗିରି ଧନ୍ୟବାଦ ଅର୍ପଣ କରିଥିଲେ |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.