ରାୟଗଡ଼ା ଜିଲ୍ଲା ମିଡ଼ିଆ କେୟାର୍ସ ପକ୍ଷରୁ ସାଧାରଣ ପରିଷଦ ବୈଠକ

ଓଡ଼ିଆ ବାର୍ତ୍ତା/ ରାୟଗଡ଼ା (ପଦ୍ମନ ଭତ୍ରା): ରାୟଗଡ଼ା ଜିଲ୍ଲା ମିଡ଼ିଆ କେୟାର୍ସ ପକ୍ଷରୁ ଆଜି ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି | ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ଠାରେ ଆୟୋଜିତ ବୈଠକରେ ଜିଲ୍ଲାର ସମସ୍ତ ୧୧ ବ୍ଲକ ଓ ତିନି ସହରରେ କାର୍ଯ୍ୟରତ ୨୦୦ ଜଣ ସାମ୍ବାଦିକ ଏଥିରେ ଯୋଗଦାନ କରିଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମିଡ଼ିଆ କେୟାର୍ସ ରାଜ୍ୟ ସଭାପତି ଭକ୍ତ ତ୍ରିପାଠୀ ଯୋଗଦାନ କରିଥିଲେ । ଏଥିସହ ରାଜ୍ୟର ବରିଷ୍ଠ ସାମ୍ବାଦିକ ଶୁଭଦର୍ଶନି ମିଶ୍ର,ରଞ୍ଜନ କୁମାର ଦାସ,ନାରାୟଣ ସାହୁ, ସମୀର ଆଚାର୍ଯ୍ୟ,ବାଲାଜି ସାହୁ,ଭବାନୀ ମିଶ୍ର,ରାଜେନ୍ଦ୍ର କୁମାର ଦାସ, ସତ୍ୟଜିତ ମହାନ୍ତି,ପବିତ୍ର ମୋହନ ସେଠୀ,ଉତ୍ତମ ନାୟକ ଯୋଗଦାନ କରିଥିଲେ । ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସିଥିବା ମିଡ଼ିଆ କେୟାର୍ସ ସଭ୍ୟ ଓ ସଭ୍ୟାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସୋଆ ଲୋକସମ୍ପର୍କ ଅଧିକାରୀ ଶୁଭଦର୍ଶନି ମିଶ୍ର ସାମ୍ବାଦିକଙ୍କ ସ୍ବାସ୍ଥ୍ୟ ରକ୍ଷା ସମ୍ପର୍କରେ ସୂଚନା ଦେଇଥିଲେ । ସୋଆ ପରିଚାଳନା ନିର୍ଦ୍ଦେଶକ କିଭଳି ସେବା ପ୍ରଦାନ କରିଥିଲେ ଓ ସହାୟତାର ହାତ ବଢ଼ାଇଥିଲେ ତାହାର ସୂଚନା ଦେଇଥିଲେ । ମିଡ଼ିଆ କେୟାର୍ସ ଜିଲ୍ଲା ସଭାପତି ବାଦଲ କୁମାର ତା ବୈଠକରେ ଅଧ୍ୟକ୍ଷତା କରି ସ୍ବାଗତ ଭାଷଣ ପ୍ରଦାନ କରିଥିଲେ । ଏଥିସହ ଜିଲ୍ଲାର ସାମ୍ବାଦିକଙ୍କ ପାଇଁ ସଂଗଠନ ପକ୍ଷରୁ ଗ୍ରହଣ ହୋଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଥିଲେ । ଏଣେ ଆଗାମୀ ଦିନରେ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ନିଜ ବକ୍ତବ୍ୟ ରଖିଥିଲେ । ସାଧାରଣ ସମ୍ପାଦକ ରଞ୍ଜନ କୁମାର ରଥ ସମ୍ପାଦକୀୟ ବିବରଣୀ ପ୍ରଦାନ କରିବା ସହ କରୋନା କାଳରେ କେଉଁଭଳି ସହାୟତା ସାମ୍ବାଦିକଙ୍କୁ ପ୍ରଦାନ ହୋଇଥିଲା ତାହାର ସୂଚନା ଦେଇଥିଲେ । ଏହି ଅବସରରେ ମିଡ଼ିଆ କେୟାର୍ସ ରାଜ୍ୟ ସଭାପତି ଶ୍ରୀ ତ୍ରିପାଠୀ ମିଡିଆ କେୟାର୍ସ ଗଠନ ସମ୍ପର୍କରେ ସୂଚନା ଦେଇଥିଲେ । କରୋନା ସମୟ ଠାରୁ ଆରମ୍ଭ କରି ଏ ପର୍ଯ୍ୟନ୍ତ ସମ୍ ହସ୍ପିଟାଲ ଆମକୁ କିଭଳି ସାହାଯ୍ୟ ପ୍ରଦାନ କରୁଛି ତାହାର ସୂଚନା ଦେଇଥିଲେ । ଏହି ଅବସରରେ ସୋଆ ପରିଚାଳନା ନିର୍ଦ୍ଦେଶକ ମନୋଜ ରଞ୍ଜନ ନାୟକଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ ଶ୍ରୀ ତ୍ରିପାଠୀ । କରୋନା ସମୟରେ ମିଡିଆ କେୟାର୍ସ ଗଠନର ପରିକଳ୍ପନା କରାଯାଇଥିଲା । ଆଜି ରାଜ୍ୟର ସମସ୍ତ ଜିଲ୍ଲାରେ ଏହା ଗଠନ ହୋଇଛି ବୋଲି ସୂଚନା ଦେଇ ସମସ୍ତେ ମିଶି ଗୋଷ୍ଠୀ ବୀମା କରିବାକୁ ପରାମର୍ଶ ଦେଇଥିଲେ ।ବୈଠକରେ ବରିଷ୍ଠ ସଭ୍ୟ ରଶ୍ମି ରଞ୍ଜନ ଦୋରା ମଞ୍ଚ ପରିଚାଳନା କରିଥିବା ବେଳେ ଗୋପ ରଞ୍ଜନ ବକ୍ସିପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ସୁନାମଧନ୍ୟ ଡାକ୍ତର ରାଜେନ୍ଦ୍ର ମଣ୍ଡଳ ଓ ସ୍ବାସ୍ଥ୍ୟ ବିଭାଗ ଏପିଏମ୍ କିରଣ କୁମାର ପାତ୍ରଙ୍କୁ ମିଡ଼ିଆ କେୟାର୍ସ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଥିଲା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.